Advertisment

Bhubaneswar Lingaraj Temple: ଦୁଇଟି ପର୍ଯ୍ୟାୟର ବୈଠକ ସତ୍ତ୍ବେ ବାହାରିଲାନି ନିଷ୍କର୍ଷ, ଦୁଇ ଦିନ ହେଲାଣି ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ

ମଙ୍ଗଳବାର ୨ଟି ପର୍ଯ୍ୟାୟରେ ବୈଠକ ସତ୍ତ୍ବେ ନିଷ୍କର୍ଷ ବାହାରି ପାରିଲାନି। ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ସମାଧାନ ପାଇଁ ବୈଠକ ବସିଥିଲା। ଏଥିରେ ବଡ଼ୁ ନିଯୋଗ ଓ ବ୍ରାହ୍ମଣ ନିଯୋଗ ସେବାୟତଙ୍କ ସହ ଲିଙ୍ଗରାଜ ମନ୍ଦିର ପ୍ରଶାସନ ଆଲୋଚନା କରିଥିଲେ।

ଅଦ୍ୟତନ ହୋଇଛି
lingaraj

lingaraj

Advertisment

ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ନେଇ ଫିଟିଲାନି ସମଧାନର ବାଟ। ସମାଧାନ ପାଇଁ ବସିଥିବା ବୈଠକରୁ ବାହାରି ପାରିଲାନି କୌଣସି ନିଷ୍କର୍ଷ। ମଙ୍ଗଳବାର ୨ଟି ପର୍ଯ୍ୟାୟରେ ବୈଠକ ସତ୍ତ୍ବେ ନିଷ୍କର୍ଷ ବାହାରି ପାରିଲାନି। ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ସମାଧାନ ପାଇଁ ବୈଠକ ବସିଥିଲା। ଏଥିରେ ବଡ଼ୁ ନିଯୋଗ ଓ ବ୍ରାହ୍ମଣ ନିଯୋଗ ସେବାୟତଙ୍କ ସହ ଲିଙ୍ଗରାଜ ମନ୍ଦିର ପ୍ରଶାସନ ଆଲୋଚନା କରିଥିଲେ। ତେବେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବେଳେ ବ୍ରାହ୍ମଣ ନିଯୋଗ ଅଧାରୁ ଉଠି ପଳାଇଥିଲେ। ଏହାପରେ ଦ୍ବିତୀୟ ଥର ବୈଠକ ବସିଥିଲେ ବି ସମାଧାନର ସୂତ୍ର ବାହାରିପାରିନାହିଁ।

Advertisment

ଅଧିକ ପଢନ୍ତୁ: Khandagiri Mela 2025: ଖଣ୍ଡଗିରି ମେଳାରେ ଅଶ୍ଳୀଳ ନୃତ୍ୟ ମନା

ଗତକାଲି ପୁଷ୍ୟାଭିଷେକ ସନ୍ଧ୍ୟା ଧୂପ ପରେ ମକର ମଣ୍ଡପରେ ଲିଙ୍ଗରାଜ ବିଜେ ହେବା ପରେ ମହାସୁଆରଙ୍କ ଦ୍ୱାରା କ୍ଷୀର ଆଉଟା ହୋଇଥିଲା। ଆଜି ମକର ଚାଉଳରେ ଏ କ୍ଷୀରକୁ ବ୍ୟବହାର କରାଯାଇଥାନ୍ତା। ହେଲେ ମହାସୁଆର ଓ ବଡ଼ୁ ନିଯୋଗ ମଧ୍ୟରେ ଏ ନୀତିକୁ କରିବାକୁ ନେଇ ଟଣାଓଟରା ପରିସ୍ଥିତି ଉପୁଜିଥିଲା। ଫଳରେ କାଲିଠୁ ଏବେ ଯାଏଁ ଠାକୁର ସେମିତି ମକର ମଣ୍ଡପରେ ରହିଛନ୍ତି। ତେବେ ସକାଳୁ ମନ୍ଦିର ଖୋଲା ହୋଇଥିବାରୁ ଭକ୍ତ ଭିତରକୁ ଯାଉଛନ୍ତି କିନ୍ତୁ ଠାକୁରଙ୍କ ନୀତି ଠପ୍ ହୋଇପଡ଼ିଛି।।

ପବିତ୍ର ପୁଷ୍ୟାଭିଷେକ ସନ୍ଧ୍ୟା ଧୂପ ପରେ ମକର ମଣ୍ଡପରେ ଲିଙ୍ଗରାଜ ମହାପ୍ରଭୁ ବିଜେ ହେବା ପରେ ମହାସୁଆରଙ୍କ ଦ୍ୱାରା ଦୁଗ୍ଧ ଆଉଟା ହୋଇ ଘୃତ କମଳ ପ୍ରସ୍ତୁତ ହୋଇଥାଏ । ମକର ସଂକ୍ରାନ୍ତି ନିମନ୍ତେ ଘୃତ୍ୟ କମଳ ଲାଗି ହୁଏ । କିନ୍ତୁ ପୁନର୍ବାର ବଡୁ ସେବାୟତ ଏକା ଏହି ନୀତିକୁ ନିଜେ କରିବାକୁ ଦାବି କରିଥିଲେ । ଯେଉଁଥିପାଇଁ ମହାପ୍ରଭୁ ଲିଙ୍ଗରାଜ ମକର ମଣ୍ଡପରେ ଗତକାଲି ସନ୍ଧ୍ୟାରୁ ବସି ରହିଛନ୍ତି । ନା କୌଣସି ନୀତି ହୋଇଛି ନା ଦିଅଁ ଦକ୍ଷିଣ ଘରକୁ ବିଜେ କରିଛନ୍ତି ।

Advertisment

ଆଜି ପବିତ୍ର ମକର ସଂକ୍ରାନ୍ତି । ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି। ସୌର ଗଣନା ଅନୁସାରେ ମକର ସଂକ୍ରାନ୍ତିକୁ ମକର ମାସର ପ୍ରଥମ ଦିନ ହିସାବରେ ଗ୍ରହଣ କରାଯାଏ । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ କ୍ରମଶଃ ଗମନ କରନ୍ତି । ଏହି ଦିନଠାରୁ ସୂର୍ଯଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ। ଏହି ସର୍ବ ଭାରତୀୟ ପର୍ବକୁ ସମସ୍ତେ ଉତ୍ସାହର ସହ ପାଳନ କରନ୍ତି ।

ଅଧିକ ପଢନ୍ତୁ: ଲିଙ୍ଗରାଜ ମନ୍ଦିର ଭିତରେ ଭିଡିଓ କରି ଫସିଗଲେ ଶିଳ୍ପା ସେଟ୍ଟୀ !

Bhubaneswar Lingaraj Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ