Advertisment

Goddess Lakshmi: କରନ୍ତୁ ଏହି ୬ଟି କାମ , ଘରେ ହେବ ଧନର ବର୍ଷା...ରହିବନି ଅଭାବ !

ହିନ୍ଦୁ ଧର୍ମରେ ମା’ ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଏ । ମାନ୍ୟତା ରହିଛି ମା’ ଲକ୍ଷ୍ମୀ କୌଣସି ଘରେ ପ୍ରବେଶ କରିବା ପୂର୍ବରୁ କିଛି ବିଶେଷ କଥାର ଧ୍ୟାନ ଦେଇଥାଆନ୍ତି । ଜାଣନ୍ତୁ ସେ ବିଷୟରେ

ଅଦ୍ୟତନ ହୋଇଛି
Goddess Lakshmi

Goddess Lakshmi

Advertisment

କୁହାଯାଏ ଯେଉଁ ଘରେ ମା’ ଲକ୍ଷ୍ମୀ ବାସ କରନ୍ତି ସେହି ଘର ସୁଖ, ସମୃଦ୍ଧି ଓ ଧନରେ ପରିପୂର୍ଣ୍ଣ ହୋଇଯାଏ । ସମସ୍ତେ ଚାହାଁନ୍ତି ସେମାନଙ୍କ ଘରେ ମା’ ଲକ୍ଷ୍ମୀ ବାସ କରନ୍ତୁ । କେବେ ଅଭାବ ନଦେଖନ୍ତୁ । ସେଥିପାଇଁ କେତେ ପୂଜା ପାଠ ବି କରନ୍ତି । ମା’ ଲକ୍ଷ୍ମୀ କୌଣସି ଘରେ ପ୍ରବେଶ କରିବା ପୂର୍ବରୁ କିଛି ବିଶେଷ କଥାର ଧ୍ୟାନ ରଖିଥାନ୍ତି ।

Advertisment
ମା’ ଲକ୍ଷ୍ମୀ କୌଣସି ଘରେ ପ୍ରବେଶ କରିବା ପୂର୍ବରୁ ପ୍ରଥମେ ଘର ପରିଷ୍କାର ଅଛି କି ନାହିଁ ତାହା ଦେଖିଥାଆନ୍ତି । ମା’ ଲକ୍ଷ୍ମୀଙ୍କୁ ସ୍ବଚ୍ଛତାର ପ୍ରତୀକ ଭାବେ ଧରାଯାଇଥାଏ । ଯେଉଁ ଘରେ ସଫାସୁତୁରା ଉପରେ ଧ୍ୟାନ ଦିଆଯାଏନି ସେହି ଘରକୁ ମା’ ଲକ୍ଷ୍ମୀ କେବେ ଯାଆନ୍ତି ନାହିଁ ।

ଅଧିକ ପଢନ୍ତୁ: ଅସନ୍ତୁଷ୍ଟ ହେଲେ ମାଆ ଲକ୍ଷ୍ମୀ ଦେଇଥାନ୍ତି ଏହି ୫ଟି ସଙ୍କେତ

ଘରର ମୁଖ୍ୟ ଦ୍ବାର କେଉଁଭଳି ସ୍ଥିତିରେ ଅଛି ତାହା ଉପରେ ନିର୍ଭର କରେ ମା’ ଲକ୍ଷ୍ମୀ ପ୍ରବେଶ କରିବେ କି ନାହିଁ । ସେଥିପାଇଁ ଘରର ପ୍ରବେଶ ଦ୍ବାର ସବୁବେଳେ ପରିଷ୍କାର ରଖିବା ଆବଶ୍ୟକ । ଯେଉଁ ଘରର ପ୍ରବେଶ ଦ୍ବାରରେ ସ୍ବସ୍ତିକ ଚିହ୍ନ ହୋଇଥାଏ ସେହି ଘରେ ମା’ ଲକ୍ଷ୍ମୀ ସବୁବେଳେ ବାସ କରନ୍ତି ।

Advertisment

ଘରର ପରିବେଶ ଉପରେ ନିର୍ଭର କରେ ମା’ ଲକ୍ଷ୍ମୀଙ୍କ ଆଗମନ । ଯେଉଁ ଘରେ ସର୍ବଦା କଳହ ଲାଗିରହିଥାଏ ଓ ନକରାତ୍ମକ ପରିବେଶ ଥାଏ ସେହି ଘରେ ମା’ ଲକ୍ଷ୍ମୀ କେବେ ପ୍ରବେଶ କରନ୍ତି ନାହିଁ । ସେଥିପାଇଁ ଘରର ପରିବେଶ ସବୁବେଳେ ଶାନ୍ତ ରହିବା ଆବଶ୍ୟକ ।

ଯେଉଁ ଘରେ ପ୍ରତ୍ୟେକ ଦିନ ପୂଜାପାଠ କରାଯାଏ , ଦୀପ ଜଳାଯାଏ ସେହି ଘରେ ମା’ ଲକ୍ଷ୍ମୀ ଖୁସିରେ ବାସ କରନ୍ତି । ସେହି ଘରେ ଧନର ଅଭାବ କେବେ ରହେନାହିଁ ।

Advertisment

ଯେଉଁ ଲୋକ ନାରୀର ଅପମାନ କରନ୍ତି ସେଭଳି ଲୋକଙ୍କ ଉପରେ ମା’ ଲକ୍ଷ୍ମୀ କେବେ ପ୍ରସନ୍ନ ହୁଅନ୍ତି ନାହିଁ । ସେଭଳି ଘରେ ମା’ ଲକ୍ଷ୍ମୀ କେବେ ପ୍ରବେଶ କରନ୍ତି ନାହିଁ ଯେଉଁଠି ମହିଳାଙ୍କ ସହ ଖରାପ ବ୍ୟବହାର କରାଯାଏ ।

ଖରାପ କାମରେ ଲିପ୍ତ ଥିବା ଲୋକଙ୍କ ଉପରେ ମା’ ଲକ୍ଷ୍ମୀ ରାଗି ଥାଆନ୍ତି । ସେହି ଘରର ସଦସ୍ୟ ସବୁବେଳେ କରଜରେ ବୁଡି ରୁହନ୍ତି । ଏହି ଭଳି ଘରେ ମା’ ଲକ୍ଷ୍ମୀ କେବେ ପ୍ରବେଶ କରନ୍ତି ନାହିଁ ।

ଅଧିକ ପଢନ୍ତୁ: ପିତୃପୁରୁଷଙ୍କ ଉଦ୍ଧାର ଲାଗି ସ୍ଵର୍ଗରୁ ଗଙ୍ଗାଙ୍କୁ ଆଣି ପାରିଥିବା ଜଣେ ରାଜାଙ୍କ କାହାଣୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ