Dalailama Successor
ଦଲାଇଲାମାଙ୍କ ଉତ୍ତରାଧିକାରୀ କିଏ? ତିବ୍ବତୀୟ ଗୁରୁ ଦଲାଇଲାମାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ନୂଆ ଦଲାଇଲାମା ଚୟନ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି ବର୍ତ୍ତମାନର ଦଲାଇଲାମା । ୬୦୦ ବର୍ଷ ପୁରୁଣା ତିବ୍ବତୀୟ ଅନୁଷ୍ଠାନ ଆଗକୁ ବି ଏମିତି କାମ କରିଚାଲିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।
ଏନେଇ ଦଲାଇଲାମା କହିଛନ୍ତି, "ଆଗକୁ ମଧ୍ୟ ଜାରି ରହିବ ଏହି ଅନୁଷ୍ଠାନ । ଏଥିପାଇଁ ଗାଡେନ ଫୋଡରଙ୍ଗ ଟ୍ରଷ୍ଟକୁ ଦାୟିତ୍ୱ ଦିଆଯାଇଛି। ନୂଆ ଦଲାଇଲାମା ତିବ୍ବତୀୟ ଲୋକ ହିଁ ବାଛିବେ । ଏନେଇ ଦଲାଇଲାମା ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ।
ସୂଚନାଯୋଗ୍ୟ, ବର୍ତ୍ତମାନର ତିବ୍ବତୀୟ ଗୁରୁ ଦଲାଇଲାମା ହେଉଛନ୍ତି ୧୪ ତମ ଦଲାଇଲାମା । ନିକଟରେ ଧର୍ମଶାଳାରେ ଆୟୋଜିତ ତିବ୍ବତୀୟ ଧାର୍ମିକ ସମ୍ମିଳନୀରେ ଧର୍ମଗୁରୁ ଦଲାଇଲାମା ଏହି ସୂଚନା ଦେଇଛନ୍ତି ।"
ଆସନ୍ତା ୬ ତାରିଖରେ ଧର୍ମଗୁରୁଙ୍କ ୯୦ ତମ ଜନ୍ମବାର୍ଷିକୀ । ପୂର୍ବରୁ କୁହାଯାଇଥିଲା ଯେ, ଦଲାଇଲାମାଙ୍କୁ ଯେତେବେଳେ ୯୦ ବର୍ଷ ହେବ ସେତେବେଳେ ପରବର୍ତ୍ତୀ ଦଲାଇଲାମାଙ୍କ ନାଁ ଘୋଷଣା କରାଯିବ । ସେପଟେ ଚୀନର କହିବା କଥା, ଦଲାଇଲାମାଙ୍କ ଉତ୍ତରାଧିକାରୀକୁ ବେଜିଂ ସରକାରଙ୍କ ମଞ୍ଜୁରୀ ନେବାକୁ ପଡ଼ିବ । ଚୀନର ବେଦୈଶିକ ମନ୍ତ୍ରାଳୟ ମୁଖପାତ୍ର ମାଓ ନିଂଙ୍ଗ୍ କହିଛନ୍ତି, ଦଲାଇଲାମାଙ୍କ ଉତ୍ତରାଧିକାରୀ ଚୟନ ଚୀନର ପୁରାତନ ପରମ୍ପରା ଅନୁସାରେ ହେବ । ସେମାନଙ୍କୁ ଆମ ନିୟମ ଓ ଧାର୍ମିକ ରୀତିନୀତି ପାଳନ କରିବାକୁ ପଡ଼ିବ ।
୧୯୫୯ ମସିହାରେ ଲାସାରେ ଚୀନ୍ ଶାସନ ବିରୋଧରେ ବିଦ୍ରୋହ ପରେ ଭାରତକୁ ପଳାଇ ଆସିଥିଲେ ଦଲାଇଲାମା । ହଜାର ହଜାର ତିବ୍ବତୀୟଙ୍କ ସହ ନିର୍ବାସନରେ ରହୁଛନ୍ତି ଏହି ଧର୍ମଗୁରୁ । ଗୋଟିଏପଟେ ଚୀନ୍ ତାଙ୍କୁ ବିଚ୍ଛିନ୍ନତାବାଦୀ ଓ ବିଦ୍ରୋହୀ ବୋଲି ଘୋଷଣା କରୁଥିବାବେଳେ ଅନ୍ୟପଟେ ଉତ୍ତରାଧିକାରୀ ଘୋଷଣା ପୂର୍ବରୁ ହସ୍ତକ୍ଷେପ କରିବାକୁ ମନ ବଳାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751533157.jpg)