Advertisment

ନୂଆବର୍ଷ ଭବିଷ୍ୟବାଣୀ : ରହିଛି କାଳସର୍ପ ଯୋଗ

ନୂଆବର୍ଷ ପାଖେଇ ଆସିଲେ ସମସ୍ତଙ୍କ ମନରେ ଉତ୍ସାହ ଓ ଉଦ୍ଦିପନା ଜାଗିଉଠେ। ନୂଆବର୍ଷକୁ ସବୁ ଦୃଷ୍ଟିରୁ ମଙ୍ଗଳମୟ କରିବା ନେଇ ଲୋକେ କେତେ କ’ଣ କରନ୍ତି। କିନ୍ତୁ ଜ୍ୟୋତିର୍ବିଦଙ୍କ ଭବିଷ୍ୟବାଣୀ ଅନୁଯାୟୀ ୨୦୨୨ ଆରମ୍ଭରେ କାଳସର୍ପ ଯୋଗ ରହିଛି।

author-image
Pramod Behera
2022 predictions, kalsarp yoga

2022 predictions, kalsarp yoga

ନୂଆ ବର୍ଷ ୨୦୨୧ର ଉଦୟ କନ୍ୟା ଲଗ୍ନ ଓ ବିଛା ରାଶିରେ ହେଉଛି। ବର୍ଷର ଆରମ୍ଭରେ ଲଗ୍ନର ସ୍ଥିତି ହସ୍ତ ନକ୍ଷତ୍ରର ପ୍ରଥମ ଚରଣ ଓ ଚନ୍ଦ୍ରମା ଜ୍ୟେଷ୍ଠ ନକ୍ଷତ୍ରର ପ୍ରଥମ ଚରଣରେ ରହିବ। ଗ୍ରହମାନଙ୍କର ଏଭଳି ସ୍ଥିତି ଅନୁସାରେ ଆସୁଥୁବା ବର୍ଷ କର୍ମକ୍ଷେତ୍ର ଓ ବୌଦ୍ଧିକ ସ୍ତରର ବ୍ୟକ୍ତିଙ୍କ ପାଇଁ ଖୁବ ମହତ୍ୱପୂର୍ଣ୍ଣ ହେବ।

Advertisment

ତେବେ ଜ୍ୟୋତିର୍ବିଦଙ୍କ ମତରେ ଭାଗ୍ୟ ଉପରେ ଭରସା କରିଥିବା ବ୍ୟକ୍ତିଙ୍କ ପାଇଁ ଏହି ବର୍ଷ ନିରାଶ କରିବ। ସେହିପରି ଏହି ବର୍ଷ ଆରମ୍ଭରେ କାଳସର୍ପ ଯୋଗ ରହିଛି, ଯେଉଁ କାରଣରୁ କୌଣସି ବଡ ସଂକଟ ଆସିବାର ସମ୍ଭାବନା ରହିଛି।

ବଡ ବିପଦର ସଂକେତେ:

ଜ୍ୟୋତିର୍ବିଦଙ୍କ ମତରେ ବିଶ୍ୱ କୁଣ୍ଡଳୀରେ ୨୦୨୨ ବର୍ଷର ଆରମ୍ଭରେ ରାତି ୧୨ଟା ପରେ କାଳସର୍ପ ଯୋଗ ରହିଛି, ଯେଉଁଥିରେ ରାହୁର ମୁଣ୍ଡ ଭାଗ୍ୟ ସ୍ଥାନରେ ରହିଛି। କେତୁର ସ୍ଥାୟିତ୍ୱ ଚନ୍ଦ୍ରମା ଓ ମଙ୍ଗଳ ସହିତ ପରାକ୍ରମ ଭାବେ ରହିଛି। ଏହା ପୃଥିବୀ ପ୍ରତି ଚିନ୍ତାରକାରଣ ହୋଇଛି। ଏନେଇ ପୃଥିବୀକୁ କୌଣସି ଏକ ବଡ ସଂକଟର ସାମ୍ନା କରିବାକୁ ପଡିପାରେ। ଆକାଶ ମାର୍ଗରୁ କୌଣସି ଦୁର୍ଘଟଣା ଆସିପାରେ। ଏହା ସହିତ ପ୍ରବଳ ବର୍ଷା, ବନ୍ୟା ବା କୌଣସି କାରଣରୁ କୌଣସି ସ୍ଥାନରେ ପାଣିର ଜମାଟ ହୋଇପାରେ। ଏନେଇ ବହୁ ପରିମାଣରେ ଜନଜୀବନ କ୍ଷୟ ହୋଇପାରେ। ଭୂମିକମ୍ପ ବା ସୁନାମୀ ଭଳି ମଧ୍ୟ ସଂକଟ ରହିଛି।

Advertisment

ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ କିପରି ରହିବ ୨୦୨୨:

ଜ୍ୟୋତିର୍ବିଦଙ୍କ ମତରେ ଆସୁଥିବା ବର୍ଷ ୨୦୨୨ ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ସାଧାରଣ ରହିବ। ଶିକ୍ଷାର କଥା କହିଲେ, ଛାତ୍ରମାନଙ୍କ ପାଇଁ ଆସୁଥିବା ବର୍ଷ ସକାରାତ୍ମକ ପରିଣାମ ନେଇ ଆସିବ। ପୂର୍ବ ବର୍ଷଗୁଡିରେ ମହାମାରୀ କାରଣରୁ ଶିକ୍ଷାର ଯେଉଁ ରୁଟିନ ବିଗିଡି ଯାଇଛି ସେଥିରେ ସୁଧାର ଆସିବାର ସମ୍ଭାବନା ରହିଛି। ସେହିପରି ସ୍ୱାସ୍ଥ୍ୟ ଦୃଷ୍ଟିରୁ ନୂଆବର୍ଷ ସାମାନ୍ୟ ରହିବ। ତେବେ ବିଭିନ୍ନ ରୋଗରୁ ପିଲାମାନଙ୍କୁ ରକ୍ଷା କରିବା ନେଇ ବିଭିନ୍ନ ପ୍ରକାର ଉପଦେଶ ଦିଆଯାଇପାରେ।

ଆର୍ଥିକ ଦୃଷ୍ଟିରୁ କିପରି ରହିବ ୨୦୨୨:

ଆର୍ଥିକ ଦୃଷ୍ଟିରୁ ୨୦୨୨ ପୂର୍ବ ବର୍ଷ ତୁଳନାରେ ଖୁବ ଭଲ ରହିବ। କରୋନା ମହାମାରୀ କାରଣରୁ ବ୍ୟବସାୟରେ ଯେଉଁ ବ୍ୟତିକ୍ରମ ହୋଇଛି ତାହା ଆଗାମୀ ବର୍ଷରେ ସୁଧୁରିବ ବୋଲି ପୂରା ଆଶା ରହିଛି। ଏଥୁରୁ ସ୍ପଷ୍ଟ ହେଉଛି ଯେ ପୂର୍ବ ବର୍ଷ ତୁଳନାରେ ୨୦୨୨ ଖୁବ ମଙ୍ଗଳ ହେବାର ଆଶକା ରହିଛି।

Religion
Advertisment
Advertisment