Advertisment

11 Powerful Mantras: ୧୧ଟି ଶକ୍ତିଶାଳୀ ମନ୍ତ୍ର, ଯାହା ଦୈନିକ ପଢ଼ିଲେ ହେବ ଏହିସବୁ ଫାଇଦା

ହିନ୍ଦୁ ଧର୍ମରେ ଅଛି ଅନେକ ଆଶ୍ଚର୍ଯ୍ୟ ମନ୍ତ୍ର ଓ ଶ୍ଳୋକ। ଯାହା ବହୁତ ପୁରୁଣା ଓ ଶକ୍ତିଶାଳୀ। ହଜାର ହଜାର ବର୍ଷ ଧରି ଏହିସବୁ ମନ୍ତ୍ର ଓ ଶ୍ଳୋକ ଉଚ୍ଚାରଣ କରି ଏହାର ଆଶ୍ଚର୍ଯ୍ୟଜନକ ଦିଗକୁ ଆବିଷ୍କାର କରାଯାଇଛି। ଏହିପରି ୧୧ଟି ମନ୍ତ୍ର ପଢ଼ନ୍ତୁ, ଯାହା ଭାରତରେ ବହୁତ ଲୋକପ୍ରିୟ

author-image
Debendra Nath Parida
ଅଦ୍ୟତନ ହୋଇଛି
11 powerful mantras of hindu religion one should chant daily

11 powerful mantras of hindu religion one should chant daily

ମନ୍ତ୍ରଟିଏ କେବଳ କିଛି ଶବ୍ଦ କିମ୍ବା ବାକ୍ୟର ମିଳନ ନୁହେଁ। ଶାସ୍ତ୍ରଜ୍ଞମାନଙ୍କ ମତରେ ଶବ୍ଦ ଓ ବାକ୍ୟର ମିଳନରେ ତିଆରି ଏହି ଶ୍ଳୋକକୁ ଯଦି ଉଚିତ୍ ଶୈଳୀରେ ନିଷ୍ଠାର ସହିତ ଉଚ୍ଚାରଣ କରାଯାଏ, ତେବେ ଏହା ମହାଶକ୍ତିରେ ପରିଣତ ହୋଇଯାଏ। ଏହିସବୁ ଶବ୍ଦଙ୍କର ସମାହାର ହେବାପରେ ତାହା ଶକ୍ତିଶାଳୀ ଶ୍ଳୋକରେ ପରିଣତ ହୋଇଯାଏ। ତା ସହିତ ଉଚ୍ଚାରଣର ଧ୍ୱନୀ ଏଥିରେ ଐଶ୍ୱରିକ ଭାବ ଭରିଦିଏ। ମନ୍ତ୍ର ଓ ଶ୍ଲୋକକୁ ବାରମ୍ବାର ଉଚିତ ଶୈଳୀରେ ଆବୃତ୍ତି ଦ୍ୱାରା ଆମେ ଆଧ୍ୟାତ୍ମିକ ଶକ୍ତି ସହିତ ସଂଯୋଗ ସ୍ଥାପନ କରିପାରିଥାନ୍ତି। ସେଥିପାଇଁ ପିଲାମାନଙ୍କୁ ପାଠ ସହିତ ମନ୍ତ୍ର ଉଚ୍ଚାରଣ ପାଇଁ ମଧ୍ୟ ଶିକ୍ଷା ଦିଆଯିବା ଦରକାର।

Advertisment

ହିନ୍ଦୁ ଧର୍ମର ପଣ୍ଡିତମାନେ ବିଚାର କରି ଏହି ୧୧ଟି ମନ୍ତ୍ରକୁ ବାଛିଛନ୍ତି, ଯାହାକୁ ପ୍ରତି ପିଲାକୁ ଉଚ୍ଚାରଣ ପାଇଁ ଶିକ୍ଷା ଦିଆଯିବା ଦରକାର। ସେପରି ହେଲେ ବଡ଼ ହେଲା ବେଳକୁ ତା ଭିତରେ ଅପାର ଐଶ୍ୱରିକ ଶକ୍ତି ଭରି ଉଠିଥାଏ। ଆସନ୍ତୁ ନଜର ପକାଇବା ପଣ୍ଡିତ ମାନେ ବିଚାର କରିଥିବା କଣ ସେହି ୧୧ଟି ଶକ୍ତିଶାଳୀ ମନ୍ତ୍ର।

୧. ଓମ୍ ନମଃ ଶିବାୟ

ହିନ୍ଦୁ ଧର୍ମର ସର୍ବ ପୁରାତନ ମନ୍ତ୍ର ଗୁଡ଼ିକ ମଧ୍ୟରୁ ଏହାକୁ ଗୋଟିଏ ବୋଲି ବିଚାର କରାଯାଏ। ଏହି ମନ୍ତ୍ରର ଅର୍ଥ ହେଲା- ‘ମନରୁ ଓ ସଂସାରରୁ ସବୁପ୍ରକାର ନରାକାରତ୍ମକ ଭାବନା ଓ ଅଜ୍ଞତାକୁ ନାଶ କରିଥିବାରୁ ପ୍ରଭୁ ଶିବ ଆପଣଙ୍କୁ କୃତଜ୍ଞତା।‘

Advertisment

୨. ଓମ୍ ଗଣପତୟେ ନମଃ

‘ଏହାର ଅର୍ଥ ହେଲା- ମୁଁ ପ୍ରଭୁ ଗଣେଶଙ୍କ ପାଖରେ ନତମସ୍ତକ ହେଉଛି, ଯିଏ କି ସମସ୍ତ ପ୍ରତିବନ୍ଧକ ଓ ନକାରାତ୍ମକ ଶକ୍ତିକୁ ନାଶ କରି ଜ୍ଞାନର ଭଣ୍ଡାର ପ୍ରଦାନ କରିଥାନ୍ତି।’ ହିନ୍ଦୁ ଧର୍ମରେ ପ୍ରଭୁ ଗଣେଶଙ୍କ ପୂଜନ ଘରେ ଘରେ ହୁଏ। ବିଶେଷକରି ଦେଶର କୋଟି କୋଟି ଶିକ୍ଷାନୁଷ୍ଠାନରେ ତାଙ୍କର ପୂଜାର୍ଚ୍ଚନା କରାଯାଏ। ତାଙ୍କୁ ଶୁଭ ଆଗମନର ଦେବତା ବୋଲି ବିଚାର କରାଯାଉଥିବାରୁ ଘରର ପ୍ରବେଶ ଦ୍ୱାରରେ ତାଙ୍କର ସ୍ଥାପନା କରାଯାଇଥାଏ।

୩. ଓମ୍ ଘ୍ରିଣି ସୂର୍ଯ୍ୟାୟେ ନମଃ

ଅର୍ଥାତ, ‘ମୁଁ ସୂର୍ଯ୍ୟ ଦେବତାଙ୍କୁ ନତମସ୍ତକ ହୋଇ ଧନ୍ୟବାଦ ଦେଉଛି, ଯିଏକି ସକଳ ଶକ୍ତି ଓ ଜୀବନ ଶକ୍ତିର ମୂଳ ଆଧାର।’ ହିନ୍ଦୁ ଧର୍ମର ମୂଳ ମନ୍ତ୍ର ହେଉଛି ପ୍ରକୃତି ପୂଜା। ପ୍ରକୃତିର ବିଭିନ୍ନ ତତ୍ତ୍ୱକୁ ପୂଜା କରାଯାଏ। ଏଥିରେ ପ୍ରମୁଖ ସ୍ଥାନ ଦିଆଯାଇଛି ସୂର୍ଯ୍ୟ ଦେବତାଙ୍କୁ। ସକାଳୁ ଉଠିରେ ଗାଧୁଆପାଧୁଆ କରି ଆମେ ସୂର୍ଯ୍ୟଙ୍କୁ ଜଳ ଟେକୁ, ଅର୍ଥାତ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଜଳଦାନ କରାଯାଏ।

୪. ଓମ୍ ନମୋଃ ଭଗବତେ ବାସୁଦେବାୟଃ

ଏହି ମନ୍ତ୍ରର ଅର୍ଥ ହେଲା- ମୁଁ ସେହି ସର୍ବ ଶକ୍ତିମାନ ଈଶ୍ୱରଙ୍କ ପାଖରେ ନତମସ୍ତକ ହେଉଛି, ଯେ କି ସମସ୍ତ ଐଶ୍ୱରିକ ଶକ୍ତିର ଆଧାର, ଯାହା ଆମକୁ ଜ୍ଞାନ ଓ ଆନନ୍ଦରେ ଭରି ଦେଇଥାଏ।

୫. ଓମ୍ ତ୍ରୟୋବକମ୍ ୟଯାମହେ ସୁଗନ୍ଧିମ୍ ପୁଷ୍ଟି ବର୍ଦ୍ଧନମ୍ ଉର୍ବାରୁକମିବ ବନ୍ଧନାନ୍ ମୃତ୍ୟୋର୍ ମୁଖୀୟ ମାମୃତାତ୍

ଅର୍ଥାତ, ଆମେ ପ୍ରଭୁ ଶିବଙ୍କ ପାଖରେ ନତମସ୍ତକ ହେଉଛୁ, ସେହି ପ୍ରଭୁ ତ୍ରିନୟନ ଯିଏ ଆମ ଜୀବନ ଓ ଆତ୍ମାର ସର୍ବମୟ କର୍ତ୍ତା ଓ ପାଳକ। ସେ ଆମକୁ ମୃତ୍ୟୁ ଓ ଭୟର ଶିକୁଳିରୁ ମୁକ୍ତ କରି ଅମର କରିଥାନ୍ତି। ଏହା ହେଉଛି ଶକ୍ତିଶାଳୀ ମହାମୃତ୍ୟୁଞ୍ଜୟ ମନ୍ତ୍ର। କୁହାଯାଏ ମୃତ୍ୟୁ ଓ ଭୟକୁ ଜିତିବାକୁ ଏହି ମନ୍ତ୍ରର ପ୍ରୟୋଗ କରାଯାଏ। ଏହି ମନ୍ତ୍ରକୁ ମୃତ୍ୟୁ ଓ ଅଚାନକ ଦୁର୍ଘଟଣା ମଧ୍ୟ ଭୟ କରିଥାନ୍ତି।

୬. ଓମ୍ ଭୁର୍ଭୁବଃ ସ୍ୱଃ, ତତ୍ସବିତୁର୍ବରେଣ୍ୟମ୍ ଭର୍ଗୋ ଦେବସ୍ୟ ଧିମହି, ଧିୟୋ ୟେ ନଃ ପ୍ରଚୋଦୟାତ୍

ଏହା ହେଉଛି ଶକ୍ତିଶାଳୀ ଗାୟନ୍ତ୍ରୀ ମନ୍ତ୍ର। ହିନ୍ଦୁ ଧର୍ମର ଏହି ଲୋକପ୍ରିୟ ଶ୍ଳୋକକୁ ଦୈନିକ କୋଟି କୋଟି ସାଧାରଣ ଲୋକ ଉଚ୍ଚାରଣ କରି ଏହାର ଶକ୍ତି ଅନୁଭବ କରିଥାନ୍ତି। ଋଗବେଦରେ ସଂସ୍କୃତରେ ବର୍ଣ୍ଣିତ ଏହି ଶକ୍ତିଶାଳୀ ଶ୍ଳୋକଟି ସୂର୍ଯ୍ୟ ଦେବତା ସାବିତ୍ରୀଙ୍କ ଉଦ୍ଦେଶ୍ୟରେ ସମର୍ପିତ। ଏହି ଶ୍ଳୋକର ଅର୍ଥ ହେଲା- ସୂର୍ଯ୍ୟ ଦେବତାଙ୍କ ଉଦ୍ଦେଶ୍ୟରେ ଆମର କୃତଜ୍ଞତା, ଯିଏକି ସକଳ ଜୀବନ ଶକ୍ତି ଓ ଜ୍ଞାନର ଆଧାର।

୭. ସରସ୍ୱତୀ ନମସ୍ତୁଭ୍ୟମ୍, ବରଦେ କାମ ରୁପିଣୀ ବିଦ୍ୟାରମ୍ଭ କରିସ୍ୟାମୀ, ସିଦ୍ଧିର ଭବନ୍ତୁ ମେ ସଦା

ଏହା ହେଉଛି ବିଦ୍ୟାର ଦେବୀ ସରସ୍ୱତୀଙ୍କ ପାଇଁ ଆବାହନ ବନ୍ଦନା। ପିଲାଟିଏ ପାଠ ଆରମ୍ଭ କରିବା ପୂର୍ବରୁ ଏହି ଶ୍ଳୋକ ଉଚ୍ଚାରଣ କରିଥାଏ। ଏହି ଶ୍ଳୋକଟିର ଅର୍ଥ ହେଲା- ଜ୍ଞାନର ଦେବୀ ମା ସରସ୍ୱତୀଙ୍କୁ ନତମସ୍ତକ ପ୍ରଣାମ।

୮. କରାଗ୍ରେ ବସତେ ଲକ୍ଷ୍ମୀ କରମଧ୍ୟେ ସରସ୍ୱତୀ, କରମୂଲେ ତୁ ଗୋବିନ୍ଦ ପ୍ରଭାତେ କରଦର୍ଶନମ୍

ପ୍ରାତଃ ଭ୍ରମଣ ପରେ ଏହି ଶ୍ଳୋକଟି ଗାନ କରାଯିବା ବିଧେୟ। ଏହାର ଅର୍ଥ ହେଲା- ପ୍ରାଚୁର୍ଯ୍ୟ ଓ ପ୍ରଗତିର ଦେବୀ ମାଆ ଲକ୍ଷ୍ମୀ, ଜ୍ଞାନର ଦେବୀ ମାଆ ସରସ୍ୱତୀ ଏବଂ ବିଶ୍ୱବ୍ରହ୍ମାଣ୍ଡର ଧାରକ କର୍ତ୍ତା ପ୍ରଭୁ ବିଷ୍ଣୁଙ୍କ ପାଖରେ ମୋର ନତମସ୍ତକ କରୁଛି।

୯. ହରେ ରାମ ହରେ ରାମ, ରାମ ରାମ ହରେ ହରେ, ହରେ କୃଷ୍ଣ ହରେ କୃଷ୍ଣ, କୃଷ୍ଣ କୃଷ୍ଣ ହରେ ହରେ

ଏହାର ଅର୍ଥ ହେଲା- ‘ମୁଁ ପ୍ରଭୁ ବିଷ୍ଣୁ ଏବଂ ତାଙ୍କର ଅନ୍ୟତମ ଅବତାର ପ୍ରଭୁ ଶ୍ରୀକୃଷ୍ଣଙ୍କ ପାଖରେ ନିଜକୁ ସମର୍ପଣ କରୁଛି।’ ଏହା ହେଉଛି କୃଷ୍ଣ ମହାମନ୍ତ୍ର, ଯାହାକୁ ଦିନର ଯେକୌଣସି ସମୟରେ ଜପ କରିହେବ।

୧୦. ଗୁରୁର ବ୍ରହ୍ମା ଗୁରୁର ବିଷ୍ଣୁ ଗୁରୁର ଦେବୋ ମହେଶ୍ୱର, ଗୁରୁର ସାକ୍ଷାତ ପରଂବ୍ରହ୍ମ ତସ୍ମୈଶ୍ରୀ ଗୁରବେ ନମଃ

ହିନ୍ଦୁ ଧର୍ମରେ ଗୁରୁ ବନ୍ଦନା ପାଇଁ ଏହି ଲୋକପ୍ରିୟ ଶ୍ଳୋକଟି ରହିଛି। ଏହାକୁ ପ୍ରାୟ ଛାତ୍ରଛାତ୍ରୀ ନିଶ୍ଚୟ ଜାଣନ୍ତି। ସବୁ ମଣିଷର ଜୀବନରେ ଗୁରୁ ନିଶ୍ଚୟ ଥାଆନ୍ତି, ଗୁରୁଟିଏ ମଧ୍ୟ ଜରୁରି ଦରକାର ପଡ଼ିଥାନ୍ତି। ଏହି ଶ୍ଳୋକର ଅର୍ଥ ହେଲା- ଏହି ବିଶ୍ୱବ୍ରହ୍ମାଣ୍ଡର ସ୍ରଷ୍ଟା ବ୍ରହ୍ମା, ପାଳକ ବିଷ୍ଣୁ ଓ ସଂହାରକ ମହେଶ୍ୱରଙ୍କୁ ମୁଁ ଗୁରୁ ଭାବରେ ମଥାନତ କରୁଛି।

୧୧. ଯା ଦେବୀ ସର୍ବଭୂତେଷୁ ବିଦ୍ୟା ରୂପେଣ ସଂସ୍ଥିତା, ନମସ୍ତସ୍ୟୟୀ ନମସ୍ତସ୍ୟୟୀ ନମସ୍ତସ୍ୟୟୀ ନମୋଃ ନମଃ

ଭାରତରେ ମାଆ ଦୁର୍ଗାଙ୍କ ପୂଜନ ଅବସରକୁ ବର୍ଷରେ ଥରେ ଉତ୍ସବ ପରି ପାଳନ କରାଯାଏ। ଦେବୀ ଦୁର୍ଗା ହେଉଛନ୍ତି ମାତୃଶକ୍ତିର ପ୍ରତୀକ। ମାତୃଶକ୍ତିର ଜାଗରଣ ବିଷୟ ପଡ଼ିଲେ ଭକ୍ତମାନେ ମାଆ ଦୁର୍ଗାଙ୍କ ଉଦାହରଣ ଦିଅନ୍ତି। ସେ ମଧ୍ୟ ଦୁଷ୍ଟ ଶକ୍ତିର ନାଶକ। ତେଣୁ ଏହି ଶ୍ଳୋକରେ କୁହାଯାଇଛି- ଏହି ମାତୃଶକ୍ତି ପାଖରେ ମୁଁ ନତମସ୍ତକ ହେଉଅଛି, ଯିଏ ହେଉଛନ୍ତି ଜ୍ଞାନର ଦେବୀ, ଯାହାଙ୍କ ପ୍ରତି ଭକ୍ତମାନେ ସେମାନଙ୍କ କୃତଜ୍ଞତା ଜଣାଇଥାନ୍ତି।

Odisha
Advertisment
Advertisment