Advertisment

ନିଖୋଜ ଜିଲ୍ଲା ପରିଷଦ ପ୍ରାର୍ଥୀ ରୀନା କବାସିଙ୍କୁ ଠାବ କଲା ପୋଲିସ

ଗତକାଲିଠାରୁ ରୀନାଙ୍କର କୌଣସି ଖବର ମିଳୁନଥିବା ଅଭିଯୋଗ କରିଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
ନିଖୋଜ ବିଜେପି ନେତ୍ରୀ

ନିଖୋଜ ବିଜେପି ନେତ୍ରୀ

ମାଲକାନଗିରି: ମାଲକାନଗିରିର ନିଖୋଜ ଜିଲ୍ଲା ପରିଷଦ ପ୍ରାର୍ଥୀ ରୀନା କବାସିଙ୍କୁ ଠାବ କଲା ପୋଲିସ। ମାଲାକାନଗିରି ପୋଲିସ ରୀନା କବାସିଙ୍କୁ କୋରାପୁଟରୁ ଠାବ କରିଥିବା ସୂଚନା ମିିଳିଛି। ଏନେଇ ସ୍ପଷ୍ଟ କରିଛନ୍ତି ମାଲକାନଗିରି ଏସପି। କାଲିମେଳା ଜିଲ୍ଲା ପରିଷଦ ଜୋନ ୨ର ପ୍ରାର୍ଥୀ ହେଉଛନ୍ତି ରୀନା କବାସି। ନିଜ କାମରେ କୋରାପୁଟ ଆସିଥିବାନେଇ ରୀନା ପୋଲିସକୁ ସୂଚନା ଦେଇଥିବା ଏସ୍‌ପି କହିଛନ୍ତି।

Advertisment

ଆଜି ଚୂଡ଼ାନ୍ତ ତାଲିକାରେ ରୀନା କବାସିଙ୍କ ନାଁ ନଥିଲା। ନିଖୋଜ ପୂର୍ବରୁ ରୀନା କବାସି ନାମାଙ୍କନ ପ୍ରତ୍ୟାହାର କରିଥିବା ସନ୍ଦେହ କରାଯାଉଛି। କାଲିମେଳା ଜିଲ୍ଲା ପରିଷଦ ଜୋନ ୨ର ନାମାଙ୍କନ କରିଥିଲେ ରୀନା କବାସି। ଗତକାଲିଠାରୁ ରୀନାଙ୍କର କୌଣସି ଖବର ନମିଳିବାରୁ ଏନେଇ କାଲିମେଳା ଥାନାରେ ଅଭିଯୋଗ ହୋଇଥିଲା। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଜିଲ୍ଲା ପରିଷଦ ଜୋନ-୨ର ପାର୍ଥିନୀ ନିଖୋଜ ହେଇଯିବା ଘଟଣା କାଲିମେଳା ସମେତ ଜିଲ୍ଲାରେ ରାଜନୈତିକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। 

ରିନା କାବାସି ନିଖୋଜ ନେଇ ଆଜି କାଲିମେଳା ଥାନାରେ ବିଜେପିର କାଲିମେଳା ମଣ୍ଡଳ ସଭାପତି ରତ୍ନାକର ପାଣିଗ୍ରାହୀ ଅଭିଯୋଗ କରିଛନ୍ତି। ଜିଲ୍ଲାପରିଷଦ ଜୋନ-୨ ବିଜେପି ପାର୍ଥି ହୋଇଥିବା କାଲିମେଳା ପଞ୍ଚାୟତ ଅନ୍ତର୍ଗତ ତୁମ୍ବାଗୁଡା ଗ୍ରାମର ରୀନା କବାସି ନିଖୋଜ ହୋଇଯାଇଥିବା ଅଭିଯୋଗ ହେଉଥିବା ବେଳେ ନିଖୋଜ ଘଟଣାରେ ତଦନ୍ତ କରିବାକୁ ସେ ଅନୁରୋଧ କରିଛନ୍ତି। ଏଥିରେ ଶାସକ ଦଳର ଭୂମିକା ଥିବା ସନ୍ଦେହ ଥିବା ବିଜେପି ଅଭିଯୋଗ କରିଛି। ବିଜେଡି ନିର୍ବାଚନ ପୂର୍ବରୁ ହାର ମାନି ଯାଇଥିବା ମତ ଦେଇଛନ୍ତି ବିଜେପି ଯୁବ ମୋର୍ଚ୍ଚା ସଭାପତି।

Advertisment
Candidate Missing Odisha Panchayat Election
Advertisment
Advertisment