• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ରାଜ୍ୟରେ ହେବ କି କ୍ୟାମ୍ପସ୍ ଇଲେକ୍ସନ୍‌ ? ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଆଜିର ପ୍ରତିକ୍ରିୟା କିଛି ଏଭଳି ଦିଗକୁ ଇଙ୍ଗିତ କରିଛି । ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନର ଯଥାର୍ଥତା ରହିଛି । ଏନେଇ ବିଚାର ବିମର୍ଶ ଚାଲିଛି । ହେଲେ ଏବେଠୁ କିଛି କହି ହେବନି, ଯାହା ନିଷ୍ପତ୍ତି ହେବ ଛାତ୍ର ସମାଜର ଭଲ ପାଇଁ ସରକାର ନେବେ । ଛାତ୍ରଙ୍କ ସ୍ୱାର୍ଥରେ ଯାହା ଠିକ୍‌ ହେବ ତାହା କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି।

ପଢନ୍ତୁ ଏହି ଖବର: ଆସିଲା ବଡ଼ ଖବର, ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀକୁ ରାଜ୍ୟରୁ ଗଡ଼ିବ ବସ୍

ସୂଚନା ଅନୁସାରେ ଗତ ୬ ବର୍ଷ ହେବ ରାଜ୍ୟରେ ବନ୍ଦ ରହିଛି ଛାତ୍ର ସଂସଦ ନିର୍ବାଚନ । ୨୦୧୭ରୁ ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି । କେତେବେଳେ କରୋନା ତ ପୁଣି କେତେବେଳେ ହିଂସା ଭଳି ବିଭିନ୍ନ ବାହାନା ଦେଖାଇ ନବୀନ ସରକାରରେ କ୍ୟାମ୍ପେସରେ ଇଲେକ୍ସନ୍ ବନ୍ଦ ଥିଲା । ତେଣୁ ଆଶା କରାଯାଉଛି ନୂଆ ସରକାରରେ ପୁଣି ଛାତ୍ର ସଂସଦ ନିର୍ବାଚନ ହୋଇପାରେ ।

ପଢନ୍ତୁ ଏହି ଖବର: ‘ଖୁବଶୀଘ୍ର ଘୋଷଣା ହେବ ରତ୍ନଭଣ୍ଡାର ଖୋଲିବା ତାରିଖ ଓ ଗାଇଡଲାଇନ୍’

 

OTV is now on Whatsapp

Join and get latest news update delivered to you via whatsapp

Join Now