• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ମହମ୍ମଦ ମୋକିମଙ୍କୁ ହାଇକୋର୍ଟ ଝଟକା । ORHDC ଦୁର୍ନୀତି ମାମଲାରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ୩ ବର୍ଷ ଜେଲ୍ ଦଣ୍ଡାଦେଶକୁ କାଏମ୍ ରଖିଲେ ଉଚ୍ଚ ଅଦାଲତ । ତଳକୋର୍ଟଙ୍କ ରାୟରେ କୌଣସି ତ୍ରୁଟି ନ ଥିବା ଦର୍ଶାଇ, ମୋକିମ ପୂର୍ବରୁ ପାଇଥିବା ଜାମିନକୁ ମଧ୍ୟ ପ୍ରତ୍ୟାହାର କରିନେଇଛନ୍ତି ହାଇକୋର୍ଟ । ଆଜିର ଏହି ରାୟ ପରେ, ମୋକିମ ଗିରଫ ହେବାର ଆଶଙ୍କା ବଢ଼ିବା ସହିତ, ଆଗାମୀ ନିର୍ବାଚନରେ ଲଢ଼ିବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି । ତାଙ୍କର ରାଜନୈତିକ ଭବିଷ୍ୟତକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା ।

ଅନ୍ୟପକ୍ଷରେ ମୋକିମ କହିଛନ୍ତି ଯେ, ଆଇନର ବ୍ୟବସ୍ଥା ଅନୁସାରେ ଆଗକୁ ଆଉ କ’ଣ ପଦକ୍ଷେପ ନିଆଯାଇପାରିବ ସେନେଇ ଓକିଲଙ୍କ ସହ ଆଲୋଚନା କରିବି । ବିଜେଡି ମଧ୍ୟ ଏ ସଂପର୍କରେ ପ୍ରତିକ୍ରିୟା ରଖିଛି । ସୂଚନା ଯୋଗ୍ୟ ଯେ, ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ ବା ORHDC ଦୁର୍ନୀତି ମାମଲାରେ ମହମ୍ମଦ ମୋକିମଙ୍କ ସହ ORHDCର ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ, କଂପାନୀ ସେକ୍ରେଟାରୀ ଏବଂ ମେଟ୍ରୋ ବିଲଡର୍ସର ନିର୍ଦ୍ଦେଶକଙ୍କୁ ୨୦୨୨ ସେପ୍ଟେମ୍ବର ୨୯ରେ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଥିଲେ ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ମୋକିମ ହାଇକୋର୍ଟରେ ଏହାକୁ ଚାଲେଞ୍ଜ କରିବା ପରେ, ପ୍ରାରମ୍ଭିକ ଶୁଣାଣିରେ ଏହି ରାୟ ଉପରେ ସ୍ଥଗିତାଦେଶ ଲଗାଇଥିଲେ ଉଚ୍ଚ ଅଦାଲତ ।