Advertisment

ସମ୍ବଲପୁରରୁ ଲଢିବେ କି ପ୍ରଣବ ପ୍ରକାଶ ଦାସ ? ରୋହିତ ପୂଜାରୀଙ୍କ ମନ୍ତବ୍ୟ ପରେ ବଢ଼ିଲା ଚର୍ଚ୍ଚା

ରୋହିତ ପୂଜାରୀ କହିଛନ୍ତି, ଯଦି ପ୍ରଣବ ପ୍ରକାଶ ଦାସ ଲଢନ୍ତି ଆମେ ସମ୍ବଲପୁର ସଂସଦୀୟ କ୍ଷେତ୍ରର ୭ଟି ଯାକ ବିଧାନସଭା ସହ ଆଖପାଖ ସମସ୍ତ ଲୋକସଭା ଆସନ ଜିତିବୁ।

author-image
Santosh Kumar Sahoo
Pranab Prakash Das

Pranab Prakash Das

ସମ୍ବଲପୁରରୁ ସାଂସଦ ପ୍ରାର୍ଥୀ ହେବେ କି ପ୍ରଣବ ପ୍ରକାଶ ଦାସ ? ରେଢାଖୋଲ ବିଧାୟକ ତଥା ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ରୋହିତ ପୂଜାରୀଙ୍କ ମନ୍ତବ୍ୟ ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ରୋହିତ ପୂଜାରୀ କହିଛନ୍ତି, ଯଦି ପ୍ରଣବ ପ୍ରକାଶ ଦାସ ଲଢନ୍ତି ଆମେ ସମ୍ବଲପୁର ସଂସଦୀୟ କ୍ଷେତ୍ରର ୭ଟି ଯାକ ବିଧାନସଭା ସହ ଆଖପାଖ ସମସ୍ତ ଲୋକସଭା ଆସନ ଜିତିବୁ। କିନ୍ତୁ ଏ ପ୍ରସଙ୍ଗରେ ଚୂଡାନ୍ତ ନିଷ୍ପତ୍ତି ଆମେ ନେଇ ପାରିବୁନି । ଯଦି ପ୍ରଣବ ପ୍ରକାଶ ଦାସଙ୍କୁ ସମ୍ବଲପୁର ସାଂସଦ ପ୍ରାର୍ଥୀ କରାଯାଏ ତେବେ ଆମେ ସ୍ୱାଗତ କରିବୁ।

Advertisment

ସେପଟେ ଏହାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେପି। ବିଧାୟକ ନାଉରି ନାୟକ କହିଛନ୍ତି, କେବଳ ଚର୍ଚ୍ଚାକୁ ଆସିବା ପାଇଁ ଏଭଳି ବୟାନ ଦେଉଛନ୍ତି । ସମ୍ବଲପୁର ସହ ପଶ୍ଚିମ ଓଡ଼ିଶାରେ ଲୋକଙ୍କର ଭାରତୀୟ ଜନତା ପାର୍ଟି ଉପରେ ଆସ୍ଥା ରହିଛି। ଆମେ ସମ୍ବଲପୁର ଲୋକସଭା ଆସନ ସହ ସମସ୍ତ ୭ଟି ବିଧାନସଭା ଆସନ ଜିତିବୁ ।

Odisha Sambalpur Pranab Prakash Das Lok Sabha Election
Advertisment
Advertisment