/odishatv-khabar/media/post_attachments/uploadimage/library/16_9/16_9_0/Black_Rose_1670331925.jpg)
Black Rose
ପୁଣି ଉଠିଲା ବ୍ଲାକ୍ ରୋଜ କଥା । ଦିନେ ସାରା ଓଡ଼ଶା ତଥା ଦେଶରେ ବ୍ଲାକ୍ ରୋଜ ବୁଡ଼ି ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏବେ ପୁଣି ସେହି କଥା ଉଠିଛି । ବ୍ଲାକ୍ ରୋଜ୍ ଜାହାଜ ବୁଡି ଘଟଣା ମାମଲାରେ ସିବିଆଇ ତଦନ୍ତ ବନ୍ଦକୁ ନେଇ ପ୍ରଶ୍ନ ଉଠାଇଛି ସୂଚନା ଅଧିକାର ଅଭିଯାନ । ପାରାଦୀପ ବନ୍ଦରଠାରୁ ୫ କିଲୋମିଟର ଦୂରରେ ସମୁଦ୍ର ପତନରେ ବୁଡ଼ି ଯାଇଥିବା ବ୍ଲାକରୋଜ ଜାହାଜର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସତ୍ୟ ପ୍ରକାଶ ନାୟକ ।
ଆଜି ଓଡିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ୨୦୦୯ ମସିହା ସେପ୍ଟେମ୍ବର ୯ ତାରିଖରେ ୨୩,୮୪୭ ମେଟ୍ରିକ୍ ଟନ୍ର ଲୁହାପଥର ଏବଂ ୯୨୦ ମେଟ୍ରିକ୍ ଟନ୍ର ଫରନେସ୍ ତେଲ ନେଇ ଚୀନ୍ ଅଭିମୁଖେ ଯାଉଥିବା ଏମ୍. ଭି. ବ୍ଲାକ୍ ରୋଜ୍ ଜାହାଜ ପାରାଦୀପଠାରେ ସମୁନ୍ଦ୍ର ପତନରେ ବୁଡ଼ି ଯାଇଥିଲା । ଏଥିଯୋଗୁଁ ଅନେକ ଗୁଡ଼ିଏ ବଡ଼ ବଡ଼ ଦୁର୍ଘଟଣା ବି ଘଟିଥିଲା । ଏବେ ବି ମତ୍ସ୍ୟଜୀବୀମାନଙ୍କ ଭିତରେ ସେନେଇ ଭୟ ରହିଛି । ଆଜି ଘଟଣାକୁ ୧୪ ବର୍ଷ ବିତିଯାଇଛି । ହେଲେ ଏହି ଘଟଣାର ସିବିଆଇ ତଦନ୍ତ କାହିଁକି ହେଉ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ଏନେଇ ପ୍ରତିପକ୍ଷର ପ୍ରତିକ୍ରିୟା ମିଳିପାରିନାହିଁ ।
(Satyaprakash Nayak)/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)