• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଷ୍ଟ୍ରପତି ନିର୍ବାଚନ ନେଇ ଜୋର ଧରିଲାଣି ଅଙ୍କକଷା । ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ କରିବ ବିଜେଡି ? ଏହାକୁ ନେଇ ଏବେ ଲାଗି ରହିଛି କଳ୍ପନାଜଳ୍ପନା । ବିଜୁ ଜନତା ଦଳ ସବୁବେଳେ ଗୋଟିଏ ଧାରାରେ ଏପର୍ଯ୍ୟନ୍ତ ନିଜକୁ ପ୍ରମାଣିତ କରି ଆସିଛି । ଦଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଓ ଓଡ଼ିଶାର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବିଜେଡି ବିଧାୟକ ଶଶୀଭୂଷଣ ବେହେରା । ବିଜେଡି ଯାହା ବି କରିବ ଜାତୀୟ ମର୍ଯ୍ୟାଦାକୁ ଦୃଷ୍ଟିରେ ରଖି କରିବ ବୋଲି ସେ ଦୋହରାଇଛନ୍ତି ।

ଅନ୍ୟପଟେ ବିଜେପି କାହାକୁ କରିବ ରାଷ୍ଟ୍ରପତି ପ୍ରାର୍ଥୀ ? ଏନେଇ ଏବେ ଚର୍ଚ୍ଚା ଜୋର ଧରିଛି । କାରଣ ବିଜେପି ଯାହାକୁ ପ୍ରାର୍ଥୀ କରିବ ଆପାତତଃ ସିଏ ହିଁ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବେ । ତେବେ ଏହାରି ଭିତରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । ଜୁଏଲ ଓରାମ ବିଜେପି ପକ୍ଷରୁ ରାଷ୍ଟ୍ରପତି ପ୍ରର୍ଥୀ ହୋଇପାରନ୍ତି ବୋଲି କୁହାଯାଉଛି । ବିଭିନ୍ନ ଗଣମାଧ୍ୟରେ ଏହାକୁ ନେଇ ଖୁବ୍‌ ଆଲୋଚନା ମଧ୍ୟ ହେଲାଣି ।

ତେବେ  ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜୁଏଲ । ଗଣମାଧ୍ୟମରେ ଏନେଇ ଚର୍ଚ୍ଚା ହେଉଛି, ହେଲେ ଏସମ୍ପର୍କରେ ସେ କିଛି କହିବେନି ବୋଲି କହିଛନ୍ତି । ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ହେବ । ଏହାପୂର୍ବରୁ ବିଜେପି ଓ ବିରୋଧୀଙ୍କ ପକ୍ଷରୁ କାହାକୁ ପ୍ରାର୍ଥୀ କରାଯିବ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି ।