Advertisment

ବଲଙ୍ଗିରର ସମସ୍ୟା କିଏ କରିବ ସମାଧାନ ? ବିଜେପି-ବିଜେଡି ନା ପୁଣି କଂଗ୍ରେସ ?

୨୦୧୮ରୁ ମେଡିକାଲ କଲେଜ ଅସ୍ଥାୟୀ ଭାବେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚାଲିଥିବା ବେଳେ ଏଯାଏଁ ନୂଆ ବିଲ୍ଡିଂକୁ ସ୍ଥାନାନ୍ତରଣ ହୋଇପାରିନି। ଡାକ୍ତର ଅଭାବରୁ ଏହା କେବଳ ରେଫରାଲ ହସ୍ପିଟାଲର ଆଖ୍ୟା ଅର୍ଜନ କରିଛି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Balangir Politics

Balangir Politics

ରାଜ୍ୟ ରାଜନୀତିର ଟାଣୁଆ ନେତାଙ୍କ ଅଭାବ ନଥିବା ବଲାଙ୍ଗିର ନିର୍ବାଚନମଣ୍ଡଳୀରେ ପ୍ରସଙ୍ଗର ବି ଲମ୍ବା ତାଲିକା। କାମ ଅଭାବରୁ ଦାଦନ ସମସ୍ୟା ଏଠାକାର ଚିର ସହଚର। ତା ସହ ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ ସବୁଥିରେ ବଲାଙ୍ଗିର ପଛୁଆ ବୋଲି ଚର୍ଚ୍ଚାରେ ବିରାମ ଲାଗିନି । ସେ ଭିତରେ ଖୋର୍ଦ୍ଧା - ବଲାଙ୍ଗିର ରେଳପଥରେ ମନ୍ଥରତା, ଲୋୟର ସୁକତେଲ ପ୍ରକଳ୍ପକୁ ନେଇ ଶ୍ରେୟ ଦାବି ଭଳି ପ୍ରସଙ୍ଗ ଏଥର ନିର୍ବାଚନରେ ମୁଖ୍ୟ ମୁଦ୍ଦା ସାଜିପାରେ।

Advertisment

ସମସ୍ୟା ଓ ପ୍ରସଙ୍ଗରେ ଭରା ବଲାଙ୍ଗିର ବିଧାନସଭା କ୍ଷେତ୍ର। ଦାଦନ, ନିଯୁକ୍ତି, ସ୍ୱାସ୍ଥ୍ୟ, ଯୋଗାଯୋଗ, ଜଳସେଚନ ଭଳି ଅନେକ ସମସ୍ୟାରେ ଜର୍ଜରିତ ବଲାଙ୍ଗିର। ସରକାରୀ ଯୋଜନା ବାଟମାରଣା ପାଇଁ ଲୋକଙ୍କ ହାତରେ କାମ ନଥିବାର ସବୁବେଳେ ଏଠି ଲମ୍ବା ଅଭିଯୋଗ। ସେଥିପାଇଁ ଆଜି ବି ଦାଦନ ଏଠାକର ସବୁଠୁ ବଡ଼ ସମସ୍ୟା। ଜିଲ୍ଳାର ୧୪ରୁ ପ୍ରାୟ ୧୦ଟି ବ୍ଲକ୍ ଉପରେ ଦାଦନ ପ୍ରବଣ ଅଞ୍ଚଳ ଟ୍ୟାଗ୍ ଲାଗିଛି। ସେପଟେ ବଲାଙ୍ଗିର ସହ ସୋନପୁର ଜିଲ୍ଲାକୁ ଜଳସେଚନ ପାଇଁ ସ୍ବପ୍ନର ଲୋୟର ସୁକତେଲ ପ୍ରକଳ୍ପ କାମ ଦୀର୍ଘ ଦୁଇ ଦଶନ୍ଧି ପରେ ଏବେ ବାସ୍ତବ ରୂପ ନେବାକୁ ଯାଉଛି। ତେବେ ତା ପୂର୍ବରୁ ଏହାକୁ ନେଇ ଜୋର ଧରିବାକୁ ଯାଉଛି ଶ୍ରେୟ ରାଜନୀତି।

ସେହିଭଳି ପ୍ରାକ ସ୍ୱାଧିନତା ସମୟର ପରିକଳ୍ପନା ଖୋର୍ଦ୍ଧା-ବଲାଙ୍ଗିର ରେଳପଥ, ଗତ ୪ଟି ନିବାର୍ଚନରେ ପ୍ରସଙ୍ଗ ହୋଇଛି, ଏଥର ବି ହେବ। ସେହିପରି ଜନବହୁଳତା ଦୃଷ୍ଟିରୁ ସହରରେ ବାଇପାସ ନିର୍ମାଣ ବି ଦୀର୍ଘ ଦିନର ଦାବି। ସହରୀ ଭୋଟରଙ୍କ ପାଇଁ ଏ ପ୍ରସଙ୍ଗ ଖୁବ ମହତ୍ୱ ରଖେ।

Advertisment

କୃଷି ଭିତ୍ତିକ ବଲାଙ୍ଗିର ଜିଲ୍ଳାର ଅନ୍ୟତମ ପ୍ରମୁଖ ସମସ୍ୟା ଶିଳ୍ପ ଓ କଳ କାରଖାନାର ଅଭବ। ଆଗରୁ ଯାହା ଥିଲା ତାହା ଏବେ ରୁଗଣ ଅବସ୍ଥାରେ। ବିଜୟାନନ୍ଦ ଚିନିକଳ ଖତ ଖାଉଛି। ଏପଟେ ଜିଲ୍ଲାରେ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ କାର୍ଯ୍ୟକ୍ଷମ ପରେ ବି ଦୂର ହୋଇ ପାରିନି ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା। ୨୦୧୮ରୁ ମେଡିକାଲ କଲେଜ ଅସ୍ଥାୟୀ ଭାବେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚାଲିଥିବା ବେଳେ ଏଯାଏଁ ନୂଆ ବିଲ୍ଡିଂକୁ ସ୍ଥାନାନ୍ତରଣ ହୋଇପାରିନି। ଡାକ୍ତର ଅଭାବରୁ ଏହା କେବଳ ରେଫରାଲ ହସ୍ପିଟାଲର ଆଖ୍ୟା ଅର୍ଜନ କରିଛି।

ଶିକ୍ଷା କ୍ଷେତ୍ରରେ ବି ବଲାଙ୍ଗିର ପଛୁଆ ବୋଲି ଚର୍ଚ୍ଚା ଥମୁନି। ଯଦିଓ ନିକଟରେ ରାଜ୍ୟ ସରକାର ରାଜେନ୍ଦ୍ର କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେଇଛନ୍ତି, କିନ୍ତୁ ୯୫ ପ୍ରତିଶତ ଅଧ୍ୟାପକ ପଦବୀ ଖାଲି ପଡ଼ିଥିବାରୁ ଏହା ବି ଏଥର ନିର୍ବାନରେ ପ୍ରସଙ୍ଗ ହେବାକୁ ଯାଉଛି ।

BJD BJP Congress Odisha Politics General Elections 2024 Sattara Satranj
Advertisment
Advertisment