Advertisment

୩ ରାଜ୍ୟସଭା ସିଟ୍ ପାଇଁ କାହାକୁ ବାଛିବ ବିଜେଡି ? ଆଗରେ ସନ୍ତୃପ୍ତ ମିଶ୍ର ଓ ପିନାକୀ

ରାଜ୍ୟସଭା ରେସ୍ ପାଇଁ ଏକାଧିକ ଆଶାୟୀ। ଅଙ୍କ କଷୁଛି ବିଜେଡି। ନାଁ କୁ ନେଇ ବଢୁଛି ଚର୍ଚ୍ଚା। କେଉଁ ବର୍ଗକୁ ଟିକଟ୍ ଦେଲେ ସାଧାରଣ ନିର୍ବାଚନରେ ଦଳକୁ ମିଳିବ ଫାଇଦା ତାକୁ ଦିଆଯାଉଛି ଗୁରୁତ୍ୱ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

Rajya Sabha Election

କିଏ ଯିବେ ରାଜ୍ୟସଭା। ଖାଲି ପଡୁଥିବା ୩ ରାଜ୍ୟସଭା ସିଟ୍ ପାଇଁ ବିଜେଡି କାହାକୁ ବାଛିବ। ପ୍ରାର୍ଥିପତ୍ର ଦାଖଲକୁ ଆଉ ମାତ୍ର ପାଞ୍ଚ ଦିନ ବାକି ଥିବାବେଳେ ପାୱାର କରିଡରରେ ହଲଚଲ୍। ସରପ୍ରାଇଜ୍ କାର୍ଡ ଖେଳିବାରେ ମାହିର ନବୀନ ଏଥର ନୂଆ ମୁହଁକୁ ସାମନାକୁ ଆଣିପାରନ୍ତି। ସଂଖ୍ୟା ଗରିଷ୍ଠତା ବିଜେଡି ପାଖରେ ଅଛି ସତ। କିନ୍ତୁ ଅଶ୍ୱିନୀ ବୈଷ୍ଣବଙ୍କ ଭଳି ବିଜେପି-ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ଏଥର ଦେଖିବାକୁ ମିଳିବ ନା ନାହିଁ ତାକୁ ନେଇ ବି ଚର୍ଚ୍ଚା ଜୋର୍।

Advertisment

ରାଜ୍ୟସଭା ରେସ୍ ପାଇଁ ଏକାଧିକ ଆଶାୟୀ। ଅଙ୍କ କଷୁଛି ବିଜେଡି। ନାଁ କୁ ନେଇ ବଢୁଛି ଚର୍ଚ୍ଚା। କେଉଁ ବର୍ଗକୁ ଟିକଟ୍ ଦେଲେ ସାଧାରଣ ନିର୍ବାଚନରେ ଦଳକୁ ମିଳିବ ଫାଇଦା ତାକୁ ଦିଆଯାଉଛି ଗୁରୁତ୍ୱ। କାରଣ ଦୁଇ ମାସ ପରେ ସାଧାରଣ ନିର୍ବାଚନ। ତେବେ ଗତକାଲି ବିଜେଡିରେ ଯୋଗ ଦେଇଥିବା ସଂତୃପ୍ତ ମିଶ୍ରଙ୍କ ନାଁ ସବୁଠୁ ଆଗରେ। ଦଳରେ ମିଶୁ ମିଶୁ ତାଙ୍କୁ ମିଳିଛି ଜାତୀୟ ମୁଖପାତ୍ର ପଦବୀ। ଅର୍ଥାତ ଦିଲ୍ଲୀସ୍ତରର ଦଳୀୟ ପଦବୀ ମିଳିଥିବାରୁ ବିଜେଡି ତାଙ୍କୁ ରାଜ୍ୟସଭା ପଠାଇବାର ଯଥେଷ୍ଟ ସମ୍ଭାବନା ରହିଛି। ସେହିପରି ପୁରୀ ସାଂସଦ ପିନାକୀ ମିଶ୍ର ଏଥର ଲୋକସଭା ନିର୍ବାଚନ ନ ଲଢି ରାଜ୍ୟସଭାକୁ ଯାଇପାରନ୍ତି। ଏହାବାଦ୍ ଭାଷା ଓ ସାହିତ୍ୟ କ୍ଷେତ୍ରରୁ ତୃତୀୟ ପ୍ରାର୍ଥୀଙ୍କୁ ଦଳ ପଠାଇପାରେ ବୋଲି ଚର୍ଚ୍ଚା ହେଉଛି।

ଅପରପକ୍ଷେ ମହିଳା କାର୍ଡ ମଧ୍ୟ ନବୀନ ଖେଳିପାରନ୍ତି। ବିଜେଡି ପାଖରେ ସଂଖ୍ୟା ଗରିଷ୍ଠତା ରହିଛି। କିନ୍ତୁ ସମୀକରଣ ଦୃଷ୍ଟିରୁ ପ୍ରାର୍ଥୀ ଚୟନ ଦଳ ପାଇଁ ବେଶ୍ ଚାଲେଞ୍ଜିଂ ହୋଇପାରେ। ବିଜେପି କହିଛି ରାଜ୍ୟସଭା ସଂକ୍ରାନ୍ତରେ ନିଷ୍ପତ୍ତି ହାଇକମାଣ୍ଡ ନେବେ। ବିଜେଡି କହିଛି ସୁପ୍ରିମୋ ଠିକ୍ ସମୟରେ ରାଜ୍ୟସଭା ଲାଗି ନାଁ ଘୋଷଣା କରିବେ। ଅନ୍ୟପଟେ କଂଗ୍ରେସର ଯୁକ୍ତି ଅଶ୍ୱିନୀ ବୈଷ୍ଣବଙ୍କ ଭଳି ଏଥର ମଧ୍ୟ ବିଜେପି ଓ ବିଜେଡି ମିଳିତ ପ୍ରାର୍ଥୀ ଦେଇପାରନ୍ତି।

Advertisment

ରାଜ୍ୟସଭା ସିଟ୍ ଅଙ୍କ କହୁଛି ୩ ଆସନ ପାଇଁ ଆବଶ୍ୟକ ହେଉଛି ୧୧୧ ବିଧାୟକଙ୍କ ଭୋଟ୍। ୪ ବିଧାୟକ- ପ୍ରଦୀପ ପାଣିଗ୍ରାହୀ, ପ୍ରଶାନ୍ତ ଜଗଦେବ, ସୌମ୍ୟରଂଜନ ପଟ୍ଟନାୟକ ଓ ସୁଧାଂଶୁ ଶେଖର ପରିଡ଼ାଙ୍କୁ ଦଳରୁ ବହିଷ୍କାର ଓ ଗତକାଲି ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ଇସ୍ତଫା ଯୋଗୁଁ ଏବେ ବିଧାନସଭାରେ ବିଜେଡି ବିଧାୟକ ସଂଖ୍ୟା ୧୦୮। ଅନ୍ୟପକ୍ଷରେ ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ପାତ୍ରଙ୍କ ବିୟୋଗ ପରେ ନିର୍ବାଚନ ହୋଇ ନ ଥିବାରୁ ଏବେ ଗୃହରେ ମୋଟ୍ ସଦସ୍ୟଙ୍କ ସଂଖ୍ୟା ୧୪୭ ବଦଳରେ ୧୪୬। ହେଲେ ଆବଶ୍ୟକ ପଡ଼ିଲେ ସେକେଣ୍ଡ ପ୍ରିଫରେନ୍ସରେ ମଧ୍ୟ ଦଳର ୩ ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ। କାହିଁକି ନା ବିରୋଧୀଙ୍କ ସଂଖ୍ୟା ମିଶିଲେ ମଧ୍ୟ ଆବଶ୍ୟକ ଭୋଟ୍ ପୂରଣ ହେଉନାହିଁ।

ଦଳର ଦୁଇ ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ଓ ରମେଶ ଚ୍ୟାଉ ପଟ୍ଟନାୟକ ଗତ ନିର୍ବାଚନ ବେଳେ ପ୍ରତିଶ୍ରୁତି ପାଇଥିବାରୁ ଏବେ ବି ରାଜ୍ୟସଭା ଯିବା ଆଶାରେ। ତେଣୁ ରାଜ୍ୟସଭା ଲାଗି ଦଳ କେଉଁମାନଙ୍କୁ ବାଛୁଛି ଏବଂ କୁହୁଳୁଥିବା ଅସନ୍ତୋଷକୁ କିପରି ପ୍ରଶମିତ କରୁଛି ତା ଉପରେ ନଜର।

BJD Rajya Sabha Rajya Sabha Election
Advertisment
Advertisment