• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଂଗ୍ରେସରେ ହେବ କି ଥରୁର-ଦିଗବିଜୟ ଫାଇଟ୍ ? ସଭାପତି ପାଇଁ ଲଢିବେ କି ଦୁଇ ବରିଷ୍ଠ ନେତା ? ଦଳର ଅଧ୍ୟକ୍ଷ ରେସ୍‌ରୁ ଗେହଲଟ୍ ବାଦ ପଡ଼ିବା ସହ ଏହି ଦୌଡରେ ସାମିଲ ହୋଇଛନ୍ତି ବରିଷ୍ଠ ନେତା ଦିଗବିଜୟ ସିଂହ । ଦିଗବିଜୟ ଗତକାଲିି ଦିଲ୍ଲୀ ଆସି ନାମାଙ୍କନପତ୍ର ସଂଗ୍ରହ କରିଥିଲେ । ଆଜି ସେ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି କହିଛନ୍ତି ।

ସେହିପରି ସଭାପତି ପଦ ପାଇଁ ନିର୍ବାଚନ ଲଢିବେ ବୋଲି ପୂର୍ବରୁ ଘୋଷଣା କରିଥିବା ଶଶୀ ଥରୁର ମଧ୍ୟ ଆଜି ନାମାଙ୍କନପତ୍ର ଦାଖଲ କରିବା ସମ୍ଭାବନା ରହିଛି । ଆସନ୍ତା ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ନିର୍ବାଚନ । ଏଥିପାଇଁ ଆଜି ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ସେପଟେ କଂଗ୍ରେସ ସଭାପତି ରେସରେ ସବୁଠୁ ଆଗରେ ଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବେ ଏହି ପ୍ରତିଯୋଗିତାରୁ ଓହରି ଯାଇଛନ୍ତି ।

କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିବା ପରେ ନୈତିକତା ଦୃଷ୍ଟିରୁ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢିବେନି ବୋଲି ସେ କହିଛନ୍ତି । ସୋନିଆ ଗାନ୍ଧିଙ୍କୁ ଏନେଇ ଅବଗତ କରିବା ସହ କ୍ଷମା ପ୍ରାର୍ଥନା କରିଥିବା କହିଛନ୍ତି ଗେହଲଟ୍ । ଏହାରି ଭିତରେ ରାଜସ୍ଥାନ କଂଗ୍ରେସକୁ ନେଇ ଅସ୍ଥିରତା ଲାଗି ରହିଛି । ଗେହଲଟ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ର୍ନିବାଚନ ଲିଢିବେ ନାହିଁ ବୋଲି କହିବା ପରେ ସଚିନ ପାଇଲଟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି ।

ତେବେ ଏହାରି ଭିତରେ ଆଉ ଏକ ଖବର ମଧ୍ୟ ଏବେ ଖୁବ୍‌ ଚର୍ଚ୍ଚାରେ । ଥରୁର-ଦିଗବିଜୟ ଫାଇଟ୍ ଭିତରେ ଏଣ୍ଟ୍ରି ମାରିଛନ୍ତି ମଲ୍ଲିକାର୍ଜୁନ ଖାଡ଼ଗେ । ଗତକାଲି ବିଲମ୍ବିତ ରାତିରେ ସୋନିଆ ଗାନ୍ଧିଙ୍କୁ ଭେଟିବା ପରେ ଆଜି ଏନେଇ ଚର୍ଚ୍ଚା ଜୋର ଧରୁଛି । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ଖାଡ଼ଗେ ତୃତୀୟ ପ୍ରାର୍ଥୀ ଭାବେ ଆଜି ନାମାଙ୍କନ ଦାଖଲ କରିବେ । ଖାଲି ଖାଡଗେ ନୁହଁନ୍ତି ମନିଷ ତିୱାରୀ ବି ପାର୍ଟିି ସଭାପତି ଭାବେ ନୋମିନେସନ୍ ଫାଇଲ୍ କରିପାରନ୍ତି । ଯଦି, ଏପରି ହୁଏ ତାହେଲେ ବେଶ ରୋଚକ ହେବ କଂଗ୍ରେସ ସଭାପତି ନିର୍ବାଚନ । ଆଜି ନାମାଙ୍କନ ଦାଖଲର ଶେଷ ତାରିଖ ଥିବାରୁ କଂଗ୍ରେସ କ୍ୟାମ୍ପ ସରଗରମ ହୋଇଛି । 

ଏଭଳି ପରିସ୍ଥିତିରେ ଗେହଲଟ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦ ରଖିବେ ନା ଛାଡ଼ିବେ ? ଏନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଥିବା ବେଳେ ଗେହଲଟ କହିଛନ୍ତି ଏହା ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧି ନିଷ୍ପତି ନେବେ । ସେପଟେ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ବିଜେପି ନେତା ସେହଜାଦ୍ ପୁନାଓ୍ୱାଲା ସମଲୋଚନା କରିଛନ୍ତି ।କଂଗ୍ରେସର ଏହି ନିର୍ବାଚନ ଫିକ୍ସ ବୋଲି କହିଛନ୍ତି ପୁନାଓ୍ୱାଲା ।