• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଂଗ୍ରେସ ଛାଡ଼ିବା ପରେ ବିଜୟ ପଟ୍ଟନାୟକ ତାଙ୍କ ମନ କଥା ପ୍ରକାଶ କରିଛନ୍ତି। ଓଟିଭିକୁ ସେ ଦେଇଥିବା ଏକ ସାକ୍ଷାତକାରର କିୟଦଂଶ ଏଠାରେ ଦିଆଯାଉଛି।

ଓଟିଭି: ଇସ୍ତଫାର ଦେବାର କାରଣ କ’ଣ ?

ବିଜୟ- ମୁଁ ଦଳ ଛାଡ଼ିବା ପାଇଁ ନିଷ୍ପତ୍ତି ନେଲି । କାରଣ ମୋର ଫିଲ ହେଲା, ଦଳରେ ମୋର କିଛି ଆବଶ୍ୟକ ନାହିଁ । ଯେଉଁଠି ମୋର ଆବଶ୍ୟକତା ନାହିଁ ସେଇଠି ମୁଁ ରହିବା ଉଚିତ ନୁହେଁ । ଆବଶ୍ୟକତା ନଥାଇ ରହିଲେ ମୋର ସମ୍ମାନକୁ କ୍ଷତି ପହଞ୍ଚିବ ।

ଓଟିଭି: ଆପଣ କେବେଠୁ ଅନୁଭବ କଲେ, ଦଳରେ ଆପଣଙ୍କ ଆବଶ୍ୟକତା ନାହିଁ ବା ଆପଣଙ୍କ ଗୁରୁତ୍ୱ ନାହିଁ ? ଦଳ ଆପଣଙ୍କୁ ଟିକଟ ବି ଦେଇଥିଲା ।

ବିଜୟ: କିଛି ଦିନ ହେବ ମୁଁ ଅନୁଭବ କରୁଥିଲି ସେଥିପାଇଁ ମୁଁ ଏଭଳି ନିଷ୍ପତ୍ତି ଦେଲି ।

ଓଟିଭି- ଆପଣ ପ୍ରଚାର କମିଟିର ଅଧ୍ୟକ୍ଷ ଥିଲେ, କିନ୍ତୁ ଯଥେଷ୍ଟ ସମୟ ଦେଇପାରୁନଥିଲେ । ସେଥିପାଇଁ ଆପଣଙ୍କୁ ପଦରୁ ହଟାଗଲା । ଏକଥା ଦଳର ନେତାମାନେ କହୁଛନ୍ତି ।

ବିଜୟ- ଏହା ସମ୍ପୂର୍ଣ୍ଣ ମିଥ୍ୟା । ମୁଁ ଯଥେଷ୍ଟ ସମୟ ଦେଇଛି । ଖରା ବର୍ଷା ଶୀତ, ସବୁବେଳେ ଦଳ ପାଇଁ କାମ କରିଛି । ଅନେକ ଗାଁ ବୁଲିଛି । ଅନେକ ଜିଲ୍ଲା ବୁଲିଛି ।

ଓଟିଭି- ଆପଣଙ୍କ ଅଭିଯୋଗ କେନ୍ଦ୍ରୀୟ ନେତୃତ୍ୱ ପ୍ରତି ରହିଛି ନା ରାଜ୍ୟ ନେତୃତ୍ୱ ପ୍ରତି ?

ବିଜୟ- ମୁଁ ଯାହା ନିଷ୍ପତ୍ତି ନେଇଛି ସେଇଟା ମୋର ସାମଗ୍ରିକ ଫିଲିଂସ । ମୁଁ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ କାରଣରୁ ଇସ୍ତଫା ଦେଇନି । ମୁଁ ଦଳ ପାଇଁ ଇସ୍ତଫା ଦେଇଛି ।

ଓଟିଭି- ଏମିତି ଫିଲିଂସ ଅନ୍ୟ ନେତାଙ୍କ ମଧ୍ୟରେ ରହିଛି କି ?

ବିଜୟ- ମୁଁ ସେ ବିଷୟରେ କହିପାରିବିନି । ମୁଁ ମୋ କଥା କହିଲି । ମୁଁ ମୋ ନିଷ୍ପତ୍ତି ନେଇଛି ।

ଓଟିଭି- ଆପଣ କ’ଣ ଚାହୁଁଥିଲେ ? କଂଗ୍ରେସରେ କ’ଣ ପରିବର୍ତ୍ତନ କରିବାକୁ ଚାହୁଁଥିଲେ ? ଯାହା ଆପଣ କରିପାରିଲେ ନାହିଁ ?

ବିଜୟ- କଂଗ୍ରେସକୁ ପୁଣି ଥରେ ଗଢ଼ିବାକୁ ମୁଁ ଚାହୁଁଥିଲି । ପୁଣି ସଶକ୍ତ ହେଉ ଦଳ । ଯୁବକ ମାନେ ଆଗକୁ ଆସନ୍ତୁ । କିନ୍ତୁ କାଳକ୍ରମେ ମୁଁ ଦେଖିଲି, ଏସବୁ ପ୍ରତି ଦଳ ଦୃଷ୍ଟି ଦେଉ ନାହିଁ । ଏଗୁଡ଼ା କିଛି ତାଙ୍କୁ ଫରକ ପଡ଼ୁନାହିଁ ।

ଓଟିଭି- ଆପଣ ଯାହା ଚାହୁଁଥିଲେ ତାହା କରିପାରିଲେ ନାହିଁ । ଏଥିପାଇଁ ବାଧା କେଉଁଠୁ ଉପୁଜିଲା ?

ବିଜୟ- ମୁଁ ଯାହା କହିବାକୁ ଚାହୁଁଥିଲି ବା କରିବାକୁ ଚାହୁଁଥିଲି ଦଳ ତାହା ଗ୍ରହଣ କଲା ନାହିଁ ।

ଓଟିଭି- ଏଥିପାଇଁ ଆପଣ ପିସିସି ସଭାପତିଙ୍କୁ ଦାୟୀ କରିବେ କି ?

ବିଜୟ- ନାଁ ମୁଁ ଏଥିପାଇଁ କାହାକୁ ନିର୍ଦ୍ଧିଷ୍ଟ ଭାବେ ଦାୟୀ କରିବାକୁ ଚାହୁଁନି । ମୁଁ ଦେଖିଲି ମୋର ଉଦେଶ୍ୟ ସଫଳ ହେଉନି । ସେଥିପାଇଁ ମୁଁ ଓହରିଲି ।

ଓଟିଭି- ଏଆଇସିସି ନିକଟରେ ଅଭିଯୋଗ କାହିଁକି କଲେ ନାହିଁ ।

ବିଜୟ- AICC ସବୁ ଜାଣିଛି । ମୋର ଅଭିଯୋଗ କରିବାର କିଛି ଆବଶ୍ୟକ ନାହିଁ ।

ଓଟିଭି- ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ହଟିବା, ଷ୍ଟିୟରିଂ କମିଟିରେ ନାଁ ନରହିବା, ପ୍ରଚାର ତାଲିକାରେ ନାଁ ନରହିବା ଇତ୍ୟାଦି ପାଇଁ ଆପଣଙ୍କୁ ଲାଗୁଛି କି ଦଳ ଆପଣଙ୍କୁ ଗୁରୁତ୍ୱ ଦେଉନଥିଲା ।

ବିଜୟ- କୌଣସି କମିଟିରେ ରହିବା ନରହିବା ଯେତିକି ଜରୁରୀ ନୁହେଁ, ତାଠାରୁ ଜରୁରୀ ହେଲା ଯଦି ଜଣେ ବ୍ୟକ୍ତିକୁ ବ୍ୟବହାର କରାଯିବ ନାହିଁ ତେବେ ସେଠାରେ ରହିବାର କିଛି ଆବଶ୍ୟକ ନାହିଁ ।

ଓଟିଭି- ଆଗକୁ ଆପଣ କ’ଣ କରିବେ ? କ’ଣ ରହିଛି ଆପଣଙ୍କ ଆଗାମୀ ପନ୍ଥା ?

ବିଜୟ- ମୁଁ ଲୋକଙ୍କ ସେବା କରିବା ପାଇଁ କଂଗ୍ରେସକୁ ଆସିଥିଲି । ତେଣୁ ମୁଁ ଏବେ ଲୋକଙ୍କ ସହ ରହିବି । ଲୋକଙ୍କ କାମ କରିବି । ମୋ ନିଜସ୍ୱ ଚେଷ୍ଟାରେ ଯେତିକି ହୋଇପାରିଲା ସେତିକି କରିବି ।

OTV is now on Whatsapp

Join and get latest news update delivered to you via whatsapp

Join Now