Advertisment

ଭୋଟ୍ ପୂର୍ବରୁ ୩ ଦଳର ଫୋକସରେ ପଶ୍ଚିମ ଓଡ଼ିଶା, ଭୋଟରଙ୍କ ଆସ୍ଥା ଜିତିବାକୁ ଜୋରଦାର କସରତ୍

ବିଜେଡି, ବିଜେପି ଓ କଂଗ୍ରେସ । ସଭିଙ୍କ ଫୋକସରେ ପଶ୍ଚିମ ଓଡ଼ିଶା। ୨୪ ନିର୍ବାଚନ ପାଇଁ ଭୋଟରଙ୍କୁ ମନେଇବା ପାଇଁ ପ୍ରସ୍ତୁତ ହୋଇଛି ରଣନୀତି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମା’ ସମଲେଶ୍ଵରୀ ପ୍ରକଳ୍ପର ଲୋକାର୍ପଣ କରିବେ।

author-image
Santosh Kumar Sahoo
Western Odisha Politics

Western Odisha Politics

୨୪ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ଦଳଙ୍କ ଫୋକସରେ ପଶ୍ଚିମ ଓଡ଼ିଶା। ମୋଦି ଆସିବେ ଆସନ୍ତା ତିନି ତାରିଖରେ, ରାହୁଲଙ୍କ ଗସ୍ତ ଫେବୃୟାରୀ ମଧ୍ୟ ଭାଗରେ। ଆଉ ଆସନ୍ତାକାଲି ନବୀନ କରିବେ ସମଲେଇ ପ୍ରକଳ୍ପର ଲୋକାର୍ପଣ। ପଶ୍ଚିମ ଓଡ଼ିଶା କବ୍‌ଜା ନେଇ ତିନି ପ୍ରମୁଖ ଦଳ ଆରମ୍ଭ କରି ଦେଇଛନ୍ତି ରାଜନୈତିକ କସରତ।

Advertisment

ବିଜେଡି, ବିଜେପି ଓ କଂଗ୍ରେସ । ସଭିଙ୍କ ଫୋକସରେ ପଶ୍ଚିମ ଓଡ଼ିଶା। ୨୪ ନିର୍ବାଚନ ପାଇଁ ଭୋଟରଙ୍କୁ ମନେଇବା ପାଇଁ ପ୍ରସ୍ତୁତ ହୋଇଛି ରଣନୀତି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମା’ ସମଲେଶ୍ଵରୀ ପ୍ରକଳ୍ପର ଲୋକାର୍ପଣ କରିବେ। ପଶ୍ଚିମ ଓଡ଼ିଶାର ଆରାଧ୍ୟା ଦେବୀ ହେଉଛନ୍ତି ମା ସମଲେଶ୍ଵରୀ । ଆଉ ସମଲେଇ ପ୍ରକଳ୍ପ ମାଧ୍ୟମରେ ବିଜେଡି ଭୋଟ ବ୍ୟାଙ୍କ ସଜାଡିବାକୁ ଲକ୍ଷ୍ୟ ରଖିଛି। ସେପଟେ ଆସନ୍ତା ଫେବୃଆରୀ ୩ ତାରିଖରେ ସମ୍ବଲପୁର ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ସାଧାରଣ ସଭା କରି ଭୋଟରଙ୍କୁ ମୋଦି ଗ୍ୟାରେଣ୍ଟି ଓ ଓଡ଼ିଶା ପାଇଁ ଥିବା ସ୍ୱପ୍ନ ସଂପର୍କରେ ଅବଗତ କରିବେ ପ୍ରଧାନମନ୍ତ୍ରୀ। ଏପଟେ ମୋଦୀଙ୍କ ଗସ୍ତ ଲାଗି ରାଜ୍ୟ ବିଜେପି ଶିବିରରେ ବି ଉତ୍ସାହ। ଏବେ ପଶ୍ଚିମ ଓଡ଼ିଶାର ୫ ସଂସଦୀୟ କ୍ଷେତ୍ର ବିଜେପି ଦଖଲରେ ରହିଛି। ୨୪ରେ ଏସବୁ ସଂସଦୀୟ କ୍ଷେତ୍ରରେ ଅଧିକ ବିଧାନସଭା ଆସନ ଅକ୍ତିଆର ଲାଗି ଦଳ ରଣନୀତି ପ୍ରସ୍ତୁତ କରୁଛି। କଂଗ୍ରେସ ବି ପଛରେ ପଡିନି। ପଶ୍ଚିମ ଓଡ଼ିଶାରେ ସଂଗଠନକୁ ସଜାଡିବା ଲାଗି ଦଳ ଉଦ୍ୟମ ଚଳାଇଛି। ଫେବୃଆରୀ ୧୪ରେ ରାହୁଲଙ୍କ ନ୍ୟାୟ ଯାତ୍ରା କଂଗ୍ରେସ ପାଇଁ ସଂଜୀବନୀ ହେବ ବୋଲି ଦଳୀୟ ନେତା ଓ କର୍ମୀ ଆଶା ରଖିଛନ୍ତି। ତା ପୂର୍ବରୁ ଦଳର ବରିଷ୍ଠ ନେତା ବସ୍‌ରେ ବୁଲିବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତା ସଂପର୍କରେ ଲୋକଙ୍କୁ ଅବଗତ କରିବେ।

Advertisment

ସାଧାରଣ ନିର୍ବାଚନକୁ ଅତି ବେଶୀରେ ଦୁଇରୁ ୩ ମାସ ବାକି। ଏହାକୁ ନେଇ ରାଜ୍ୟ ରାଜନୀତିରେ ବଢିବାରେ ଲାଗିଛି ଉଷ୍ଣତା। ୨୦୧୯ରେ କମ୍‌ ମାର୍ଜିନରେ ହାରିଥିବ ସିଟକୁ ବିରୋଧୀ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ବିଜେଡିର ନଜର ବିରୋଧୀଙ୍କ ଶକ୍ତି ବଢୁଥିବା ଆସନ ଉପରେ। ରାଜନୈତିକ ସମୀକ୍ଷକଙ୍କ ମତରେ ମୋଦି ପଶ୍ଚିମ ଓଡ଼ିଶାରୁ ନିର୍ବାଚନୀ ବିଗୁଲ ବଜାଇବେ, ଯାହାର ବଡ଼ ପ୍ରଭାବ ଆସନ୍ତା ନିର୍ବାଚନ ଫଳାଫଳରେ ଦେଖିବାକୁ ମିଳିପାରେ। ତାକୁ ଦୃଷ୍ଟିରେ ରଖି ବିଜେଡ଼ି ସମଲେଇ ପ୍ରକଳ୍ପ ମାଧ୍ୟମରେ ଲୋକଙ୍କ ଆସ୍ଥା ଜିଣିବାକୁ ଚେଷ୍ଟା କରୁଛି।

ପଶ୍ଚିମ ଓଡ଼ିଶାରେ ବିଜେପି ନିଜ ସ୍ଥିତି ଦୃଢ କରୁଥିବା ବେଳେ ବିଜେଡି ପାଇଁ ଚାଲେଞ୍ଜ ହେବ ତୀବ୍ର ଗୋଷ୍ଠୀ କନ୍ଦଳ। ତେବେ ଏଥିରୁ ବିଜେପି ଓ କଂଗ୍ରେସ କେତେ ମାଇଲେଜ ନେଉଛନ୍ତି ତାହା ଦେଖିବା କଥା।

Odisha Sambalpur Narendra Modi Naveen Patnaik BJD BJP Congress Rahul Gandhi
Advertisment
Advertisment