Advertisment

Naveen Patnaik Field Visit: ବିଜେଡିର ପ୍ରାୟୋଜିତ ଥିଲା କି ନବୀନଙ୍କ ବିଲ ବୁଲା ? ଚାଷୀଙ୍କ କାନ୍ଦ ପରେ ହସର ଭାଇରାଲ ଭିଡିଓକୁ ନେଇ ଟ୍ରୋଲ୍...

ନବୀନଙ୍କ ବିଲ ବୁଲାବେଳେ ହୋଇଥିଲା କି ଡ୍ରାମା ? ସାଲେପୁରରେ ପ୍ରାୟୋଜିତ ଟୁର୍ କରାଇଥିଲେ କି ସେଠିକାର ବିଜେଡି ନେତା ? ଚାଷୀଙ୍କୁ ଶୁଆ ଭଳି ପାଠ ପଢ଼ାଇ ସୃଷ୍ଟି କରିଥିଲେ କି ଇମୋସନାଲ୍ ନାଟକ ?

ଅଦ୍ୟତନ ହୋଇଛି
undefined

Naveen Patnaik’s Visit to Farmers

Advertisment

ମୁଖ୍ୟମନ୍ତ୍ରୀ ଥିବା ବେଳେ ଚାଷୀ ଦୁଆରେ କେବେ ପାଦ ପଡୁ ନଥିଲା। ବନ୍ୟା, ବାତ୍ୟା ହେଉ କି ଅଦିନିଆ ଫସଲ ହାନୀ, କେବଳ ଆକାଶମାର୍ଗରୁ ବୁଲି କାମ ସାରି ଦେଉଥିଲେ ନବୀନ। କିନ୍ତୁ ହାତରୁ କ୍ଷମତା ଯିବା ପରେ ଆକ୍ଟିଭ ମୋଡକୁ ଆସିଛନ୍ତି ବିଜେଡି ସୁପ୍ରିମୋ। ନବୀନ ଫସଲ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବାକୁ ନେଇ ସୋସିଆଲ୍ ମିଡିଆରେ ଜୋରଦାର ଟ୍ରୋଲ। ଏମିତିକି ଗତ ୩୧ ତାରିଖରେ ତାଙ୍କ ଆଗରେ ମୁଣ୍ଡପିଟି କାନ୍ଦୁଥିବା ଜଣେ ଚାଷୀଙ୍କର ହସ-କାନ୍ଦର ଭିଡିଓକୁ ନେଇ ଚାରିଆଡ଼େ ଚର୍ଚ୍ଚା।

Advertisment

ନବୀନଙ୍କ ବିଲ ବୁଲାବେଳେ ହୋଇଥିଲା କି ଡ୍ରାମା ? ସାଲେପୁରରେ ପ୍ରାୟୋଜିତ ଟୁର୍ କରାଇଥିଲେ କି ସେଠିକାର ବିଜେଡି ନେତା ? ଚାଷୀଙ୍କୁ ଶୁଆ ଭଳି ପାଠ ପଢ଼ାଇ ସୃଷ୍ଟି କରିଥିଲେ କି ଇମୋସନାଲ୍ ନାଟକ ? ଗତ ୩୧ ତାରିଖ ଦିନ ନବୀନଙ୍କ କଟକ ଜିଲ୍ଲା ସାଲେପୁରରେ ବର୍ଷା କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବା ବେଳର କିଛି ଦୃଶ୍ୟକୁ ନେଇ ଏବେ ସୋସିଆଲ୍ ମିଡିଆରେ ଜୋରଦାର୍ ଟ୍ରୋଲ। ଯେଉଁ ଚାଷୀ ନବୀନଙ୍କୁ ଭେଟି ଭୋ ଭୋ କାନ୍ଦୁଥିଲେ, ପରେ ସ୍କୁଟିରେ ବସି ହସ ହସ ମୁହଁରେ ଫେରିଥିଲେ। ଏମିତି ଚିତ୍ର ଦେଖିବା ପରେ ପ୍ରଶ୍ନ ଆହୁରି ଉଠିଛି-ଦୁଃଖ ଜଣାଇବାକୁ ଚାଷୀ ଜଣକ ନିଜ ଆଡୁ ଆସିଥିଲେ ନା ତାଙ୍କୁ ଡାକି ହାକି ଟ୍ରେନିଂ ଦିଆଯାଇ ଅଣା ଯାଇଥିଲା ? ନିର୍ବାଚନ ହାରିବା ପରେ ନବୀନଙ୍କ ଇମେଜ୍ ବିଲଡିଂ ପାଇଁ ବିଜେଡିର ନୂଆ ଫଣ୍ଡା ନୁହେଁ ତ ? 

ଅଧିକ ପଢ଼ନ୍ତୁ: ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା; ମିଳିବ ୨୯୧ କୋଟି ସହାୟତା 

Advertisment

ତେଣେ ନବୀନଙ୍କୁ ଦେଖି ମୁଣ୍ଡପିଟି କାନ୍ଦୁଥିବା ଚାଷୀ ଜଣକ ଥିଲେ କଟକ ଜିଲ୍ଲା ସାଲେପୁର ଥାନା ଧନୁପଡ଼ା ଗାଁର ପ୍ରଶାନ୍ତ ପରିଜା। ତାଙ୍କ ଭିଡିଓ ଭାଇରାଲ୍ ହେବା ପରେ ସେ ପ୍ରତିକ୍ରିୟା ରଖି କହିଛନ୍ତି, ସୋସିଆଲ୍ ମିଡିଆରେ ତାଙ୍କୁ ବଦନାମ କରାଯାଉଛି। ସେ ପ୍ରକୃତରେ ଜଣେ ଚାଷୀ। ଭିନ୍ନକ୍ଷମ ହୋଇଥିବାରୁ ସ୍କୁଟିରେ ନଷ୍ଟ ଫସଲକୁ ଧରି ଆସିଥିଲେ। କଟକ ଜିଲ୍ଲା ବିଜେଡି ଯୁବ ସଂପାଦକ ବି ପ୍ରଶାନ୍ତ ସପକ୍ଷରେ ବାହାରିଛନ୍ତି।

ଗୋଟିଏ ପଟେ ନବୀନଙ୍କ ବିଲ ବୁଲା କାର୍ଯ୍ୟକ୍ରମକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଚାଲିଥିବାବେଳେ ଗତକାଲି ପରୋକ୍ଷରେ ବି ଟାର୍ଗେଟ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୋହନ କହିଥିଲେ, ଆଜି ଆଇଭୋରି ଟାୱାରରୁ ବାହାରି ଧୂଳି ଖାଇବାକୁ ବାଧ୍ୟ ହେଉଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ନବୀନଙ୍କ ଜମି ବୁଲା ନେଇ ଜୋର୍‌ଦାର୍‌ ଚର୍ଚ୍ଚା; ଟାର୍ଗେଟ୍ କଲେ ସିଏମ୍ ମୋହନ ମାଝୀ

Odisha News Naveen Patnaik Farmers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ