Advertisment

ବିଜେଡି ବିପର୍ଯ୍ୟୟର ପୋଷ୍ଟମର୍ଟମ୍, ସୁପ୍ରିମୋଙ୍କ ସାମ୍ନାରେ ନେତାଙ୍କ ସମାନ ଅଭିଯୋଗ

ପୂର୍ବରୁ ପ୍ରଦୀପ ମାଝୀ, ବଦ୍ରୀ ପାତ୍ର, ଅଶ୍ୱିନୀ ପାତ୍ର ଏବଂ ଅବିନାଶ ସମାଲ ମଧ୍ୟ ପରାଜୟର କାରଣ କହି ଦଳର ଭୁଲ ନିଷ୍ପତ୍ତି ଓ ତ୍ରୁଟିପୂର୍ଣ୍ଣ ନିର୍ବାଚନ ପରିଚାଳନା କୁ ଦାୟୀ କରିଥିଲେ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

BJD

ବୁଧବାର ପ୍ରଦୀପ ମାଝୀ, ଗୁରୁବାର ଅବିନାଶ ସାମଲଙ୍କ ପରେ ଆଜି ମହୀଧର ରଣା। ଶଙ୍ଖ ଭବନରେ ଜିଲ୍ଲା ସମୀକ୍ଷା ବେଳେ ବିଜେଡି ପରାଜୟର ପୋଲ୍ ଖୋଲୁଛନ୍ତି ନେତା। ବୌଦ୍ଧ ଜିଲ୍ଲା ସଭାପତି ମହୀଧର ରଣା ଆଜି ସୁପ୍ରିମୋଙ୍କୁ ବତାଇଛନ୍ତି ହାରିବାର କାରଣ। ପରୋକ୍ଷରେ ନିର୍ବାଚନ ପରିଚାଳନା କରୁଥିବା ଦଳର ଦ୍ବିତୀୟ କ୍ଷମତାକେନ୍ଦ୍ର ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସଙ୍କୁ ଇଙ୍ଗିତ କରି ମହୀଧର କହିଛନ୍ତି, ନିର୍ବାଚନ ପରିଚାଳନାରେ ତ୍ରୁଟି ରହିଲା।

Advertisment

ଆଉ ସବୁଠୁ ବଡ ଭୁଲ ହେଲା ପଞ୍ଚାୟତ ଓ ବ୍ଲକ ସଭାପତି ମାନଙ୍କୁ ସାଙ୍ଗଠନିକ ଦାୟିତ୍ୱ ନଦେବା କି ନିର୍ବାଚନରେ ଗୁରୁତ୍ୱ ନଦେବା। ଏହା ସହ ବିଜେଡି ନିର୍ବାଚନ ଇସ୍ତାହାର ବି ପରାଜୟର ଆଉ ଏକ କାରଣ ବୋଲି ଯୁକ୍ତି ବାଢିବା ସହ ନିର୍ବାଚନ ବେଳର ବହୁ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ପାଇଁ ଦଳୀୟ କନ୍ଦଳ ବଢିଲା, ଯାହା ପରାଜୟର କାରଣ ସାଜିଲା ବୋଲି କହିଛନ୍ତି ମହୀଧର।

ପୂର୍ବରୁ ପ୍ରଦୀପ ମାଝୀ, ବଦ୍ରୀ ପାତ୍ର, ଅଶ୍ୱିନୀ ପାତ୍ର ଏବଂ ଅବିନାଶ ସମାଲ ମଧ୍ୟ ପରାଜୟର କାରଣ କହି ଦଳର ଭୁଲ ନିଷ୍ପତ୍ତି ଓ ତ୍ରୁଟିପୂର୍ଣ୍ଣ ନିର୍ବାଚନ ପରିଚାଳନାକୁ ଦାୟୀ କରିଥିଲେ।

Advertisment

ଏପଟେ ତେଜିବାରେ ଲାଗିଛି ବିଜେଡିର ଭୁବନେଶ୍ୱର କଳି। ଶଙ୍ଖ ଭବନରୁ ବିବାଦ ପହଞ୍ଚିଛି ବିଏମସି କର୍ପୋରେସନ ବୈଠକରେ। କର୍ପୋରେଟର ବିରଞ୍ଚି ନାରାୟଣ ମହା ସୂପକାର ଓ ଅମରେଶ ଜେନାଙ୍କ ବିରୋଧ କରି ବୈଠକକୁ ବୟକଟ୍ କରିଥିଲେ ବିଜେଡିର ଗୋଟିଏ ଗୋଷ୍ଠୀ। ଦୁଇ ନେତା ଅନନ୍ତ ଜେନା ଓ ଅଶୋକ ପଣ୍ଡାଙ୍କ ସମର୍ଥିତ କର୍ପୋରେଟରଙ୍କ ସହ ନିଜେ ଅନନ୍ତ ଓ ବିଧାୟକ ସୁଶାନ୍ତ ରାଉତ ମଧ୍ୟ ଅନୁପସ୍ଥିତ ଥିଲେ। ବିରଞ୍ଚି ଏବଂ ଅମରେଶଙ୍କୁ ନେଇ ବିଜେଡିରେ ଲାଗି ରହିଥିବା ବିବାଦର ସମାଧାନ ହୋଇନଥିବାରୁ ବିପକ୍ଷ ଗୋଷ୍ଠୀ ଏଭଳି ବୟକଟ୍ ପ୍ରେସର କରିଥିବା ଚର୍ଚ୍ଚା ହେଉଛି ।

ସେହିପରି ବୈଠକରେ ଏକାମ୍ରର ବିଜେପି ବିଧାୟକ ବାବୁ ସିଂଙ୍କୁ ନିମନ୍ତ୍ରଣ କରାଯାଇଥିବାରୁ ମଧ୍ୟ ଅଶୋକ ପଣ୍ଡାଙ୍କ କିଛି ସମର୍ଥକ କର୍ପୋରେଟର ଅସନ୍ତୁଷ୍ଟ ହୋଇ ବୈଠକକୁ ଆସି ନଥିବା କୁହାଯାଉଛି।

ଗୋଟିଏ ପଟେ ପରାଜୟ ପଛରେ କନ୍ଦଳକୁ ଏକ ବଡ଼ କାରଣ କୁହାଯାଉଥିବା ବେଳେ କ୍ଷମତାରୁ ଯିବା ପରେ ବି ଅନେକ ସ୍ଥାନରେ କନ୍ଦଳ ଦେଖିବାକୁ ମିଳୁଛି। ପରାଜୟ ସମୀକ୍ଷାରୁ ବାହାରୁଥିବା ଭୁଲର ସଂଶୋଧନ କରି ବିବାଦ ମେଣ୍ଟେଇବାକୁ ମୁଖିଆ କି ଷ୍ଟ୍ରାଟେଜୀ ଆପଣାଉଛନ୍ତି ତା ଉପରେ ନଜର।

BJD BJP Congress Odisha Politics
Advertisment
Advertisment