Advertisment

ମମତାଙ୍କ ସାଂସଦ ପାଣ୍ଠିକୁ ଯାଜପୁରରେ ଖର୍ଚ୍ଚ କରିବାକୁ ବାଧ୍ୟ କରୁଥିଲେ ବବି !

'ମମତାଙ୍କ ସାଂସଦ ପାଣ୍ଠିକୁ ନିଜ ଜିଲ୍ଲାରେ ଖର୍ଚ୍ଚ କରିବାକୁ ଯୋଜନା କରିଥିଲେ ବବି । ହେଲେ ମମତା କ୍ୟାନସଲ କରିବା ପରେ ବଢ଼ିଥିଲା ବିବାଦ ।'

author-image
Satyendu Shekher Mishra
undefined

Mamata Mahanta - Boby Das

ସାଂସଦଙ୍କ ପାଣ୍ଠିକୁ ନେଇ ବିଜେଡିରେ ହଙ୍ଗାମା । ମମତା ମହାନ୍ତ ଓ ପ୍ରଣବ ପ୍ରକାଶଙ୍କ ଭିତରେ ହୋଇଥିଲା କଥା କଟାକଟି । ମୟୂରଭଞ୍ଜ ବଦଳରେ ଯାଜପୁରରେ ପାଣ୍ଠି ଖର୍ଚ୍ଚ କରିବାକୁ ଚାପ ପକାଯାଉଥିଲା କି ? ମମତାଙ୍କ ସାଂସଦ ପାଣ୍ଠିକୁ ବବି ନିଜ ଜିଲ୍ଲା ଯାଜପୁରରେ ଖର୍ଚ୍ଚ କରିବା ପାଇଁ ଯୋଜନା କରିଥିଲେ, ଅନୁମୋଦନ ବି ହୋଇଥିଲା। କିନ୍ତୁ ଅନୁମୋଦନ ପରେ ପାଣ୍ଠିକୁ କ୍ୟାନ୍ସଲ କରିଦେଇଥିଲେ ମମତା।

Advertisment

ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିବା ମମତା ମହାନ୍ତଙ୍କ ବୟାନରୁ ମିଳିଲା ଏଭଳି ଚାଞ୍ଚଲ୍ୟକର ତଥ୍ୟ। ସାଂସଦଙ୍କ ପାଣ୍ଠି ଖର୍ଚ୍ଚ ପାର୍ଟି କରୁଥିଲା ବୋଲି ମମତା କହିଛନ୍ତି। ମୟୂରଭଞ୍ଜ କୁଡୁମୀ ସଂପ୍ରଦାୟରୁ ପ୍ରତିନିଧିତ୍ୱ କରୁଥିବା ମମତାଙ୍କ ସାଂସଦ ପାଣ୍ଠିକୁ ଯାଜପୁରରେ ଖର୍ଚ୍ଚ କରିବାକୁ ଚିଠି ହିଁ ବୟାନ କରୁଛି ଯେ କେମିତି ଫନ୍ଦି ହୋଇଥିଲା।

୨୯ ସେପ୍ଟେମ୍ବର ୨୦୨୩ରେ ଯାଜପୁର ଜିଲ୍ଲା ପ୍ଲାନିଂ ଆଣ୍ଡ ମନିଟରିଂ ୟୁନିଟର ମୟୂରଭଞ୍ଜ ଜିଲ୍ଲା ପ୍ଲାନିଂ ଆଣ୍ଡ ମନିଟରିଂ ୟୁନିଟ୍ ଉପ ନିର୍ଦ୍ଦେଶକଙ୍କୁ ହୋଇଥିବା ଚିଠିରୁ ସବୁ ଜଳ ଜଳ ଦିଶୁଛି । ଯେଉଁଥିରେ ସାଂସଦ ମମତା ମହାନ୍ତଙ୍କ ଏକ କୋଟି ଟଙ୍କାର MP ଲ୍ୟାଡ୍ ଯାଜପୁର ଜିଲ୍ଲାର ୧୦ଟି ପ୍ରକଳ୍ପ ଲାଗି ଟ୍ରାନସଫର୍ କରିବାକୁ ଚିଠିରେ ଉଲ୍ଲେଖ ରହିଛି। ଆଉ ଚଳିତ ବର୍ଷ ଜାନୁଆରୀ ୯ରେ ହୋଇଥିବା ଚିଠିରେ ବି ସେମିତି କିଛି ଦେଖିବାକୁ ମିଳିଛି । ଯେଉଁଥିରେ ମମତା ଅନୁମୋଦନ ପାଇଥିବା ଯାଜପୁରର ୧୦ଟି ପ୍ରକଳ୍ପ ପାଇଁ ପାଣ୍ଠିକୁ ରଦ୍ଦ କରିଦେଇଥିଲେ। ଅର୍ଥାତ ଏଇଥିରୁ ହିଁ ସ୍ପଷ୍ଟ ଯେ ବବି ଓ ମମତାଙ୍କ ଭିତରେ ଖିଟ୍ ପିଟ୍ ଦୀର୍ଘ ଦିନ ଧରି ଚାଲିଥିଲା।

Advertisment

ସୂଚନା ଅନୁଯାୟୀ ବବି ଓ ମମତାଙ୍କ ଭିତରେ କନ୍ଦଳ ଏତେ ତୀବ୍ର ହୋଇଯାଇଥିଲା ଯେ, ଅଗଷ୍ଟ ୪ରେ ତୁମକୁ ରାଜ୍ୟସଭାରୁ କାଢି ଅଣାଯିବ ବୋଲି କୁଆଡେ ବବି ଧମକ ଦେଇଥିଲେ ମମତାଙ୍କୁ। ଏମିତିକି କୁଡୁମୀ ସମ୍ପ୍ରଦାୟକୁ ନେଇ ବବି କୁତ୍ସାରଟନା କରିଥିଲେ। ଖୋଦ୍ ମମତା ଆଣିଛନ୍ତି ଏହି ଅଭିଯୋଗ। ଏନେଇ ବବି ଦାସଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ବିଜେଡି କହିଛି ଅଭିଯୋଗ ଭିତ୍ତିହୀନ।

BJP BJD Odisha Politics Congress
Advertisment
Advertisment