Advertisment

Waqf Amendment Bill: ୱକ୍‌ଫ ସଂଶୋଧନ ବିଲ୍: ଆଭିମୁଖ୍ୟ ବଦଳାଇଲା ବିଜେଡି, ବିବେକ ଅନୁସାରେ ଭୋଟ୍‌ ଦେବାକୁ ନିଷ୍ପତ୍ତି

ରାଜ୍ୟସଭାରେ ୱକ୍‌ଫ ସଂଶୋଧନ ବିଲ୍ ଆଲୋଚନା ବେଳେ ବିଜେଡି ସାଂସଦଙ୍କ ବିରୋଧପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ବିଜେଡି ରାଜ୍ୟସଭାରେ ଭୋଟିଂ ସମୟରେ ବିପକ୍ଷରେ ଭୋଟ ଦେଉଛି କିମ୍ବା ଓ୍ବାକ୍ ଆଉଟ୍ କରୁଛି ତା ଉପରେ ସମସ୍ତଙ୍କ ନଜର ରହିଥିଲା । କିନ୍ତୁ, ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ସୂଚନା ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛି ।

ଅଦ୍ୟତନ ହୋଇଛି
undefined

ଆଭିମୁଖ୍ୟ ବଦଳାଇଲା ବିଜେଡି ।

Advertisment

ୱକଫ୍ ବିଲ୍‌କୁ ନେଇ ଘଡିକି ଘଡି ବଦଳୁଛି ବିଜେଡିର ଆଭିମୁଖ୍ୟ । ଚର୍ଚ୍ଚାରେ ବିଜେଡିର ନରମ ଗରମ ରାଜନୀତି । ଆଜି ରାଜ୍ୟସଭାରେ ସାଂସଦ ମୁନ୍ନା ଖାଁ ବିଲ୍ ବିରୋଧରେ ମତ ରଖିଥିଲେ। ୱକଫ୍ ସଂଶୋଧନ ବିଲ୍ ଆଲୋଚନାରେ ଭାଗ ନେଇ ସାଂସଦ କହିଥିଲେ ଯେ, ବିଲ୍‌ରେ ୱକଫ ସଂପତ୍ତି ସୁରକ୍ଷିତ ରହିବା ନେଇ ମନ୍ତ୍ରୀ ସ୍ପଷ୍ଟ କରନ୍ତୁ। ବିଲ୍‌ରେ ଇସଲାମ୍ ଧର୍ମ ପାଳନ ନେଇ ୫ ବର୍ଷ ସମୟସୀମା ଏବଂ ୫୦ ହଜାର ଟଙ୍କା ଜୋରିମାନା ପ୍ରାବଧାନକୁ ହଟାଇବା ସହ ୱକଫ ଅଧିନରେ ଥିବା ଜମିକୁ ଆଉ କାହାକୁ ହସ୍ତାନ୍ତର କରାନଯାଉ ବୋଲି ଦୃଢ ସ୍ବରରେ କହିଥିଲେ ସାଂସଦ ମୁନ୍ନା ଖାନ୍‌।

Advertisment

ଅଧିକ ପଢ଼ନ୍ତୁ: ଇଂରେଜ ସରକାରଙ୍କ ଅମଳରୁ ଆରମ୍ଭ ହୋଇଥିବା ଏହି ୱାକଫ୍ ଆଇନ କ'ଣ ?

କିନ୍ତୁ, ଏହାର କିଛି ସମୟ ପରେ ସାମ୍ନାକୁ ଆସିଥିଲା ଦଳର ଆଉ ଜଣେ ସାଂସଦ ସସ୍ମିତ ପାତ୍ରଙ୍କ ସୋସିଆଲ ମିଡିଆରେ ଦେଇଥିବା ମନ୍ତବ୍ୟ । ଯେଉଁଥିରେ ସସ୍ମିତ ସ୍ପଷ୍ଟ କରିଥିଲେ ଯେ, ୱକଫ୍ ବିଲ୍ ଉପରେ ଦଳ ପକ୍ଷରୁ କୌଣସି ହ୍ବିପ୍ ଜାରି କରାଯାଇନି । ସଦସ୍ୟମାନେ ବିବେକ ଅନୁଯାୟୀ ମତ ଦେଇପାରିବେ । ସବୁଠୁ ରୋଚକ କଥା ହେଉଛି ଗତ ୧ ତାରିଖରେ ଖୋଦ୍ ସସ୍ମିତ କହିଥିଲେ ଯେ, ବିଲରେ ଇସଲାମ ବିରୋଧରେ ଅନେକ ପ୍ରାବଧାନ ଥିବାରୁ ଦଳ ଏହାକୁ ବିରୋଧ କରୁଛି ଏବଂ ବିଲ୍‌କୁ ସମର୍ଥନ କରିବାର ପ୍ରଶ୍ନ ଉଠୁନି । ତେବେ କିଛି ସମୟ ତଳେ ସସ୍ମିତ ପାତ୍ର କରିଥିବା ପୋଷ୍ଟ ପରେ ପ୍ରଶ୍ନ ଉଠୁଛି, ୨୪ ଘଣ୍ଟାରେ ବିଜେଡି କାହିଁକି ନିଜ ଆଭିମୁଖ୍ୟ ବଦଳାଇଲା ।

Advertisment

BJD BJP BJD MP Sasmit Patra MP Munna Khan WAQF Bill
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ