Advertisment

ନୂଆ ବିଧାୟକଙ୍କୁ ରିଜିଜୁଙ୍କ ଟିପ୍ସ; ‘ଗୃହରେ ହଙ୍ଗାମା କମ୍‌ କର, ଶୃଙ୍ଖଳା ଅଧିକ ରଖ’

ବିଧାନସଭାରେ ଭଲ ପରଫର୍ମାନ୍ସ ଦେଖାଇ ଶ୍ରେଷ୍ଠ ବିଧାୟକ ହେବାକୁ ପାଠଶାଳାରେ ଜ୍ଞାନ ଦେଲେ ହେଭିୱେଟ୍ । ବିଧାନସଭାରେ ଦୁଇ ଦିନିଆ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମରେ ଯୋଗ ଦେଇ ବିଧାୟକମାନଙ୍କୁ ମନ୍ତ୍ର ଦେଲେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

Union Minister's Tips for MLA

ହେଡ୍ ଲାଇନ୍ ବନାଇବାକୁ ଚେଷ୍ଟା କରନି, ଲମ୍ବା ରେସ୍ ର ଘୋଡ଼ା ହୁଅ । ଗୃହରେ ହଙ୍ଗାମା କମ୍ କର, ଶୃଙ୍ଖଳା ଅଧିକ ରଖ । ନୂଆ ବିଧାୟକମାନଙ୍କୁ କିରନ ରିଜିଜୁଙ୍କ ଟିପ୍ସ । ବିଧାନସଭାରେ ଦୁଇ ଦିନିଆ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରଥମେ ନୂଆ ବିଧାୟକମାନଙ୍କୁ ଅଭିଜ୍ଞତା ବାଣ୍ଟିଥିଲେ କେନ୍ଦ୍ରମନ୍ତ୍ରୀ । କେମିତି ଶ୍ରେଷ୍ଠ ବିଧାୟକ ବନିବେ ସେ ନେଇ ଦେଇଥିଲେ ମନ୍ତ୍ର । ପରାମର୍ଶ ଦେଇଥିଲେ, ଜୀବନ ସାରା ଶିଖିବାର ଆବଶ୍ୟକ ଅଛି, ତେଣୁ ବିଧାନସଭାରେ ଅଯଥା ହଙ୍ଗାମା ନକରି ଶୃଙ୍ଖଳା ରଖ। ସବୁଦିନ ଗୃହରେ ଉପସ୍ଥିତ ରୁହ। ଗବେଷଣା ଏବଂ କଠିନ ପରିଶ୍ରମ ହିଁ ସଫଳତା ଦେବ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ।

Advertisment

ପରେ ସରପଞ୍ଚରୁ ମୁଖ୍ୟମନ୍ତ୍ରୀ ହେବା ଅଭିଜ୍ଞତାକୁ ନୂଆ ବିଧାୟକଙ୍କୁ ବାଣ୍ଟିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିଶେଷ କରି ସରକାରୀ ଦଳରେ ବିଧାୟକମାନଙ୍କ ଭୂମିକା, ବିରୋଧୀଙ୍କୁ ଗଠନମୂଳକ ଢଙ୍ଗରେ କାଉଣ୍ଟର ଏବଂ ଗୃହରେ ବିଭିନ୍ନ ପ୍ରସଙ୍ଗରେ ବିତର୍କରେ ଯୋଗଦାନ ସଂପର୍କରେ ମଧ୍ୟ କହିଥିଲେ ମୁଖ୍ୟମନ୍ତ୍ରୀ। ସେପଟେ ବିଧାନସଭା ରୁଲସ୍ ଏବଂ ପ୍ରୋସିଡିଂ ବିଷୟରେ ବିଧାୟକଙ୍କ କ୍ଲାସ ନେଇଥିଲେ ବାଚସ୍ପତି ସୁରମା ପାଢୀ ।

ଏପଟେ ଜ୍ଞାନସଂସ୍କାର କାର୍ଯ୍ୟକ୍ରମକୁ ନେଇ ରାଜନୀତି ବି ତେଜିଛି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କର ଗୋଟିଏ ଗୋଟିଏ ସେସନ ଥିଲେ ମଧ୍ୟ କେହି ଯୋଗ ଦେଇନାହାନ୍ତି। କଂଗ୍ରେସ ମଧ୍ୟ କାର୍ଯ୍ୟକ୍ରମକୁ ବୟକଟ୍ କରିଛି। ବିଜେଡି କହିଛି ଉଦଘାଟକ ଓ ଉଦଯାପନୀ ଦିବସରେ ଅତିଥିଙ୍କୁ ନେଇ ପ୍ରଶ୍ନ ଉଠାଇଥିଲୁ । ସରକାର ଲକ୍ଷ୍ୟ ବିଚ୍ୟୁତ ହେବାରୁ ବିଜେଡି ବିଧାୟକ ଯୋଗ ଦେଲେ ନାହିଁ ।

Advertisment

ଅନ୍ୟପଟେ କଂଗ୍ରେସ କହିଛି କେନ୍ଦ୍ରମନ୍ତ୍ରୀ, ବିଧାନସଭା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବାରୁ ପ୍ରଶିକ୍ଷଣ ଶିବିରର ମର୍ଯ୍ୟାଦା ହାନି ହୋଇଛି। ଜବାବରେ ବିଜେପି କହିଛି କାର୍ଯ୍ୟକ୍ରମକୁ ଅଯଥା ରାଜନୈତିକ ରଙ୍ଗ ଦିଆଯାଉଛି। ଏହା ସହ ବିଜେଡିର ଶଙ୍ଖ ଭବନ ପ୍ରଶିକ୍ଷିଣ ଶିବିରକୁ କଟାକ୍ଷ, କରି କହିଛି, ସ୍କୁଲରେ ପାଠ ନ ପଢି ଟ୍ୟୁସନରେ ସାର୍ଟିଫିକେଟ୍ ନେବାକୁ ଚେଷ୍ଟା କରୁଛନ୍ତି । ସେଠି କିଏ ଟ୍ୟୁସନ୍ କରୁଛନ୍ତି, ସମସ୍ତେ ଜାଣନ୍ତି । ଚଳିତ ଥର ରେକର୍ଡ ସଂଖ୍ୟକ ୮୪ ଜଣ ନୂଆ ବିଧାୟକ ଅଛନ୍ତି । ବିଜେପିର ପ୍ରାୟ ସମସ୍ତ ୫୪ ଜଣ ବିଧାୟକ ଉପସ୍ଥିତ ଥିବା ବେଳେ ବିଜେଡିର ୧୮ ଏବଂ କଂଗ୍ରେସର ୯ ନୂଆ ବିଧାୟକ ଏଥିରେ ଯୋଗ ଦେଇନାହାନ୍ତି ।

BJD Kiren Rijiju BJP Odisha Assembly
Advertisment
Advertisment