• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଆସନ୍ତାକାଲି ପିପିଲି ଉପନିର୍ବାଚନ ପାଇଁ ଭୋଟଗ୍ରହଣ ।

  • ଏନେଇ ପ୍ରସ୍ତୂତି ଚୂଡାନ୍ତ ପର୍ଯ୍ୟାୟରେ ।

  • ପୋଲିଂ ପାର୍ଟି ବୁଥ୍‌ରେ ପହଞ୍ଚିଛନ୍ତି ।

  • ୩୦ ତାରିଖ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ ।

ପିପିଲି: ଆସନ୍ତାକାଲି ପିପିଲି ଉପନିର୍ବାଚନ ଲାଗି ଭୋଟଗ୍ରହଣ । ଏନେଇ ପ୍ରସ୍ତୂତି ଚୂଡାନ୍ତ ପର୍ଯ୍ୟାୟରେ । ପୋଲିଂ ପାର୍ଟି ବୁଥ୍‌ରେ ପହଞ୍ଚିଛନ୍ତି । ୩୦ତାରିଖ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ପିପିିଲିର ୨ଲକ୍ଷ ୨୯ ହଜାର ୯୯୮ ଭୋଟର ନିଜ ମାତାଧିକାର ସାବ୍ୟସ୍ତ କରିବେ । ନିର୍ବାଚନ ମଣ୍ଡଳୀରେ ୩୪୮ଟି ମତଦାନ କେନ୍ଦ୍ର କରାଯାଇଥିବା ବେଳେ ଏଥିରେ ୨୦୧ଟି ସମ୍ବେଦନଶୀଳ ବୁଥ୍ ରହିଛି । ମତଦାତାଙ୍କ ପରିଚୟ ଜାଣିବା ପାଇଁ ଭୋଟର କାର୍ଡ ସହ ୧୧ଟି ଅନ୍ୟ ପ୍ରମାଣପତ୍ର ବ୍ୟବହାର କରାଯାଇପାରିବ ।

ମତଦାନ ଲାଗି ୨୨୦୦ ପୋଲିଂ ପର୍ସନେଲ୍ ନିଯୁକ୍ତ ହୋଇଛନ୍ତି । ସେହିପରି ମତଦାନ ଲାଗି କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୱେବକାଷ୍ଟିଂ କିମ୍ବା ସିସିଟିଭି ସହ ଅନ୍ୟ ବ୍ୟବସ୍ଥା କରାଯାଇଛି । ରାଜ୍ୟ ପୋଲିସର ୨ ହଜାର ପୋଲିସ ପର୍ସନେଲ, ୩ କମ୍ପାନି କେନ୍ଦ୍ରୀୟ ଫୋର୍ସ ଓ ୩୨ଟି ମୋବାଇଲ ଟିମ୍ ଆଇନଶୃଙ୍ଖଳା ଦାୟିତ୍ୱରେ ରହିବେ । କୋଭିଡ ଗାଇଡଲାଇନ୍ ଅନୁସାରେ ବୁଥରେ ସାମାଜିକ ଦୂରତ୍ୱ ସହ ମାସ୍କ, ସାନିଟାଇଜର୍ ବ୍ୟବହାର ନିୟମର ଅନୁପାଳନ ହେବ ।

ସେଥିଲାଗି ଡବଲ ଡୋଜ୍ ଟିକା ନେଇଥିବା କର୍ମଚାରୀଙ୍କୁ ହିଁ ନିର୍ବାଚନ ପକ୍ରିୟାରେ ସାମିଲ କରାଯାଇଛି । କୋଭିଡ୍ ଲାଗି ପ୍ରତି ବୁଥ୍‌ରେ ହଜାରେ ଭୋଟରଙ୍କ ମତଦାନ ଲାଗି ବ୍ୟବସ୍ଥା ହୋଇଛି । ଥର୍ମାଲ ସ୍କାନିଂ ସହ ବୁଥ୍‌ରେ ସମାଜିକ ଦୂରତ୍ୱ ରକ୍ଷା, ମାସ୍କ ପିନ୍ଧିବା ଓ ସାନିଟାଇଜର୍ ବ୍ୟବହାର ଲାଗି ନିର୍ଦ୍ଦେଶ ଦିଆଯାଇଛି । ଭୋଟର ପାଇଁ ଗ୍ଲୋବସ୍ ବ୍ୟବସ୍ଥା ମଧ୍ୟ ହୋଇଛି । କେହି ଭୋଟର ଯଦି ଜ୍ୱରରେ ପୀଡିତ ଥିବେ ତେବେ ତାଙ୍କୁ ଚିରୁକୁଟି ଦିଆଯିବ ଓ ସେ ଶେଷ ଘଣ୍ଟାରେ ଆସି ମତଦାନ କରିବେ । ଅକ୍ଟୋବର ୩ ତାରିଖରେ ଭୋଟଗଣତି ହେବ ।

ଅନ୍ୟପଟେ ପିପିଲି ଉପନିର୍ବାଚନରେ କୋଭିଡ ଆକ୍ରାନ୍ତ ଘରେ ଥାଇ ଭୋଟ ଦେଇପାରିବେ ବୋଲି ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । କରୋନାକୁ ଦେଖି ଏହି ପଦକ୍ଷେପ ନିଆଯାଇଥିବା ପ୍ରେସ୍‌ମିଟ୍‌ରେ କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି । ଖାଲି ସେତିକି ନୁହେଁ ଭିନ୍ନକ୍ଷମଙ୍କୁ ଘରୁ ଆଣି ଭୋଟ ଦେବା ପରେ ପୁଣି ଘରେ ଛାଡ଼ିବାର ବ୍ୟବସ୍ଥା ବି କରାଯାଇଛି ।

ପୁରା ଉପନିର୍ବାଚନ ପାଇଁ ୨ ହଜାର ପୋଲିସ କର୍ମଚାରୀ ରହିବେ । ତେବେ ଏଥିରେ ପୋଷ୍ଟାଲ ଭୋଟ ଦେଇଛନ୍ତି ୯୨୪ ଜଣ । ଏଥର ପିପିଲିରେ ପ୍ରାୟ ୨ ଲକ୍ଷ ୩୦ ହଜାର ଭୋଟର ଆସନ୍ତା ଗୁରୁବାର ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ବୋଲି ଅନୁମାନ କରାଯାଉଛି ।