Advertisment

ସମଦୂରତା ନାଁରେ ସେଫ୍ ଗେମ୍ ଖେଳୁଛି କି ବିଜେଡି ?

ବିଜେପି ସହ ବିଜେଡି ଥିବା ନେଇ ଟିଏମ୍ସିର ଅଭିଯୋଗ । ଡେରିକ ଓ'ବ୍ରାଏନ୍‌ଙ୍କ ଅଭିଯୋଗ ପରେ ତେଜିଲା ରାଜନୀତି ।

author-image
Satyendu Shekher Mishra
CM Naveen Patnaik, BJD

CM Naveen Patnaik, BJD

ରାଜନୀତିରେ କାହା ସହ ରହିଛି ବିଜେଡି ? ସମଦୂରତା ଫର୍ମୁଲାରେ ଅଛି ତ ଦଳ ? ନା ସୁବିଧାବାଦୀ ରାଜନୀତିର ସେଫ୍ ଗେମ୍ ଖେଳୁଛି ଶଙ୍ଖ ଦଳ ? ଟିଏମ୍‌ସିର ଅଭିଯୋଗ, ବିଜେପି ସହ ରହିଛି ବିଜେଡି । ଆସନ୍ତା ୨୩ରେ ବିହାର ପାଟଣାରେ ମୋଦି ବିରୋଧୀ ଦଳଗୁଡ଼ିକ ଏକାଠି ହେଉଛନ୍ତି । ତେବେ ବିଜେଡି ପୂର୍ବରୁ ସ୍ପଷ୍ଟ କରିସାରିଛି, ତୃତୀୟ ମେଣ୍ଟ ସହ ଯିବନି ଦଳ । ସମଦୂରତାରେ ରହିବ ବିଜେଡି । କିନ୍ତୁ ଏସବୁ ଭିତରେ ତୃଣମୂଳ କଂଗ୍ରେସ ଆଣିଛି ସାଂଘାତିକ ଅଭିଯୋଗ। ଦଳର ସାଂସଦ ଡେରିକ୍ ଓବ୍ରେନ୍ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଅନୌପଚାରିକ ଭାବେ ବିଜେଡି, ବିଜେପି ସହ ରହିଛି ।

Advertisment

କିଛି ଦିନ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ହେଲେ ଏବେ ଟିଏମ୍‌ସି ଏଭଳି ଅଭିଯୋଗ କରିବା ପଛରେ କଣ ହୋଇଥାଇପାରେ କାରଣ ? ବିଜେଡି ମୋଦି ବିରୋଧୀ କ୍ୟାଂପକୁ ଯାଉନଥିବାରୁ ଏଭଳି ଅଭିଯୋଗ କରିଛି କି TMC ? ମମତାଙ୍କ ପ୍ରସ୍ତାବରେ ସେତେବେଳେ ରାଜି ହୋଇନଥିଲେ କି ନବୀନ ? ଏସବୁ ଚର୍ଚ୍ଚା ଭିତରେ TMCର ଅଭିଯୋଗକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି ।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ୍ ପ୍ରଶ୍ନ କରିଛନ୍ତି, ଏମିତି କଣ ମଜବୁରୀ ଅଛି ଯେ ବିଜେଡି ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରୁଛି ? ଏହା ବିଜେଡିର ଡବଲ ଷ୍ଟାଣ୍ଡାର୍ଡ ବୋଲି ସେ ଅଭିଯୋଗ କରିଛନ୍ତି। ଆଉ ପାଦେ ଆଗକୁ ଯାଇ ସାଂସଦ ଅପରଜିତା ଷଡ଼ଙ୍ଗୀ କହିଛନ୍ତି ବିଜେଡି ଏବେ ଭେଣ୍ଟିଲେଟରରେ ଅଛି। ସେମାନେ କେନ୍ଦ୍ର ନିକଟରେ ନିଜକୁ ସରେଣ୍ଡର କରିଛନ୍ତି । ସେପଟେ କିନ୍ତୁ କଂଗ୍ରେସ , TMCର ଅଭିଯୋଗକୁ ସମର୍ଥନ କରିଛି। କହିଛି ସିବିଆଇ, ଇଡି ଭୟରେ ବିଜେଡି ସବୁଥିରେ ବିଜେପିକୁ ସମର୍ଥନ କରୁଛି।

Advertisment

ସେପଟେ ବିଜେପି ଓ କଂଗ୍ରେସର ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି। ବିଜେଡି କୌଣସି ଦଳ ସହ ସାମିଲ ନାହିଁ। ଟିଏମ୍ସି ଯାହା ଅଭିଯୋଗ କରିଛି ତାହା ସଂପୂର୍ଣ୍ଣ ମିଛ । ମୋଦୀ ବିରୋଧୀ ମହାମେଣ୍ଟ ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜନୈତିକ ଦଳ ମୁଖ୍ୟମାନଙ୍କୁ ଭେଟୁଛନ୍ତି । ଭୁବନେଶ୍ୱରରେ ନବୀନଙ୍କୁ ବି ଭେଟିଥିଲେ ନୀତୀଶ। ହେଲେ ନୀତୀଶଙ୍କୁ ଭେଟିବାର ଦୁଇ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ ନବୀନ। ଆଉ ସାମ୍ବାଦିକଙ୍କୁ କହିଥିଲେ, ‘ଆମେ କୌଣସି ମେଣ୍ଟ ସହ ନାହୁଁ’। ତେବେ ବିଜେଡି ଆଗକୁ କେଉଁ ଆଭିମୁଖ୍ୟ ଆପଣାଉଛି ଏବେ ତା ଉପରେ ନଜର ।

BJD BJP Congress Odisha Politics
Advertisment
Advertisment