ପିନାକୀ-ମହୁଆ, ବୟସ ମାନେନା ପ୍ରେମ
ବିବାହ ବନ୍ଧନରେ ଆବଦ୍ଧ ଦୁଇ ଚର୍ଚ୍ଚିତ ରାଜନେତା । ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ସହ ବିଜେଡି ନେତା ପିନାକୀ ମିଶ୍ରଙ୍କର ପଡ଼ିଛି ହାତଗଣ୍ଠି। ଜର୍ମାନୀର ବର୍ଲିନରେ ଉଭୟଙ୍କର ଡେଷ୍ଟିନେସନ୍ ୱେଡିଂ ହୋଇଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ଖବର । ଯଦିଓ ଉଭୟଙ୍କ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଆସିନି, ହେଲେ ଏ ହାଇପ୍ରୋଫାଇଲ୍ ଭେଟେରାନ୍ ପଲିଟିସିଆନଙ୍କ ସେକେଣ୍ଡ ମ୍ୟାରେଜ ଇନିଂସକୁ ନେଇ କିନ୍ତୁ ଚାଲିଛି ଜୋରଦାର ଚର୍ଚ୍ଚା ।
ଅଧିକ ପଢ଼ନ୍ତୁ: ଗୋଷ୍ଠୀ କନ୍ଦଳ ଓ ତାଳିପକାରେ ବିଜେଡିକୁ ପୂରିଲା ବର୍ଷେ, କୋମାରେ ନବୀନଙ୍କ ଛାୟା କ୍ୟାବିନେଟ୍
କନ୍ୟା ୫୦କୁ ବର ୬୫ । ପିନାକୀ- ମହୁଆଙ୍କ ହାତଗଣ୍ଠି । ଜାତୀୟ ଗଣମାଧ୍ୟମରେ ବୁଲୁଛି ଖବର । ଜର୍ମାନୀରେ ମେ ୩ରେ ସରିଛି ଏ ଦୁଇ ହାଇପ୍ରୋଫାଇଲ୍ ପଲିଟିସିଆନଙ୍କ ଲୁଚାଛପା ବାହାଘର । ଯଦିଓ ଉଭୟଙ୍କ ପକ୍ଷରୁ ଏ ନେଇ କୌଣସି ସ୍ପଷ୍ଟ ସୂଚନା ଆସିନି, ହେଲେ ବର୍ଲିନରେ ସେମାନଙ୍କର ଡେଷ୍ଟିନେସନ୍ ମ୍ୟାରେଜ୍ ସରିଛି। କିଛି ନିର୍ଦ୍ଦିଷ୍ଟ ଅତିଥିଙ୍କ ମେଳରେ ଅନୁଷ୍ଠିତ ଏ ୱେଡିଂ ସେରିମନିରେ କେଉଁ କେଉଁ ରାଜନେତା ବି ସାମିଲ ହୋଇଥିଲେ ତା ବି ଜଣା ପଡିନି। ପୂର୍ବତନ ବିଜେଡି ସାଂସଦ ପିନାକୀ ମିଶ୍ର ଜଣେ ପୋଖତ ରାଜନେତା ହୋଇଥିବାବେଳେ ଟିଏମସି ସାଂସଦ ମହୁଆ ମୋଇତ୍ରା ବି ଜଣେ ଫାୟାର ବ୍ରାଣ୍ଡ ଏମ୍ ପି। ପିନାକୀ-ମୋହୁଆଙ୍କର ବାହାଘର କଥା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏବେ ଉଭୟଙ୍କରର କିଛି ଫଟୋ ସୋସିଆଲ୍ ମିଡିଆରେ ଏବେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।
ତୃଣମୂଳ କଂଗ୍ରେସର ତୁଣ୍ଡଟାଣ ନେତ୍ରୀ ଭାବେ ଜଣାଶୁଣା ନେତ୍ରୀ ମହୁଆ ମୋଇତ୍ରା ଏବେ ପଶ୍ଚିମବଙ୍ଗ କ୍ରିଷ୍ଣନଗର ଲୋକସଭା ଆସନରୁ ୨ ଥରର ସାଂସଦ । ମହୁଆ ପୂର୍ବରୁ ବିଧାୟକ ମଧ୍ୟ ଥିଲେ। ୨୦୦୯ରେ କଂଗ୍ରେସରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ମୋହୁଆ ୨୦୧୬ରେ ଟିଏମସି ଟିକେଟରେ ପ୍ରଥମେ ପଶ୍ଚିମବଙ୍ଗ ନଦିଆ ଜିଲ୍ଲା କରିମପୁର ବିଧାନସଭା ସିଟରୁ ଜିତିଥିଲେ । ପରେ ୨୦୧୯ ଓ ୨୦୨୪ ସାଧାରଣ ନିର୍ବାଚନରେ ସେହି ଜିଲ୍ଲା ଅନ୍ତର୍ଗତ କ୍ରିଷ୍ଣନଗର ଲୋକସଭା ଆସନରୁ ଜିତି ସାଂସଦ ହୋଇଛନ୍ତି । କ୍ୟାସ୍ ଫର କ୍ବୋରି ମାମଲାରେ ୮ ଡିସେମ୍ବର ୨୦୨୩ରେ ଲୋକସଭାରୁ ଏକ୍ସପେଲ୍ ହୋଇଥିଲେ ମୋହୁଆ । ହେଲେ ୨୦୨୪ ନିର୍ବାଚନରେ ପୁଣି ଜିତିଲେ। ଡେନମାର୍କର ଜଣେ ବିଶିଷ୍ଟ ଫାଇନାନ୍ସର ଲାର୍ସ ବ୍ରୋସନଙ୍କୁ ପୂର୍ବରୁ ବିବାହ କରିଥିଲେ ମୋହୁଆ, ହେଲେ ଡିଭୋର୍ସ ହୋଇଯାଇଥିଲା।
ତେଣେ ମୋହୁଆଙ୍କ ଦ୍ବିତୀୟ ସ୍ବାମୀ ପିନାକୀ ମିଶ୍ର ବି ଭେଟେରାନ୍ ପଲିଟିସିଆନ୍ ଓ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ। ପୁରୀ ଲୋକସଭା ଆସନରୁ ୪ ଥରର ସାଂସଦ। ୧୯୯୬, ୨୦୦୯, ୨୦୧୪ ଓ ୨୦୧୯ରେ ଜିତି କେବେ କଂଗ୍ରେସ ତ କେବେ ବିଜେଡି ପାଇଁ ସଂସଦରେ ସାଜିଥିଲେ ଦଳର ତୁଣ୍ଡ। ହେଲେ ୨୦୨୪ ନିର୍ବାଚନରେ ରାଜନୀତି ମଇଦାନରେ ସିନା ଧିମା ପଡ଼ି ଯାଇଥିଲେ କିନ୍ତୁ ଦାଂପତ୍ୟ ଜୀବନରେ ପୁଣି ନୂଆ ଇନିଂସ୍ ଖେଳିବାକୁ ଯାଉଛନ୍ତି ପିନାକୀ। ପିନାକୀ ପୂର୍ବରୁ ବିବାହିତ, ହେଲେ ପ୍ରଥମ ପତ୍ନୀଙ୍କ ସହ ବିଛେଦ ହୋଇ ସାରିଛି। ତେଣୁ ଉଭୟ ପିନାକୀ ଓ ମୋହୁଆଙ୍କର ବୈବାହିକ ଜୀବନର ଏହା ସେକେଣ୍ଡ ଇନିଂସ୍। କୁହାଯାଉଛି କୁଆଡ଼େ କଂଗ୍ରେସ ରାଜନୀତିରେ ଥିବାବେଳେ ମୋହୁଆ-ପିନାକୀଙ୍କ ସଂପର୍କ ନିବିଡ଼ ହୋଇଥିଲା, ପରେ ସଂସଦରେ ଘନିଷ୍ଠତା ବଢିଛି ଶେଷରେ ତାହା ବରଣମାଳାରେ ପରିଣତ ହୋଇଛି ।
ନେତାଙ୍କ ଦ୍ବିତୀୟ ବାହାଘର ନୂଆ କଥା ନୁହେଁ। ପୂର୍ବରୁ ୨୦୧୫ ମସିହାରେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ୬୮ ବର୍ଷ ବୟସରେ ୪୪ ବୟସ୍କା ନ୍ୟୁଜ୍ ଆଙ୍କର ଅମୃତା ରାୟଙ୍କୁ ସେକେଣ୍ଡ ମ୍ୟାରେଜ କରି ଚର୍ଚ୍ଚାକୁ ଆସିଥିଲେ। ସେମିତି ଆଉ ଜଣେ କଂଗ୍ରେସ ନେତା ଶଶି ଥରୁର ବି ଦୁଇ ଦୁଇ ଥର ବାହା ହୋଇ ଚର୍ଚ୍ଚାକୁ ଆସିଥିଲେ। ପୂର୍ବତନ ସାଂସଦ ଅନୁଭବ ମହାନ୍ତି ବି ପ୍ରଥମେ ବିବାହ କରିଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଛାଡ଼ପତ୍ର ଦେବା ପରେ ଜାଗୃତି ଶୁକ୍ଳାଙ୍କୁ ସେକେଣ୍ଡ ମ୍ୟାରେଜ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749139691.jpg)