Advertisment

ଗର୍ଲଫ୍ରେଣ୍ଡଙ୍କୁ ବାହା ହେବା ପାଇଁ ରାଜି, କହିଲେ ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର

ଆହୁରି ୬୦ ଦିନ ବାକି ଅଛି, ଭଲ ସମୟ ଦେଖି ବାହା ହେବାକୁ ତାଙ୍କୁ କହିଥିଲେ ବିଜୟଶଙ୍କର ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Bijay shankar Das

ବିବାହ ବିବାଦ ନେଇ ଥାନାରେ ଏତଲା ପରେ ମୁହଁ ଖୋଲିଲେ ବିଧାୟକ ବିଜୟଶଙ୍କର ଦାସ । ବାନ୍ଧବୀ ସୋମାଲିକା ଦାଶଙ୍କ ଏତଲାକୁ ନେଇ ସେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ବାନ୍ଧବୀ ସୋମାଲିକାଙ୍କୁ ବିବାହ କରିବାକୁ ରାଜି ଅଛନ୍ତି । ଆଉ ଏନେଇ ପୂର୍ବରୁ ସମସ୍ତଙ୍କ ସାମ୍ନାରେ ସେ କହି ସାରିଛନ୍ତି । ଏତଲା ହେବାର ପୂର୍ବଦିନ ରାତିରେ ବି ସୋମାଲିକାଙ୍କ ସହ ସେ କଥା ହୋଇଥିଲେ । ଆହୁରି ୬୦ ଦିନ ବାକି ଅଛି, ଭଲ ସମୟ ଦେଖି ବାହା ହେବାକୁ ତାଙ୍କୁ କହିଥିଲେ ବିଜୟଶଙ୍କର ।

Advertisment

ଏହାସହ ବିଜୟ ଆହୁରି କହିଛନ୍ତି ଯେ, ‘ବାହାଘର ନିଶ୍ଚିତ ହେବ, ବାହାଘର ପାଇଁ ମନା କରି ନାହିଁ । ମାଆର ଦେହ ଖରାପ ଥିବାରୁ ବାହାଘର ପାଇଁ ସମୟ ମାଗିଥିଲି । କଣ ପାଇଁ ଜଲ୍‌ଦି ବାହା ହେବାକୁ ସୋମାଲିକା ବାଧ୍ୟ କରୁଛନ୍ତି ଜାଣିପାରୁନି ।’ ମନା କରିବା କଥା ଓ ସେକ୍ସ ରାକେଟ ଚଳାଇବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା କହିଲେ ବିଜୟ ଶଙ୍କର ।

ଗତ ଶୁକ୍ରବାର ସୋମାଲିକା ଓ ବିଜୟ ଶଙ୍କରଙ୍କ ବିବାହ ହେବାର ଥିଲା। ସେଥିପାଇଁ ସୋମାଲିକା ଜଗତସିଂହପୁର ସବ୍‌-ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ମାତ୍ର ବିଜୟ ଶଙ୍କର ଯାଇନଥିଲେ। ସବ୍‌-ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟକୁ ଆସିନଥିଲେ। ସେଠାରେ ସର୍ବସାଧାରଣରେ ଗଣମାଧ୍ୟମ ସମ୍ମୁଖରେ ତାଙ୍କୁ ଲଜ୍ଜିତ କରିବା ପାଇଁ ବିଜୟ ଶଙ୍କର ଉଦ୍ଦେଶ୍ୟମୂଳକ ଭାବେ ଆସି ନଥିଲେ ବୋଲି ସୋମାଲିକା ତାଙ୍କ ଏଫ୍‌ଆଇଆରରେ ଉଲ୍ଲେଖ କରିଛନ୍ତି।

Advertisment

ତିର୍ତ୍ତୋଲ ବିଧାୟକ ଭାବେ ନିର୍ବାଚିତ ହେବା ପରେ ବିଜୟ ଶଙ୍କର ଓ ତାଙ୍କ ପ୍ରେମିକା ସୋମାଲିକାଙ୍କ ମଧ୍ୟରେ କୌଣସି କାରଣରୁ ତିକ୍ତତା ସୃଷ୍ଟି ହୋଇଥିଲା। ଏହାକୁ ନେଇ ସୋମାଲିକା ସୋଶାଲ ମିଡିଆରେ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟୋ ପୋଷ୍ଟ କରିଥିଲେ। ପରେ ବିଜୟଙ୍କ ବିରୋଧରେ ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇ ସମାଧାନର ବାଟ ବାହାରିଥିଲା। ଗତ ୧୭ ତାରିଖରେ ଉଭୟେ ବିବାହ ପଞ୍ଜୀକରଣ ପାଇଁ ଆବେଦନ କରିଥିଲେ। ହେଲେ ଶୁକ୍ରବାର ଦିନ ବାହା ହେବା ପାଇଁ ବିଜୟ ଶଙ୍କର ନଆସିବାରୁ ପୁଣି ବିବାଦ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଛି।

ଅନ୍ୟପଟେ ବିଜୟ ଶଙ୍କରଙ୍କ ନାଁରେ ବାନ୍ଧବୀ ସୋମାଲିକା ଦାସ ଆଣିଥିଲେ ସାଂଘାତିକ ଅଭିଯୋଗ । ସେ ସେକ୍ସ ରାକେଟ୍‌ ଚଳାଉଥିବା ନେଇ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସୋମାଲିକା ଆହୁରି ଉଲ୍ଲେଖ କରିଥିଲେ ଯେ, ମୁଖ୍ୟ ଅଭିଯୁକ୍ତ ବିଜୟ ଶଙ୍କର ଓ ଅନ୍ୟ ଅଭିଯୁକ୍ତମାନେ ଅଭ୍ୟାସଗତ ଅପରାଧୀ । ସେମାନଙ୍କ ନାଁରେ ଅନେକ ମାମଲା ରହିଛି । ତାଙ୍କ (ସୋମାଲିକା) ପାଇଁ ମାମଲା ନଲଢ଼ିବାକୁ ଜଗତସିଂହପୁର ସମସ୍ତ ଓକିଲଙ୍କୁ ବିଜୟ ଶଙ୍କର ଓ ଅନ୍ୟ ଅଭିଯୁକ୍ତମାନେ ପ୍ରବର୍ତ୍ତାଉଛନ୍ତି । ଧମକ ମଧ୍ୟ ଦେଉଛନ୍ତି । ସେଥିପାଇଁ ତାଙ୍କ ମାମଲା ଲଢ଼ିବାକୁ ସେ କଟକରୁ ଓକିଲ ଆଣିଛନ୍ତି । ବିଜୟ ଶଙ୍କର କିପରି ମାଟ୍ରିକ ପରୀକ୍ଷାରେ ଘୋଟାଲା କରି ତାଙ୍କ ନମ୍ବର ବଢ଼ାଇଥିଲେ ସେ କଥା ବି ଏଫ୍‌ଆଇଆର୍‌ରେ ଦର୍ଶାଇଛନ୍ତି ।

Marriage Tirtol MLA
Advertisment
Advertisment