• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଜି ଯଦି ନିର୍ବାଚନ ହୁଏ ତେବେ କେନ୍ଦ୍ରରେ କିଏ କରିବ ସରକାର ? ଟାଇମସ ନାଓ ETG ପକ୍ଷରୁ କରାଯାଇଥିବା ଓପିନିୟନ ପୋଲ ସର୍ଭେ ଅନୁଯାୟୀ ମୋଦି ସରକାର ପୁଣି ଥରେ ଅର୍ଥାତ ଲଗାତାର ତୃତୀୟ ଥର ପାଇଁ କେନ୍ଦ୍ରରେ କ୍ଷମତାକୁ ଆସିପାରନ୍ତି । ହିନ୍ଦି ଭାଷାଭାଷି ରାଜ୍ୟରେ NDAର ଦବଦବା ଭଲ ରହିଛି । ଅର୍ଥାତ ଏହିସବୁ ଅଞ୍ଚଳରେ NDAର ସଫଳତା ହାର ୮୦ ପ୍ରତିଶତ ଥିବା ସର୍ଭେରେ କୁହାଯାଇଛି ।

ପ୍ରଧାନମନ୍ତ୍ରୀ ମୋଦି ଙ୍କ ଲାଲକିଲ୍ଲା ଭାଷଣର ଦିନକ ପରେ ଆସିଛି ଏହି ସର୍ଭେ ରିପୋର୍ଟ । ଦେଶବାସୀଙ୍କୁ ଉଦବୋଧନ ଦେବା ବେଳେ ୨୦୨୪ରେ ପୁଣି ସରକାରକୁ ଫେରିବା ନେଇ କହିଥିଲେ ପ୍ରଧାନମନ୍ତ୍ରୀ ମୋଦି । ତେବେ ଟାଇମସ ନାଓ ETG ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ ଆଜି ନିର୍ବାଚନ ହେଲେ ବିଜେପି ୩ଶହରୁ ଅଧିକ ସିଟ୍ ପାଇପାରେ । ତେବେ ବିରୋଧୀ INDIA ମେଣ୍ଟ ୧୬୦ରୁ ୧୯୦ ସିଟ ପାଇପାରନ୍ତି ।

ସର୍ଭେ କହୁଛି ସାଧାରଣ ନିର୍ବାଚନରେ NDA ମେଣ୍ଟ ୨୯୬ରୁ ୩୨୬ ସିଟି ହାତେଇପାରେ । ଗୁଜରାଟ, ମଧ୍ୟପ୍ରଦେଶ ଓ ରାଜସ୍ଥାନର ୮୦ରୁ ୭୦ ସିଟ ହାତେଇପାରେ ବିଜେପି । ସେହିପରି ସର୍ଭେ ଅନୁୟାୟୀ ଓଡ଼ିଶାରେ ବିଜୁ ଜନତା ଦଳ (BJD) ୧୨ରୁ ୧୪ଟି ସାଂସଦ ସିଟ ହାତେଇ ପାରେ । ଟାଇମସ ନାଓ ETG ପକ୍ଷରୁ ମୋଟ ୫୪୩ ଆସନ ଉପରେ ଏହି ସର୍ଭେ କରାଯାଇଛି ।

ଭୋଟ ସେୟାର ଦେଖିଲେ NDAକୁ ୪୨.୬୦ ପ୍ରତିଶତ, INDIA ମେଣ୍ଟକୁ ୪୦.୨୦ ପ୍ରତିଶତ, ବିଜେଡିକୁ ୧.୭୫ ପ୍ରତିଶତ ଓ ଅନ୍ୟ ଦଳଙ୍କୁ ୧୧.୬୩ ପ୍ରତିଶତ ଭୋଟ ମିଳିପାରେ ବୋଲି ଟାଇମସ ନାଓ ETG ସର୍ଭେ ପକ୍ଷରୁ କୁହାଯାଇଛି ।

ସେହିପରି ଦଳ ଅନୁଯାୟୀ ସର୍ଭେ ରିପୋର୍ଟ କହୁଛି ଆଜି ଯଦି ଭୋଟ ହୁଏ ତେବେ ବିଜେପି ୨୮୮ରୁ ୩୧୪ ସିଟ୍ ପାଇପାରେ । କଂଗ୍ରେସ ୬୨ରୁ ୮୦ ସିଟ୍, YSR କଂଗ୍ରେସ ପାର୍ଟିକୁ ୨୪ରୁ ୨୫ ସିଟ୍, DMKକୁ ୨୦ରୁ ୨୪, ବିଜେଡି ୧୨ରୁ ୧୪ ସିଟ ପାଇପାରେ ।