• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ଟ୍ରିବୁନାଲରେ ହୋଇଛି । କ୍ଷେତ୍ର ପରିଦର୍ଶନ କରିବ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ପ୍ରଥମ ପର୍ଯ୍ୟାୟର ଦୁଇଟି ଫେଜରେ ଛତିଶଗଡ଼ ପରିଦର୍ଶନ କରିବେ ଟିମ୍ । ଏପ୍ରିଲ ୧୭ରୁ ୨୧ ଓ ଏପ୍ରିଲ ୨୯ରୁ ମେ ୩ ପର୍ଯ୍ୟନ୍ତ ଦୁଇଟି ଫେଜରେ ଉପର ମୁଣ୍ଡରୁ କଲମା ବ୍ୟାରେଜ ଯାଏଁ ପରିଦର୍ଶନ କରିବ । ଛତିଶଗଡ଼ ଗସ୍ତ ସରିଲେ ଓଡ଼ିଶା ଅଞ୍ଚଳ ଗସ୍ତ ପାଇଁ ନିଷ୍ପତ୍ତି ନିଆଯାଇଛି । ମେ’ ମାସ ମଧ୍ୟରେ ଓଡ଼ିଶା ଗସ୍ତ ଶେଷ କରିବାକୁ ଯୋଜନା ରହିଛି ।

ସେପଟେ ହୀରାକୁଦରେ ଉତ୍କଟ ପାଣି ସମସ୍ୟାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ରା । ହୀରାକୁଦ ଇତିହାସରେ ଏମିତି ପ୍ରଥମ ଥର ସଙ୍କଟ ଦେଖାଦେଇଛି । ଏହାଦ୍ୱାରା ୧୪ରୁ ୧୫ ଜିଲ୍ଲା କ୍ଷତିଗ୍ରସ୍ତ ହେବ । ହୀରାକୁଦରେ ଜଳ ସ୍ତର ୪ ଦିନରେ ଗୋଟିଏ ଫୁଟ୍ କମି ଯାଇଛି । ଯଦି ଏହି ହାରରେ ପାଣି କମେ ମେ’ ମାସରେ ଉତ୍କଟ ଜଳ ସମସ୍ୟା ଦେଖାଯିବ । ଭୁବନେଶ୍ୱର ସମେତ ରାଜ୍ୟରେ ଉତ୍କଟ ପାନୀୟ ଜଳ ସମସ୍ୟା ହେବ ।

ଖାଲି ପାଣି ନୁହେଁ ବିଜୁଳି ଉତ୍ପାଦନ ବି ବନ୍ଦ ହୋଇପାରେ । ମହାନଦୀ ଟ୍ରିବୁନାଲ ଗଠନକୁ ୭ ବର୍ଷ ହେଲାଣି । ଟ୍ରିବୁନାଲ ଇଣ୍ଟେରିମ ରିଲିଫ୍ ଦେଲେ ନାହିଁ କାହିଁକି ? ଛତିଶଗଡ଼ ମନମୁଖୀ ବ୍ୟାରେଜ ନିର୍ମାଣର ପ୍ରଭାବ ଏବେ ଓଡ଼ିଶାରେ ପଡୁଛି । ଡ଼ିସେମ୍ବରରୁ ଏ ସମସ୍ୟା ଆରମ୍ଭ ହେଲାଣି । ଜୁନ୍ ଆସୁ ଆସୁ ହୀରାକୁଦ ଡେଡ ଷ୍ଟୋରେଜ୍ ଲେଭଲ୍ ହୋଇଯିବ ।

ସରକାରଙ୍କ ପାଖରେ ଏମିତି ସମସ୍ୟା ନେଇ ଖବର ନଥିଲା କେମିତି ? ଯଦି, ଖବର ଥିଲା ତାହେଲେ ପଦକ୍ଷେପ ନେଲେନି କାହିଁକି ? ଏଥିପାଇଁ ଛତିଶଗଡ଼ ସରକାର ଏବଂ ଟ୍ରିବୁନାଲ୍ ଦାୟୀ । ଏତେ ବଡ ସମସ୍ୟାକୁ ସରକାର ଗୁରୁତର ସହ ନନେଇ କାହିଁ ଖାମଖିଆଲ ଭାବେ ନେଲେ ? ତେଣୁ ଏବେ ସମୟ ଆସିଛି ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତିରେ ଏହି ସମସ୍ୟାର ସମାଧାନ କରନ୍ତୁ ।