Advertisment

ବଦଳୁଛି ବିଜେଡିର ସାଂଗଠନିକ ଷ୍ଟ୍ରାଟେଜି, ଦୀର୍ଘଦିନ ଧରି କୋଣଠେସା ସଂଜୟଙ୍କ ସଂଗଠନକୁ ଇନ୍

ସଂଗଠନକୁ ସଞ୍ଜୟ ଇନ୍ । ଭଦ୍ରକ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦେଲା ଦଳ। ସେପଟେ ବିବାଦୀୟ ନେତା ପ୍ରତାପ ଜେନାଙ୍କୁ ଭଦ୍ରକରୁ କାଢି କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ଦାୟିତ୍ୱ। ଦୀର୍ଘଦିନ ପରେ ସଞ୍ଜୟ ଦାସବର୍ମା ପୁଣି ଦଳୀୟ ଦାୟିତ୍ୱ ନେଇଥିବାରୁ ଏବେ ଚର୍ଚ୍ଚା ଜୋର।

author-image
Santosh Kumar Sahoo
undefined

Sanjay Das Burma

ବଦଳୁଛି କି ବିଜେଡିର ସାଙ୍ଗଠନିକ ଷ୍ଟ୍ରାଟେଜି ? ସଞ୍ଜୟ ଦାସବର୍ମାଙ୍କୁ ସାଙ୍ଗଠନିକ ଦାୟିତ୍ୱ ଫେରାଇବାକୁ ନେଇ ଚର୍ଚ୍ଚା । ପୁଣି କାହିଁକି ଖୋଜା ପଡ଼ିଲେ ସଞ୍ଜୟ । ଏହା ସହ ବିବାଦୀୟ ନେତା ପ୍ରତାପ ଜେନାଙ୍କୁ ନିଜ ସଂସଦୀୟ କ୍ଷେତ୍ରରେ କେନ୍ଦ୍ରାପଡ଼ା ଜିଲ୍ଲା ଦାୟିତ୍ୱ ଦେବା ପଛର ସମୀକରଣ କ’ଣ ତାକୁ ନେଇ ବି ଜୋରଦାର ଆଲୋଚନା। ଅନ୍ୟପଟେ ଅବର୍ଜଭରଙ୍କ କାର୍ଯ୍ୟକଳାପକୁ ନେଇ ମଧ୍ୟ ପ୍ରଶ୍ନ ଉଠିଲାଣି। ବିଜେଡି ନିଯୁକ୍ତ କରିଥିବା ୬ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ଗ୍ରାଉଣ୍ଡରେ ଦେଖିବାକୁ ମିଳୁନି ।

Advertisment

ସଂଗଠନକୁ ସଞ୍ଜୟ ଇନ୍ । ଭଦ୍ରକ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦେଲା ଦଳ। ସେପଟେ ବିବାଦୀୟ ନେତା ପ୍ରତାପ ଜେନାଙ୍କୁ ଭଦ୍ରକରୁ କାଢି କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ଦାୟିତ୍ୱ। ଦୀର୍ଘଦିନ ପରେ ସଞ୍ଜୟ ଦାସବର୍ମା ପୁଣି ଦଳୀୟ ଦାୟିତ୍ୱ ନେଇଥିବାରୁ ଏବେ ଚର୍ଚ୍ଚା ଜୋର। ଚର୍ଚ୍ଚା ହେଉଥିଲା, ଦଳୀୟ ସାଂଗଠନିକ ବ୍ୟବସ୍ଥାକୁ ନେଇ ସେ ଅସନ୍ତୁଷ୍ଟ ଥିଲେ। ତେଣୁ ତାଙ୍କୁ ମିଳିଛି ଗୁରୁ ଦାୟିତ୍ୱ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଜିଲ୍ଲା ଭଦ୍ରକରେ କାୟା ବିସ୍ତାର କରୁଥିବା ପଦ୍ମ ଦଳକୁ ଚେକ୍ ଦେବାକୁ ଏହି ଷ୍ଟ୍ରାଟେଜି କରିଛି ଦଳ। ପ୍ରାୟ ୧୭ ବର୍ଷ ପରେ ଏହି ଜିଲ୍ଲାର ଧାମନଗର ଉପନିର୍ବାଚନରେ ପରାଜୟ ବିଜେଡିକୁ ଦେଇଥିଲା ଝଟକା। ପର୍ଯ୍ୟବେକ୍ଷକ ଭାବେ ପ୍ରତାପ ଜେନା ସଙ୍ଗଠନ ସୁଧାରିବାରେ ଫେଲ ମାରିଥିବାରୁ ବରିଷ୍ଠ ସଞ୍ଜୟଙ୍କୁ ଏହି ଦାୟିତ୍ୱ ଦିଆଯାଇଥିବା ଚର୍ଚ୍ଚା ହେଉଛି। ଏହା ସହ ପୁରୀରେ ମହେଶ୍ୱର ମହାନ୍ତିଙ୍କ ଅସୁସ୍ଥତା ଯୋଗୁ ସଂଗଠନରେ ଅସ୍ଥିରତା ଦେଖାଦେଇଛି। ଯେଉଁଥିପାଇଁ ଦୀର୍ଘଦିନ ଧରି କୋଣଠେସା ହୋଇ ରହିଥିବା ସଞ୍ଜୟଙ୍କ ଉପରେ ଏବେ ଭରସା କରିଛନ୍ତି ସୁପ୍ରିମୋ ।

ଅନ୍ୟପଟେ ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିବାଦୀୟ ଥିବା ପ୍ରତାପ ଜେନାଙ୍କ ଉପରେ ଦଳ କେନ୍ଦ୍ରାପଡ଼ା ସଂଗଠନ ଭାର ଦେଇଥିବାରୁ ବିବାଦ ଆହୁରି ତେଜିଛି। ଅପରାଧିକ ମାମଲାରେ ସଂପୃକ୍ତ ଥିବା ପ୍ରତାପ ଜେନାଙ୍କୁ କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ନିଯୁକ୍ତିକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ କଡ଼ା ସମାଲୋଚନା କରିଛନ୍ତି।

Advertisment

ଏପଟେ କିନ୍ତୁ ବିଜେଡିର ୬ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ଜିଲ୍ଲାରେ ଆଉ ଦେଖା ମିଳୁନି। ନିର୍ବାଚନକୁ ଆଖି ଆଗରେ ରଖି ବରିଷ୍ଠ ନେତା ମହେଶ୍ୱର ମହାନ୍ତି, ସୌମ୍ୟ ରଞ୍ଜନ ପଟ୍ଟନାୟକ, ଦେବୀପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ପ୍ରଦୀପ ଅମାତ ଏବଂ ବିକ୍ରମ ଆରୁଖଙ୍କୁ ୩୦ ଜିଲ୍ଲାର ଦାୟିତ୍ୱ ଦେଇଥିଲେ ସୁପ୍ରିମୋ । ହେଲେ ସୌମ୍ୟ ପଟ୍ଟନାୟକ ଏବେ ଦଳ ବାହାରେ ଆଉ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ମହେଶ୍ୱର ଏକ ପ୍ରକାର ଗ୍ରାଉଣ୍ଡ ୱାର୍କ ପାଇଁ ଅନଫିଟ୍ । ସେହିପରି ପଶ୍ଚିମ ଓଡ଼ିଶାର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଦାୟିତ୍ୱ ଦିଆଯାଇଥିଲେ ବି ତାଙ୍କର ଏତେଟା ସକ୍ରିୟତା ଦେଖିବାକୁ ମିଳୁନି। ଏହାବାଦ୍ ୪ଟି ଜିଲ୍ଲା ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର ଏବଂ କେନ୍ଦୁଝର ଦାୟିତ୍ୱ ନେଇଥିଲେ ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚେକ୍ ଦେବାକୁ ତାଙ୍କ ଏହି ଦାୟିତ୍ୱ ଦିଆଯାଇଥିବା ଚର୍ଚ୍ଚା ହେଉଥିଲେ ବି ସେଭଳି ଆଖିଦୃଶିଆ କାର୍ଯ୍ୟକ୍ରମ କି ଷ୍ଟ୍ରାଟେଜି ଦେଖିବାକୁ ମିଳୁନି। ତେଣୁ ପ୍ରଶ୍ନ ବିଜେଡିରେ ପାୱାରଲେସ୍ ହୋଇଯାଇଛନ୍ତି କି ପର୍ଯ୍ୟବେକ୍ଷକ ?

Odisha BJD Pratap Jena Sanjay Das Burma
Advertisment
Advertisment