/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695976196.jpg)
LoP Jayanarayan Mishra
ଗୃହରେ ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ ନେଇ ପ୍ରତିକ୍ରିୟା ରଖିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ମୁଖ୍ୟମନ୍ତ୍ରୀ ଧମକାଇବା ଲାଗି ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ଜୟନାରାୟଣ । ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀଙ୍କୁ ଯିଏ ବିରୋଧ କରିବ ସେ ବିଧାନସଭା ଆସିପାରିବ ନାହିଁ ଜୟନାରାୟଣ କହିଛନ୍ତି ।
ଖାଲି ଏତିକି ନୁହେଁ, ଜୟନାରାୟଣ ଆହୁରି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଯିଏ ବିରୋଧରେ କୁହନ୍ତି ଗୃହରେ ନ ପୂରାଇବାକୁ ନବୀନ ଚେଷ୍ଟା କରନ୍ତି । ବିଜୟ ମହାପାତ୍ର, ନଳିନୀ ମହାନ୍ତି, ପ୍ରଶାନ୍ତ ନନ୍ଦଙ୍କ ଉଦାହରଣ ଦେଇ ଜୟ ନାରାୟଣ ଏପରି କହିଛନ୍ତି । ତାହାସହ ଜୟନାରାୟଣ ତାଙ୍କ ପ୍ରତିକ୍ରିୟରେ ଆହୁରି କହିଛନ୍ତି, ନବୀନ ହେଉଛନ୍ତି ସବୁଠୁ ବଡ଼ ଜନବିରୋଧୀ । ବିକାଶର ସବୁଠାରୁ ବାଧକ ହେଉଛନ୍ତି ନବୀନ ପଟ୍ଟନାୟକ । କିଏ କାହାକୁ ଜିତାଇବ ଓ କାହାକୁ ହରାଇବ ସେଟା ତାଙ୍କ ଉପରେ ନିର୍ଭର କରେ ନାହିଁ ବୋଲି ଜୟ ରୋକ୍ ଠୋକ୍ କହିଛନ୍ତି ।
ସେ ସରକାରୀ କଳକୁ ବ୍ୟବହାର କରନ୍ତି । ହରାଇବାକୁ ଚେଷ୍ଟା କରନ୍ତି । ତାଙ୍କ ଦୟାରୁ ଆମେ ବିଧାନସଭାକୁ ଆସିନାହୁଁ ଲୋକଙ୍କ ଦୟାରେ ଆମେ ବିଧାନସଭାକୁ ଆସିଛୁ । ସେ ଯେମିତି ଜନବିରୋଧୀ କାମ କରୁଛନ୍ତି ଲାଗୁଛି ଆଉ ବିଧାନସଭା ଫେରିବେନି ବୋଲି ଜୟନାରାୟଣ ମିଶ୍ର କହିଛନ୍ତି ।
ସେପଟେ ଦୁଇ ବିଧାୟକଙ୍କୁ ନିଲମ୍ବନ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ଜୟନାରାୟଣ ମିଶ୍ର । ସେ କହିଛନ୍ତି, ବାଚସ୍ପତିଙ୍କର ବାଚସ୍ପତି ହେବାର ଯୋଗ୍ୟତା ନାହିଁ । ରୁଲ୍ ଆଣ୍ଡ ପ୍ରୋସିଜିଓର ବିଷୟରେ ସେ କିଛି ଜାଣିଛନ୍ତି କି ? ବିରୋଧୀ ଦଳ ନେତାଙ୍କୁ କୁହାଇ ନଦେବା, ଏହା କେଉଁ ନିୟମରେ ଅଛି ? ବୋଲି ପ୍ରଶ୍ନ କରିଛନ୍ତି ଜୟ ନାରାୟଣ ।
ଦୁଇ ବିଧାୟକଙ୍କୁ ନିଲମ୍ବନର ଜୋରଦାର ପ୍ରତିବାଦ କାଲି କରିବୁ । ଡାଲି ଏକ ପ୍ରତୀକ ଥିଲା । ଆମ ବିଧାୟକ ଡାଲି ଉପହାର ଦେଇଥିଲେ ବୋଲି ଜୟ ନାରାୟଣ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)