• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

’ସମସ୍ତ ଚୋରଙ୍କ ନାଁ ମୋଦି କାହିଁକି’ ? ... କଂଗ୍ରେସ ନେତା ରାହୁଲ ଗାନ୍ଧୀ (Rahul Gandhi )ଙ୍କ ଏହି ବୟାନ୍‌କୁ ନେଇ ଦାଖଲ ହୋଇଥିବା ମାନହାନୀ ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଗୁଜୁରାଟର ସୁରଟ ସେସନ୍ସ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି ।

 ଚାରି ବର୍ଷ ପୁରୁଣା ମାମଲାରେ ଗୁଜରାଟର ସୁରଟ କୋର୍ଟ ଆଜି ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ପ୍ରକ୍ରିୟାରେ ରାହୁଲ ଗାନ୍ଧୀ କୋର୍ଟରେ ହାଜର ହୋଇଥିଲେ । ଏହି ସମୟରେ ଗୁଜୁରାଟ କଂଗ୍ରେସର ସମସ୍ତ ବଡ ନେତା ତାଙ୍କ ସହ ଉପସ୍ଥିତ ଥିଲେ । ରାହୁଲ ଗାନ୍ଧୀ ଆଜି ନିଜେ ଦିଲ୍ଲୀରୁ ଆସି ସୁରଟରେ ପହଞ୍ଚିଥିଲେ ।

ଅଧିକ ପଢ଼ନ୍ତୁ: ସେପଟେ ମିଳିଲା ଜେଲ୍‌ ଦଣ୍ଡାଦେଶ, ଏପଟେ ପାଇଗଲେ ବେଲ୍‌...

୨୦୧୯ରେ କର୍ଣ୍ଣାଟକର ଏକ ରାଲିରେ ରାହୁଲ ଗାନ୍ଧୀ ଏପରି ବୟାନ୍ ଦେଇଥିଲେ । ସେ ମୋଦି ଉପନାମକୁ ନେଇ ଆପତ୍ତିଜନକ କଥା କହିଥିଲେ । ଏନେଇ ବିଜେପି ବିଧାୟକ ତଥା ତତ୍କାଳୀନ ଗୁଜରାଟର ମନ୍ତ୍ରୀ ପୁର୍ଣ୍ଣେସ ମୋଦି ଏକ ମାମଲା ରୁଜୁ କରିଥିଲେ । ଏହାକୁ ନେଇ ଅପରାଧିକ ମାନହାନୀ ମାମଲା ରୁଜୁ ହୋଇଥିଲା । ମାମଲାର ଶୁଣାଣି କରି ସୁରତ ଜିଲ୍ଲା ନ୍ୟାୟାଳୟ ରାହୁଲ ଗାନ୍ଧି ଦୋଷୀ ବୋଲି ରାୟ ଦେଇଛନ୍ତି । 

ପୂରା ମାମଲା କ’ଣ ?

୧୩ ଏପ୍ରିଲ ୨୦୧୯ରେ କର୍ଣ୍ଣାଟକର କୋଲାରରେ ଆୟୋଜିତ ହୋଇଥିବା ଏକ ନିର୍ବାଚନ ରାଲିରେ ରାହୁଲ ଗାନ୍ଧୀ କହିଥିଲେ, ନୀରବ ମୋଦି, ଲଲିତ ମୋଦି, ନରେନ୍ଦ୍ର ମୋଦିଙ୍କ ଉପନାମ କାହିଁକି ସମାନ ? ସମସ୍ତ ଚୋରଙ୍କ ଉପନାମ ମୋଦି କାହିଁକି ? ରାହୁଲଙ୍କ ଏହି ବୟାନ୍‌ ସମ୍ପର୍କରେ ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପୂର୍ଣ୍ଣେଶ ମୋଦି ତାଙ୍କ ବିରୋଧରେ ଅପରାଧିକ ମାନହାନି ମକଦ୍ଦମା ଦାୟର କରିଥିଲେ ।