Advertisment

Naveen Patnaik Target BJP: ବିଜେପି ସରକାର ଉପରେ ବର୍ଷିଲେ ନବୀନ; କହିଲେ. ‘ବିଜୁଙ୍କ ନାଁ କୁ କାଟିବାକୁ ବିଜେପି ଅପଚେଷ୍ଟା କରୁଛି’

ବିଜୁ ଜୟନ୍ତୀରେ ମୁହଁ ଖୋଲିଲେ ନବୀନ। ଶଙ୍ଖ ଭବନରେ ବିଜେପି ସରକାର ଉପରେ ବର୍ଷିଲେ। ବିଜୁ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ପାଳନ ନକରିବା ନିଷ୍ପତ୍ତିକୁ କଲେ କଡା ସମାଲୋଚନା।

Naveen Patnaik Target BJP

Naveen Patnaik Target BJP

Advertisment

ବିଜୁଙ୍କୁ ନେଇ ବିବାଦ। ତିନି ଦିନ ପରେ ମୁହଁ ଖୋଲିଲେ ନବୀନ। ପଞ୍ଚାୟତିରାଜ ଦିବସ ପାଳନ ତାରିଖ ଘୁଞ୍ଚାଯିବା ନିଷ୍ପତ୍ତିକୁ ପ୍ରବଳ ସମାଲୋଚନା କରିଛନ୍ତି ନବୀନ। ଏପରିକି ବିଜେପି ସରକାର ବିଜୁଙ୍କ ପାଇଁ ଇତିହାସ ଲିଭାଇବାକୁ ପ୍ରୟାସ କରୁଛି ବୋଲି କହି ରାଜ୍ୟ ସରକାରକୁ ଟାର୍ଗେଟ କରିଛନ୍ତି। ଅନ୍ୟପଟେ ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି ବିଜେଡି ମନରେ ପାପ। ବିଜୁ ଆଦର୍ଶ ଆଉ ସେ ଦଳରେ ନାହିଁ। ଆମେ ବିଜୁଙ୍କୁ ସମ୍ମାନ ଦେବାରେ କେଉଁଠି ବି ଅବହେଳା କରିନାହୁଁ। ତେଣେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ସରକାର ବିଜୁ ବାବୁଙ୍କୁ ଅଧୁରା ସ୍ବପ୍ନକୁ ପୂରଣ କରିବ।

Advertisment

ବିଜୁ ଜୟନ୍ତୀରେ ମୁହଁ ଖୋଲିଲେ ନବୀନ। ଶଙ୍ଖ ଭବନରେ ବିଜେପି ସରକାର ଉପରେ ବର୍ଷିଲେ। ବିଜୁ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ପାଳନ ନକରିବା ନିଷ୍ପତ୍ତିକୁ କଲେ କଡା ସମାଲୋଚନା। ଅଭିଯୋଗ ଆଣିଛନ୍ତି, ବିଜୁଙ୍କ ନାଁ କୁ କାଟିବାକୁ ବିଜେପି ଅପଚେଷ୍ଟା କରୁଛି। ପ୍ରଥମେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ବଦଳାଇବାକୁ ଚେଷ୍ଟା କଲେ। ପ୍ରବଳ ବିରୋଧ ଯୋଗୁ ସମ୍ଭବ ହେଲାନି। ନିକଟରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଗଲା, ମାତ୍ର ଏଯାଏ ଦୋଷୀ ଧରାପଡିନି। ଶୁଣିବାକୁ ମିଳୁଛି ବିଜୁ ପଟ୍ଟନାୟକ ବିମାନ ବନ୍ଦର ନାଁ ପରିବର୍ତ୍ତନ ଲାଗି ସରକାର ଚେଷ୍ଟା କରୁଛନ୍ତି। ଆପଣ ନାଁ ବଦଳାଇ ଦେଇପାରନ୍ତି ମାତ୍ର ବିଜୁ ପ୍ରତି ଥିବା ପ୍ରତିଟି ଓଡ଼ିଆଙ୍କ ଭଲ ପାଇବା ବଦଳାଇ ପାରିବେ ନାହିଁ ବୋଲି ନବୀନ କହିଛନ୍ତି। ଖାଲି ସେତିକି ନୁହେଁ ନବୀନ ପ୍ରଶ୍ନ କରିଛନ୍ତି, ଆପଣ ଯଦି ବିଜୁଙ୍କ ଲିଗାସି କାଟିବାକୁ ଚାହୁଁଛନ୍ତି ତାହାଲେ କଣ ପାରାଦ୍ବୀପ ବନ୍ଦର, ତାଳଚେର ଏନ୍ଟିପିସି, ଓୟୁଏଟି, ଏନ୍ଆଇଟି ରାଉରକେଲା, ହାଲ୍‌କୁ କାଟିପାରିବେ ? ଏସବୁ ବିଜୁଙ୍କ ଅବଦାନ। ଇତିହାସକୁ କେହି ଲିଭାଇପାରିବେନି।

ଅଧିକ ପଢ଼ନ୍ତୁ: ବିଜେପିକୁ ଟାର୍ଗେଟ କଲେ ନବୀନ; କହିଲେ, ‘ନାଁ ବଦଳାଇ ପାରନ୍ତି, ଭଲ ପାଇବା ନୁହେଁ’

Advertisment

ସେପଟେ ନବୀନଙ୍କ ଏଭଳି ବୟାନ ପରେ ତେଜିଛି ରାଜନୀତି। ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି, ବିଜୁଙ୍କ ପାଇଁ ବିଜେଡି ମନରେ ପାପ। ଲୋକେ ଅନୁଭବ କରିଛନ୍ତି ବିଜୁ ଆଉ ବିଜେଡିର ହୋଇନାହାନ୍ତି। ଯେଉଁଥିପାଇଁ ଲୋକ ବିତୃଷ୍ଣା ହେଲେ, ଆଉ ବିଜେପିକୁ ସରକାରରେ ବସାଇଲେ। କିନ୍ତୁ ବିଧାନସଭାରେ ଆୟୋଜିତ ବିଜୁ ଜୟନ୍ତୀ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ ସତ୍ତ୍ବେ ନବୀନ ନଆସିବା ଉଚିତ ହୋଇନି। 

ସେହିପରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଗଣତନ୍ତ୍ର ଓ ପଞ୍ଚାୟତିରାଜ ବ୍ୟବସ୍ଥାକୁ ହତ୍ୟା କରି ବିଜେଡି ଯେଉଁ ପାପ କରିଥିଲା ତାର ଏବେ ପ୍ରାୟଶ୍ଚିତ କରୁଛି। ଇତିହାସକୁ ଆମେ ବଦଳାଉ ନାହୁଁ ବରଂ ସମୀକ୍ଷା କରୁଛୁ। ଆଉ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଆମ ସରକାର ବିଜୁ ବାବୁଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବ।

Advertisment

ମୋହନ ସରକାର ପଞ୍ଚାୟତିରାଜ ଦିବସକୁ ମାର୍ଚ୍ଚ ୫ ବଦଳରେ ଏପ୍ରିଲ ୨୪ ରେ ପାଳନ କରିବେ। କିନ୍ତୁ ରାଜ୍ୟସ୍ତରୀୟ ବିଜୁ ଜୟନ୍ତୀ ଉତ୍ସବକୁ ମହା ଆଡ଼ମ୍ବରରେ ପାଳନ କରୁଛନ୍ତି।

ଅଧିକ ପଢ଼ନ୍ତୁ: କିମ୍ସ, ହାଇଟେକ୍‌ ଓ ସମ୍‌ ହସ୍ପିଟାଲରେ EDର ଯାଞ୍ଚ

Naveen Patnaik BJP Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ