Advertisment

Srikanth Jena may join Samajwadi Party: ସମାଜବାଦୀ ପାର୍ଟିରେ ଯୋଗ ଦେବେ ଶ୍ରୀକାନ୍ତ ! ଅଖିଳେଶଙ୍କୁ ଭେଟିବା ପରେ ବଢିଲା ସମ୍ଭାବନା

ସମାଜବାଦୀ ପାର୍ଟିରେ ସାମିଲ ହେବେ କି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା। ଭୁବନେଶ୍ବରରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ପ୍ରେସମିଟ ପରେ ବଢ଼ିଲା ଚର୍ଚ୍ଚା। ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଭୁବନେଶ୍ବର ଆସି ଶ୍ରୀକାନ୍ତ ଜେନାଙ୍କ ସହ ମିଶି ପ୍ରେସମିଟ୍ କରିଛନ୍ତି।

ଅଦ୍ୟତନ ହୋଇଛି
srikant jena

srikant jena

Advertisment

ସମାଜବାଦୀ ପାର୍ଟିରେ ସାମିଲ ହେବେ କି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା। ଭୁବନେଶ୍ବରରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ପ୍ରେସମିଟ ପରେ ବଢ଼ିଲା ଚର୍ଚ୍ଚା। ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଭୁବନେଶ୍ବର ଆସି ଶ୍ରୀକାନ୍ତ ଜେନାଙ୍କ ସହ ମିଶି ପ୍ରେସମିଟ୍ କରିଛନ୍ତି। ସେ କହିଛନ୍ତି ଦିଲ୍ଲୀରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ସହ ଆଲୋଚନା ହୋଇଥିଲା।

Advertisment

ଅଖିଳେଶ ଯାଦବଙ୍କ ଭୁବନେଶ୍ବର ଗସ୍ତକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେବେ ଏହି ସମୟରେ ସେ କହିଥିବା କିଛି କଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କୁ ନେଇ ସସ୍ପେନ୍ସ ବଢ଼ାଇଛି। ସେ କହିଛନ୍ତି , ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କୁ ସାକ୍ଷାତ କରିବି। ସମାଜବାଦୀ ପାର୍ଟିକୁ ଓଡ଼ିଶାରେ ସଂଗଠିତ କରିବାକୁ ଆସିଛି ବୋଲି ମଧ୍ୟ କହିଛନ୍ତି।

ଅଧିକ ପଢ଼ନ୍ତୁ: ମା’ ତୁ ଜନ୍ମ ଦେଇଛୁ ସତ... ହେଲେ ମୁଁ କର୍ମ ଓ ଭାଗ୍ୟକୁ ନେଇ ବଞ୍ଚୁଛି ଲୋ

Advertisment

ତେବେ ଏପରି ସ୍ଥିତିରେ ଶ୍ରୀକାନ୍ତ ଜେନାଙ୍କୁ ବାସଭବନରେ ସାକ୍ଷାତକୁ ନେଇ ଚର୍ଚ୍ଚା ଜୋର ଧରିଛି। ଓଡ଼ିଶାରେ ସମାଜବାଦୀ ପାର୍ଟି ବଢ଼ିବା ନେଇ ଆଲୋଚନା କରିବି ବୋଲି ଅଖିଳେଶ କହିଛନ୍ତି। ସମାଜବାଦୀ ପାର୍ଟିର ଏଠି ବଡ଼ ସଂଗଠନ ନାହିଁ’ ଲୋକଙ୍କୁ ଯୋଡ଼ିବା ପାଇଁ ଆମର ଉଦ୍ୟମ ରହିବ। ତେବେ ଏହି ଖବର ପ୍ରକାଶ କରେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କ ଗତି କୁଆଡ଼େ ବୋଲି ଚର୍ଚ୍ଚା ହେଉଛି। ଯାହାକୁ ନେଇ ସସ୍ପେନ୍ସ ମଧ୍ୟ ବଢ଼ିଛି। ଭୁବନେଶ୍ବରରେ ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ପହଞ୍ଚିଛନ୍ତି। ତାଙ୍କ ସହ ସ୍ତ୍ରୀ ତଥା ସାଂସଦ ଡିମ୍ପଲ ଯାଦବ ମଧ୍ୟ ଅଛନ୍ତି। ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି। ସମାଜବାଦୀ ପାର୍ଟିକୁ ଓଡ଼ିଶାରେ ସଂଗଠିତ କରିବାକୁ ଆସିଛି। ଓଡ଼ିଶାରେ ସମାଜବାଦୀ ପାର୍ଟି ବଢ଼ିବା ନେଇ ଆଲୋଚନା କରିବି। ସମାଜବାଦୀ ପାର୍ଟିର ଏଠି ବଡ଼ ସଂଗଠନ ନାହିଁ’। ଲୋକଙ୍କୁ ଯୋଡ଼ିବା ପାଇଁ ଆମର ଉଦ୍ୟମ ରହିବ ବୋଲି କହିଛନ୍ତି। 

ସାମାଜିକ ନ୍ୟାୟ ଆନ୍ଦୋଳନର ପୂରୁଧା ଡ. ଭୀମରାଓ ଆମ୍ବେଦକରଙ୍କ ରାସ୍ତାରେ ଓଡ଼ିଶାରେ ଲଢେଇ କରୁଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା। ଶ୍ରୀକାନ୍ତ ନାଁ ନନେଇ ଆଗକୁ ଓଡ଼ିଶାରେ ସଂଗଠନକୁ ମଜଭୁତ କରାଯିବ ବୋଲି କହିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ। ଶ୍ରୀକାନ୍ତ ସମାଜବାଦୀ ପାର୍ଟିର ନେତୃତ୍ୱ ନେଇପାରନ୍ତି ବୋଲି ଇଶାରା ଦେଇଛନ୍ତି ଅଖିଳେଶ। ଏୟାରପୋର୍ଟରୁ ସିଧା ଶ୍ରୀକାନ୍ତଙ୍କ ଘରକୁ ଯାଇ ଭେଟିଛନ୍ତି। ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ପ୍ରସଙ୍ଗରେ ଉତ୍ତର ପ୍ରଦେଶ ସରକାର ଉଦାହରଣ ଦେଇ କହିଛନ୍ତି ଡବଲ ଇଞ୍ଜିନ ଅଲଗା ଅଲଗା ହୋଇଯାଇଛି।

Advertisment

ଉଲ୍ଲେଖଯୋଗ୍ୟ ଯେ, ଶ୍ରୀକାନ୍ତ ଜେନା ପ୍ରଥମେ ଜନତା ଦଳରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ କଂଗ୍ରେସରେ ଯୋଗ ଦେଇଥିଲେ। ୨୦୧୯ରେ କଂଗ୍ରେସ ଛାଡିବା ସହ ସାମାଜିକ ନ୍ୟାୟ ଅଭିଯାନରେ ଯୋଡି ହୋଇଥିଲେ। ଏହା ଏକ ଅଣ ରାଜନୈତିକ ସାମାଜିକ ନ୍ୟାୟ ଅଭିଯାନ ଥିଲା। ୨୦୨୪ରେ ସେ ପୁନର୍ବାର କଂଗ୍ରେସରେ ଯୋଗ ଦେଇଥିଲେ।

ଅଧିକ ପଢ଼ନ୍ତୁ:ଏକାଠି ହେବେ ଯାତ୍ରା କଳାକାର ସଂଘ ! କେବେ ପଡ଼ିବ ଯବନିକା?

Akhilesh Yadav Srikant Jena
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ