• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଟ୍ରକ୍‌ ଚୋରି କରୁଛନ୍ତି ବିଜେଡି ନେତା । ଯାଜପୁର ଧର୍ମଶାଳା ଓ ବଡ଼ଚଣାରୁ ଚୋରି, କଲିକତାରେ ବିକ୍ରି । ଟ୍ରକ ଚୋରିର ତଦନ୍ତ କରୁ କରୁ ସାମ୍ନାକୁ ଆସିଲା ବିଜେଡି ନେତାଙ୍କ ସମ୍ପୃକ୍ତି । ଓଡିଶା ରୁ କଲିକତା ଭାୟା ବିହାର ପର୍ଯ୍ୟନ୍ତ ଲମ୍ବିଥିଲା ଚେର । 

ଟ୍ରକ୍‌ ଚୋରି କରୁଥିଲେ ବିଜେଡି ନେତା । ଯାଜପୁର ବଡଚଣା ଓ ଧର୍ମଶାଳାରୁ ଟ୍ରକ ଚୋରି କରି କଲିକତାକୁ କରୁଥିଲେ ଚାଲାଣ। ଆଉ ଟ୍ରକ ଚୋରାଚାଲାଣର ଚେର ଲମ୍ବିଥିଲା ଓଡିଶାଠୁ ବିହାର ଭାୟା କଲିକତା । ଟ୍ରକ୍‌ ଚୋରି କରି ପଶ୍ଚିମବଙ୍ଗକୁ ଚାଲାଣ ପରେ ଗାଡିର ଯନ୍ତ୍ରାଂଶକୁ ପାର୍ଟ ପାର୍ଟ କରି ବିଭିନ୍ନ ସ୍ଥାନରେ କରୁଥିଲେ ବିକ୍ରି । ଏମିତି ସଙ୍ଗୀନ ଓ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିବା ପରେ ନବୀନ ଙ୍କ ନେତା କେତେ ସ୍ୱଚ୍ଛ ସେନେଇ ଉଠିଲାଣି ପ୍ରଶ୍ନ ।

ରାତାରାତି ଟ୍ରକ୍‌ ଚୋରି କରୁଥିଲେ, କଲିକତାରେ ତାକୁ ବିକ୍ରି କରୁଥିଲେ । ଆଉ ଗାଡି ଚୋରାଚାଲାଣରେ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ ଯାଜପୁର ଜିଲ୍ଲା ଯୁବ ବିଜେଡି ଉପସଭାପତି ଅଶ୍ୱଜିତ୍‌ ରାଉତ ଓ ତାଙ୍କ ସାଥୀ । ଧର୍ମଶାଳ ଓ ବଡଚଣାରୁ ବାରମ୍ବାର ଟ୍ରକ ଚୋରିର ମାମଲା ଆସିବା ପରେ ପୂରା ଖିଅ ଖୋଜିବାକୁ ଲାଗିପଡିଥିଲା ପୋଲିସ ।

ତଦନ୍ତ କରିବାରୁ ଜଣାପଡିଲା ଯେ ବଡ଼ଚଣାରୁ ଟ୍ରକ ସବୁ ଚୋରି କରାଯାଇ କଲିକତାରେ ପହଞ୍ଚୁଛି। ଆଉ ସେଠାରେ ଟ୍ରକର ପାର୍ଟ୍ସକୁ ବିଭିନ୍ନ ସ୍ଥାନକୁ ରପ୍ତାନୀ କରାଯାଉଛି । ଆଉ ଲକ୍ଷଲକ୍ଷ ଟଙ୍କା ରୋଜଗାର ବି ହେଉଛି । ତେବେ ଘଟଣାର ପର୍ଦ୍ଦାଫାଶ ହେବା ପରେ ଏବେ ଟ୍ରକ ଚୋରିର ଖୋଲିଛି ଗୁମର । ଖାଲି ଗୁମର ଖୋଲିଛି ତାହା ନୁହେଁ ବରଂ ଏମାନେ କେତେ ଟ୍ରକ୍‌ ଚୋରି କରିଛନ୍ତି? କେଉଁଠୁ କେଉଁଠୁ ଚୋରି କରିଛନ୍ତି? କେତେ ଟଙ୍କାରେ ଟ୍ରକ୍ ବିକ୍ରି କରିଛନ୍ତି? ସେନେଇ ଉଠିଲାଣି ପ୍ରଶ୍ନ ।

ତେବେ ଯାଜପୁର ପୋଲିସର କହିବା ଅନୁସାରେ, ଟ୍ରକ ଚୋରି ଘଟଣାରେ ଧର୍ମଶାଳା ପୋଲିସ ୯ ଜଣଙ୍କୁ ଗିରଫ କରିଥିବା ବେଳେ ଗୋଟିଏ କାର ଓ ୨ ଲକ୍ଷ ୪୫ ହଜାର ଟଙ୍କା ଜବତ କରାଯାଇଛି । ଗତ ୧୧ ତାରଖରେ ଧର୍ମଶାଳା ଥାନା ଭଡ଼ଙ୍ଗା ନିକଟସ୍ଥ ଏକ କ୍ରସରରୁ ଟ୍ରକ ଚୋରି ଘଟଣାରେ ପୋଲିସ ତଦନ୍ତ କରିବା ବେଳେ ଟ୍ରକ ଚୋରି ରାକେଟର ପର୍ଦ୍ଦାଫାସ ହୋଇଥିଲା। ଟ୍ରକ୍‌ ଚୋରି ଘଟଣାରେ ଗିରଫ ହୋଇଥିବା ଲୁଟେରାଙ୍କ ମଧ୍ୟରୁ ବଡ଼ଚଣା, ଧର୍ମଶାଳା ଓ ବାଳିଚନ୍ଦ୍ରପୁର ଅଞ୍ଚଳର ୬ ଜଣ ହୋଇଥିବା ବେଳେ କଲିକତା ଓ ବିହାର ଅଞ୍ଚଳର ୩ ଜଣଙ୍କୁ ଗିରଫ କରିଛି ଧର୍ମଶାଳା ପୋଲିସ ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଅଭିଯୁକ୍ତମାନଙ୍କ ମଧ୍ୟରେ ବଡ଼ଚଣା ଥାନା ସୁଙ୍ଗୁଡା ଅଞ୍ଚଳର ଅଶ୍ଵଜିତ ରାଉତ ଜିଲ୍ଲା ଯୁବ ବିଜେଡିର ଉପସଭାପତି ରହିଥିବା ଜଣାପଡିଛି । ଘଟଣାର ତଦନ୍ତ ହେବା ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଆଉ ବିଜେଡି ନେତାଙ୍କ ସମ୍ପୃକ୍ତି ଥିବାରୁ ବିଜେଡି ଉପରେ ବର୍ଷିଛନ୍ତି ଜିଲ୍ଲା ବିଜେପି ନେତା ସର୍ବେଶ୍ୱର ବେହୁରା । କହିଛନ୍ତି ଏବେ ଅପରାଧୀଙ୍କ ଆଡ୍ଡାସ୍ଥଳ ବିଜେଡି । ଯିଏ ଯେଉଁ ଅପରାଧ କଲା ସେଇ ଦଳକୁ ଯାଇ ଆଶ୍ରୟ ନେଲା । ସେପଟେ ଏ ପୂରା ଘଟଣାରେ ମୁହଁ ଖୋଲିନାହାନ୍ତି ଜିଲ୍ଲା ବିଜେଡି ନେତା ।

(ରିପୋର୍ଟ- ଗୁଲାମ ଗସ୍‌, ଯାଜପୁର)