BJD's Strategic Move: ବିଜେଡି କରୁଛି ବଡ଼ ଚାଲ୍‌, ଚେନ୍ନାଇରେ ବସିଛି ମେଳି...

 ବସିବ ବୈଠକ, ରାଜନୀତି ପାଇଁ କଷିବ ଅଙ୍କ । ଶନିବାର ଦିନ ଚେନ୍ନାଇରେ ହେବାକୁ ଥିବା ବୈଠକରେ ଯୋଗ ଦେବାକୁ ଚେନ୍ନାଇ ଯାଇଛନ୍ତି ବିଜେଡି ପ୍ରତିନିଧି । ଡିଲିମିଟେସନ ନେଇ ଏହି ବୈଠକ ହେବାକୁ ଯାଉଛି ।

BJD's Strategic Move

ଚେନ୍ନାଇ ଗଲା ବିଜେଡି । ବିଜେପି ବିରୋଧରେ ବାନ୍ଧିବ ମେଳି । ବସିବ ବୈଠକ, ରାଜନୀତି ପାଇଁ କଷିବ ଅଙ୍କ । ଶନିବାର ଦିନ ଚେନ୍ନାଇରେ ହେବାକୁ ଥିବା ବୈଠକରେ ଯୋଗ ଦେବାକୁ ଚେନ୍ନାଇ ଯାଇଛନ୍ତି ବିଜେଡି ପ୍ରତିନିଧି । ଡିଲିମିଟେସନ ନେଇ ଏହି ବୈଠକ ହେବାକୁ ଯାଉଛି । ବିଜେଡିର ଦୁଇ ନେତା ସଞ୍ଜୟ ଦାସବର୍ମା ଓ ଅମର ପଟ୍ଟନାୟକ ଚେନ୍ନାଇ ଯାଇଛନ୍ତି । 

ତେବେ ଗସ୍ତ ପୂର୍ବରୁ ସେମାନେ କହିଛନ୍ତି, ଓଡ଼ିଶାର ସ୍ବାର୍ଥ ପାଇଁ ବିଜେଡି ସ୍ବର ଉତ୍ତୋଳନ କରିବ । ଜନସଂଖ୍ୟା ନିୟନ୍ତ୍ରଣରେ ଜାତୀୟ ସ୍ତରରେ ଓଡ଼ିଶାର ପ୍ରଦର୍ଶନ ଭଲ। ଜନସଂଖ୍ୟାକୁ ଦେଖି ଡିଲିମିଟେସନ କରାଗଲେ ଓଡ଼ିଶା ପ୍ରଭାବିତ ହେବ । ବିଜେଡି ଆଭିମୁଖ୍ୟ ସେଠାରେ କହିବୁ ବୋଲି କହିଛନ୍ତି ସଞ୍ଜୟ ଦାସବର୍ମା । 

ଅଧିକ ପଢ଼ନ୍ତୁ: ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ

ସେପଟେ ଡିଲିମିଟେସନକୁ ନେଇ ଚେନ୍ନାଇ ବୈଠକରେ ବିଜେଡି ଯୋଗଦେବା ପ୍ରସଙ୍ଗରେ ତେରେଛା ବାଣ ମାରିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଦଳ କହିଛି, ବିଜେଡି ନିଜର ସୁରକ୍ଷା ପାଇଁ ବିଭିନ୍ନ ଦଳର କ୍ୟାମ୍ପକୁ ଯାଇପାରେ । କାରଣ ଆଗକୁ ବିଜେଡି ରହିବ ନାହିଁ । ବିଜେଡି ରାଜନୀତିର ସମୀକରଣ ବଦଳିଲେ କିଛି ଅସୁବିଧା ନାହିଁ ବୋଲି କହିଛନ୍ତି କୃଷ୍ଣଚନ୍ଦ୍ର ପାତ୍ର । 

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନଙ୍କ ଡକରାରେ ଏକାଠି ହେବେ ୮ ରାଜ୍ୟର ନେତୃ ମଣ୍ଡଳୀ । ବିଜେପି ବିରୋଧରେ ବାନ୍ଧିବେ ମେଳି । ତେବେ ଏହି ବୈଠକ ପରେ ବିଜେଡିର ଆଭିମୁଖ୍ୟ କ’ଣ ରହିବ ତା’ ଦେଖିବାକୁ ବାକି ରହିଲା । 

ଅଧିକ ପଢ଼ନ୍ତୁ: କଡ଼ ଲେଉଟାଉଛି ରାଜନୀତି, ଭକ୍ତଙ୍କ ଚକାଭଉଁରୀରେ ଘୂରୁଛି ବିଜେଡି !