/odishatv-khabar/media/post_attachments/uploadimage/library/16_9/16_9_0/IMAGE_1707844052.jpg)
Sonia Gandhi
ପ୍ରଥମ ଥର ପାଇଁ ଉଚ୍ଚସଦନକୁ ଯାଇପାରନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ରାଜସ୍ଥାନରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଆସନ୍ତାକାଲି ଭରିବେ ନାମାଙ୍କନ। ସୋନିଆ ଗାନ୍ଧିଙ୍କ ନାମାଙ୍କନ ଦାଖଲ କରିବା ସମୟରେ ରାହୁଲ ଗାନ୍ଧି ଓ ଦଳ ସଭାପତି ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଉପସ୍ଥିତ ରହିବେ । ଉତ୍ତରପ୍ରଦେଶ ରାଏବରେଲିରୁ ୫ ଥର ଲୋକସଭାକୁ ନିର୍ବାଚିତ ହୋଇଥିବା ସୋନିଆ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ଯାଇପାରନ୍ତି ।
Advertisment
ଯଦି ସୋନିଆ ଗାନ୍ଧି ରାଜ୍ୟସଭା ଯାଆନ୍ତି ତେବେ ୨୦୨୪ ନିର୍ବାଚନରେ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧି ପ୍ରଥମ ଥର ପାଇଁ ନିର୍ବାଚନୀ ମୈଦାନକୁ ଓହ୍ଲାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସୂଚନା ଅନୁସାରେ, ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଯାଉଥିବା ବେଳେ, କଂଗ୍ରେସ ୯ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଗତକାଲି ଏନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡ଼ଗେଙ୍କ ବାସଭବନରେ ବରିଷ୍ଠ କଂଗ୍ରେସ ନେତାମାନଙ୍କର ବୈଠକ ବସିଥିଲା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)