Advertisment

ସିଙ୍ଗଲ କି ଡବଲ ଇଞ୍ଜିନ ନୁହେଁ, ଗୁଡ୍ ଗଭର୍ନାନ୍ସ ଗୁରୁତ୍ୱପୂର୍ଣ୍ଣ: ନବୀନ

ବାପାଙ୍କୁ ହରାଇଥିବା ଦୁଇ ଝିଅଙ୍କୁ ବିରୋଧୀ ଅସମ୍ମାନ କରିଥିଲେ। ଇତିହାସ ଏହାର ସାକ୍ଷୀ, ରାଜ୍ୟବାସୀ ଏହାକୁ ବରଦାସ୍ତ କରିବେନି...

author-image
Chandan Shishu
ଅଦ୍ୟତନ ହୋଇଛି
CM Naveen Pattnaik

CM Naveen Pattnaik

ସିଙ୍ଗଲ କି ଡବଲ ଇଞ୍ଜିନ ନୁହେଁ, ଗୁଡ୍ ଗଭର୍ନାନ୍ସ ଗୁରୁତ୍ୱପୂର୍ଣ୍ଣ। ବିରୋଧୀଙ୍କୁ ଟାର୍ଗେଟ୍‌ କରି ଏକଥା କହିଛନ୍ତି ନବୀନ ପଟ୍ଟନାୟକ। ଶଙ୍ଖ ଭବନ ଯାଇ ଝାରସୁଗୁଡ଼ା ବିଜୟ ଉତ୍ସବରେ ସାମିଲ୍ ହୋଇଛନ୍ତି ନବୀନ। ବିରୋଧୀମାନେ ମହିଳାଙ୍କୁ ଅସମ୍ମାନ କରୁଥିବା କହିବା ସହ ଉଦାହରଣରେ ପଦ୍ମପୁର ଓ ଝାରସୁଗୁଡ଼ା କଥା କହିଛନ୍ତି।

Advertisment

ଦଳୀୟ କର୍ମୀଙ୍କୁ ସମ୍ବୋଧନ ଅବସରରେ ନବୀନ କହିଛନ୍ତି ଯେ 'ସିଙ୍ଗଲ କି ଡବଲ ଇଞ୍ଜନ ନୁହେଁ, ଗୁଡ୍ ଗଭର୍ନାନ୍ସ ଗୁରୁତ୍ବପୂର୍ଣ୍ଣ। ଉଭୟ ଉପନିର୍ବାଚନରେ ବିରୋଧୀମାନେ ମହିଳାଙ୍କୁ ଅସମ୍ମାନ କରିଥିଲେ। ବାପାଙ୍କୁ ହରାଇଥିବା ଦୁଇ ଝିଅଙ୍କୁ ବିରୋଧୀ ଅସମ୍ମାନ କରିଥିଲେ। ଇତିହାସ ଏହାର ସାକ୍ଷୀ, ରାଜ୍ୟବାସୀ ଏହାକୁ ବରଦାସ୍ତ କରିବେନି।'

ସେ ଆହୁରି କହିଛନ୍ତି ଯେ 'ଆଜିର ବିଜୟ ପରେ ମୁଁ ଝାରସୁଗୁଡାବାସୀଙ୍କ ନିକଟରେ ଋଣୀ। ଝାରସୁଗୁଡାରେ ଉନ୍ନତି ପାଇଁ ବିଜୁ ଜନତା ଦଳ ଆହୁରି ଜୋରଦାର କରିବ। ଝାରସୁଗୁଡାରେ ନବ ବାବୁ ଆରମ୍ଭ କରିଥିବା ବିକାଶର ଧାରାକୁ ଆଗକୁ ନିଆଯିବ।'

Advertisment

ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ବିଜୟ ନେଇ ଆଶାବାଦୀ ଥିବାବେଳେ ଝାରସୁଗୁଡାରେ ବିଜୟ ହାସଲ କରିଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ସବୁଠାରୁ ବଡ଼ କଥା ହେଲା ସେ ତାଙ୍କ ବାପାଙ୍କ ରେକର୍ଡ ଭାଙ୍ଗିଛନ୍ତି । ତାଙ୍କୁ ୪୮,୬୧୯ ଭୋଟ୍‌ ମିଳିଥିବା ବେଳେ ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ପରାସ୍ତ କରିଛନ୍ତି । ତେବେ ନିର୍ବାଚନ ଜିତିବା ପରେ ଖୁସିରେ ବିଭୋର ହୋଇଯାଇଛନ୍ତି ଦୀପାଳି।

Naveen Patnaik
Advertisment
Advertisment