Advertisment

କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ସିଦ୍ଦରମୈୟା

ସିଂହଭାଗ କଂଗ୍ରେସ ବିଧାୟକଙ୍କର ସମର୍ଥନ ସିଦ୍ଦରମୈୟାଙ୍କ ପ୍ରତି ରହିିବା ସହ ରାହୁଲ ଗାନ୍ଧିଙ୍କ ପାଖ ଲୋକ ଭାବେ ଜଣାଶୁଣା।

author-image
Chandan Shishu
ଅଦ୍ୟତନ ହୋଇଛି
Karnataka CM Race

Karnnataka CM Race

କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ୭୫ ବର୍ଷୀୟ ସିଦ୍ଦରମୈୟା । ଅନ୍ୟପକ୍ଷରେ ଡିକେ ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇପାରେ। କିନ୍ତୁ ଏଯାଏଁ ସେଭଳି କୌଣସି ଘୋଷଣା କରାଯାଇନାହିଁ କି କିମ୍ବା ନିଷ୍ପତ୍ତି ହୋଇନାହିଁ। ସିଦ୍ଦରମୈୟାଙ୍କ ମୁଖ୍ୟମନ୍ତ୍ରୀ ଭାବେ ପ୍ରଶାସନ ଚଳାଇବାରେ ପୂର୍ଣ୍ଣ ଦକ୍ଷତା ଓ ଅଭିଜ୍ଞତା ରହିଛି । ୧୩ ଥର ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି।

Advertisment

କର୍ଣ୍ଣାଟକର ତୃତୀୟ ବୃହତ ଜନସଂଖ୍ୟା କୁରୁବା ସମୁଦାୟରୁ ସେ ପ୍ରତିନିଧିତ୍ୱ କରୁଛନ୍ତି । ସାଧାରଣ ଲୋକଙ୍କ ମଧ୍ୟରେ ତାଙ୍କର ପ୍ରଭାବ ଓ ଲୋକପ୍ରିୟତା ରହିଛି । ସିଂହଭାଗ କଂଗ୍ରେସ ବିଧାୟକଙ୍କର ସମର୍ଥନ ସିଦ୍ଦରମୈୟାଙ୍କ ପ୍ରତି ରହିିବା ସହ ରାହୁଲ ଗାନ୍ଧିଙ୍କ ପାଖ ଲୋକ ଭାବେ ଜଣାଶୁଣା। ଏସବୁ ନଜରରେ ରଖି କଂଗ୍ରେସ ହାଇକମାଣ୍ଡ ପକ୍ଷରୁ ସିଦ୍ଦରମୈୟାଙ୍କୁ ମୁଖ୍ୟମନ୍ତ୍ରୀ କରାଯାାଇପାରେ ବୋଲି ଚର୍ଚ୍ଚା ହେଉଛି।

ଅଧିକ ପଢ଼ନ୍ତୁ: କିଏ ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ଚଉକି ଟଣାଭିଡ଼ା ଭିତରେ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

Advertisment

ଗୋଟେପଟେ ବରିଷ୍ଠ ଓ ବିଚକ୍ଷଣ ପ୍ରଶାସନିକ ଦକ୍ଷତା ଥିବା ନେତା ସିଦ୍ଦରମେୟା। ଅନ୍ୟପଟେ ବିଧାନସଭା ନିର୍ବାଚନରେ ଅସମ୍ଭବକୁ ସମ୍ଭବ କରିଥିବା ଦକ୍ଷ ନେତା ଡି.କେ. ଶିବକୁମାର। ଏ ଦୁହିଁଙ୍କ ଭିତରୁ କାହାକୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ବାଛିବ କଂଗ୍ରେସ? ଏମାନଙ୍କ ଭିତରୁ କିଏ ହେବେ ସାଢ଼େ ୬ କୋଟି କର୍ଣ୍ଣାଟକବାସୀଙ୍କ ମୁଖିଆ ? ବିଧାନସଭା ନିର୍ବାଚନରେ ଅଭୂତପୂର୍ବ ସଫଳତା ପରେଏବେ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବେ, ତାକୁ ନେଇ ଦ୍ବନ୍ଦ୍ବରେ ଦଳ।

କାରଣ ସିଏମ୍ ପଦ ଲାଗି ଏବେ ଦୌଡ଼ରେ ଦୁଇ ପ୍ରମୁଖ ଦାବିଦାର। ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା। ଅନ୍ୟଜଣେ ରାଜ୍ୟ ପିସିସି ସଭାପତି ଡିକେ ଶିବକୁମାର।

Karnataka CM
Advertisment
Advertisment