Advertisment

ବିଜେଡିକୁ ଚିନ୍ତା ୨୦୨୪ ନିର୍ବାଚନ ! ମିଶନ ଶକ୍ତିକୁ ଢାଲ କରୁଛି କି ସରକାରୀ ଦଳ ?

ଆନ୍ଦୋଳନ ଆଳରେ SHG ସଦସ୍ୟାଙ୍କୁ ଡକାଇ ସମାବେଶ ଚର୍ଚ୍ଚା । ନିର୍ବାଚନୀ କାମରେ ବ୍ୟବହାର ହେଉଥିବା ନେଇ ଖୋଲିଲେ ଗୁମର ।

ଅଦ୍ୟତନ ହୋଇଛି
undefined

SHG

Advertisment

ଗାଁ ଗାଁରୁ ଆସି ରାଜଧାନୀରେ ଗର୍ଜିଲେ । କହିଲେ ସରକାର ସବୁ କାମ କରାଉଛନ୍ତି, ହେଲେ ଆମ କଥା ବୁଝୁନାହାଁନ୍ତି । ୧୦ ଦଫା ଦାବି ନେଇ ଭୁବନେଶ୍ୱର ର ମହାତ୍ମାଗାନ୍ଧି ମାର୍ଗରେ ଓଡ଼ିଶା ଗ୍ରାମ ପଞ୍ଚାୟତ ଲେବଲ ଫେଡରେସନ ମିଶନ ଶକ୍ତି କର୍ମୀ ସାମୁଖ୍ୟର ବିଶାଳ ସମାବେଶ । ଆଉ ଏହି ଅବସରରେ ରାଜ୍ୟ ସରକାରଙ୍କ ଉପରେ ରାଗ ଝାଡ଼ିଛନ୍ତି କର୍ମୀ । ସଫା ସଫା ଅଭିଯୋଗ କରିଛନ୍ତି, ସରକାର ନିର୍ବାଚନଠୁ ଆରମ୍ଭ କରି ସବୁ କାମରେ ଆମକୁ ଲଗାଉଛନ୍ତି, ହେଲେ ପରିଶ୍ରମର ଫଳ ଦେବା ବେଳେ ମୁହଁ ମୋଡି ଦେଉଛନ୍ତି ।

Advertisment

ସମାବେଶ କରିଥିବା ଏହି କର୍ମୀମାନେ ପଞ୍ଚାୟତ ସ୍ତରରେ ମାଷ୍ଟର ବୁକ୍ କିପର- MBK, କମ୍ୟୁନିଟି ରିସୋର୍ସ ପର୍ସନ- CRP, ବ୍ୟାଙ୍କ୍ ମିତ୍ର, କୃଷି ମିତ୍ର, ପ୍ରାଣୀ ମିତ୍ର ଓ LSP ଭାବେ ମିଶନ ଶକ୍ତି ଅଧୀନରେ କାମ କରନ୍ତି । ଆର୍ଥିକ ସ୍ୱାବଲମ୍ବୀ ସହ ଚାଷ ଓ ଚାଷୀର ଉନ୍ନତି ପାଇଁ ଦିନ ରାତି ଖଟନ୍ତି। ତେବେ ପାରିଶ୍ରମିକ ବହୁତ କମ୍ । ଶ୍ରମିକ ମାନ୍ୟତା, ସ୍ଥାୟୀ ନିଯୁକ୍ତି, ଗୋଷ୍ଠୀ ବିନିଯୋଗ ପାଣ୍ଠିକୁ ୫୦ ଲକ୍ଷକୁ ବୃଦ୍ଧି ଭଳି ୧୦ଦଫା ଦାବିରେ ଆଜି ସମାବେଶରେ ଗର୍ଜିଛନ୍ତି ହଜାର ହଜାର କର୍ମୀ ।

ଅଧିକ ପଢ଼ନ୍ତୁ: ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ବିରୋଧୀଙ୍କ ରଣହୁଙ୍କାର, ରାସ୍ତାକୁ ଓହ୍ଲାଇଲା ବିଜେପିର ୟଙ୍ଗ ବ୍ରିଗେଡ୍

Advertisment

ବିଜୁ ଶ୍ରମିକ ସାମ୍ମୁଖ୍ୟ ବ୍ୟାନରରେ କଟକ ମେୟର ସୁବାସ ସିଂଙ୍କ ନେତୃତ୍ୱରେ ମହିଳାମାନେ ରାସ୍ତାକୁ ଓହ୍ଲାଇଥିବା ବେଳେ କଟକ ମେୟର କହିଛନ୍ତି, କେନ୍ଦ୍ର ସରକାରଙ୍କ ଯୋଜନାରେ ରାଜ୍ୟ ସରକାର କିପରି ଦାବି ପୂରଣ କରିବେ । କିନ୍ତୁ ଦାବି ସମ୍ପର୍କରେ ମିଶନ ଶକ୍ତି ସଚିବଙ୍କୁ ୧୨ ଜଣିଆ ପ୍ରତିନିଧି ଦଳ ଭେଟିବା ପରେ SHG ମହିଳାଙ୍କୁ ସ୍କୁଟିର ସ୍ୱପ୍ନ ଦେଖାଇଥିଲେ ସୁବାସ ସିଂ । ଏଥିସହ MSMEରେ SHG ମହିଳାଙ୍କୁ ସାମିଲ କରାଯିବ ବୋଲି କହିଛନ୍ତି ସୁବାସ ।

SHG ମହିଳାଙ୍କୁ ନେଇ ଏତେ ବଡ ସମାବେଶ କରିବା ପଛରେ ଦୁଇଟି ଉଦ୍ଦେଶ୍ୟ ରହିଥିବା ଚର୍ଚ୍ଚା ହେଉଛି । ଗୋଟିଏ ହେଲା ନିଖିଳ ଓଡ଼ିଶା ୬୬୨ବର୍ଗ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ମହା ଗର୍ଜନକୁ ଭଣ୍ଡୁର କରିବା ଏବଂ ନିର୍ବାଚନ ପୂର୍ବରୁ ମିଥ୍ୟା ପ୍ରତିଶୁତି ଦେଇ ଶକ୍ତି ପ୍ରଦର୍ଶନ କରିବା । ଏହା ରାଜ୍ୟ ସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି ଚର୍ଚ୍ଚା ହେଉଥିବା ବେଳେ ନିର୍ବାଚନୀ କାମରେ ସେମାନଙ୍କୁ ବ୍ୟବହାର ନେଇ ଖୋଦ୍ SHG ମହିଳା ଗୁମର ଖୋଲିବା ସେମାନଙ୍କ ସଶକ୍ତିକରଣ କିଭଳି ହେଉଛି, ତାର ଗୁମର ଖୋଲିଛି ।

Advertisment

Mission Shakti Protest SHG Groups General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ