Advertisment

ପୁରୁଖା ରାଜନେତାଙ୍କୁ ଟକ୍କର ଦେବାକୁ ମୈଦାନରେ ଦିବ୍ୟାଙ୍ଗ

ଦୁର୍ଘଟଣାରେ ହାତ ହରାଇଛନ୍ତି ସତ, ହେଲେ ହରାଇନାହାନ୍ତି ଆତ୍ମବିଶ୍ୱାସ।

author-image
Chandan Shishu
Panchayat Election

Panchayat Election

ଏଥର ପଞ୍ଚାୟତ ନିର୍ବାଚନରେ ନୂଆ ଟ୍ରେଣ୍ଡ। କେବଳ ଉଚ୍ଚଶିକ୍ଷିତ କି ଚାକିରି ଛାଡିଥିବା ପେସାଦାର ନୁହନ୍ତି। ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇଚନ୍ତି ବହୁସଂଖ୍ୟାରେ ଦିବ୍ୟାଙ୍ଗ ପ୍ରାର୍ଥୀ। ପାଖରେ ଆର୍ଥିକ ସମ୍ବଳ ନାହିଁ, ଜନସମର୍ଥନ ମିଳିବ କି ନାହିଁ ତାହା ବି ଜଣାନାହିଁ, ତେବେ ଏମାନଙ୍କ ପାଇଁ ଆତ୍ମ ପ୍ରେରଣାଦାୟୀ ହୋଇଛି ନିଜ ଇଚ୍ଛାଶକ୍ତି। ଇଏ ହେଉଛନ୍ତି ବରଗଡ଼ ପଦ୍ମପୁର ଉପଖଣ୍ଡ ଗାଇସିଲଟ ବ୍ଲକ ଜୋନ-ଓ୍ୱାନ୍‌ର ଜିଲ୍ଲା ପରିଷଦ ପ୍ରାର୍ଥୀ ସରୋଜ ବରିହା। ଦଳୀୟ ସମର୍ଥନ ନଥିଲେ ବି ଜନ ସମର୍ଥନ ଉପରେ ଭରସା କରି ନାମାଙ୍କନ ଭରିଛନ୍ତି ମୁଣ୍ଡାପାଲି ଗାଁର ଏହି ଦିବ୍ୟାଙ୍ଗ ଆଶାୟୀ।

Advertisment

ଅନ୍ୟ ଜଣେ ଦିବ୍ୟାଙ୍ଗ ପ୍ରାର୍ଥୀ ହେଲେ ସୁନ୍ଦରଗଡ଼ ଲହୁଣୀପଡା ବ୍ଲକ ହଳଦୀକୁଦର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ରାମଚନ୍ଦ୍ର ମୁଣ୍ଡା। ଦୁର୍ଘଟଣାରେ ହାତ ହରାଇଛନ୍ତି ସତ, ହେଲେ ହରାଇନାହାନ୍ତି ଆତ୍ମବିଶ୍ୱାସ। ଆଦିବାସୀ ଅଧ୍ୟୁଷିତ ନିଜ ଅଞ୍ଚଳକୁ ଆଦର୍ଶ ଗ୍ରାମପଞ୍ଚାୟତରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାମଚନ୍ଦ୍ର।

ଭଦ୍ରକ ତିହିଡି ବ୍ଲକ ମଙ୍ଗଳପୁର ପଞ୍ଚାୟତର ବାସିନ୍ଦା ପରମେଶ୍ୱର ମଳିକ ଜନ୍ମରୁ ଦିବ୍ୟାଙ୍ଗ, ହେଲେ ପିଲାଟି ଦିନରୁ କାହାରି ଉପରେ ବୋଝ ନହୋଇ ସ୍ବାବଲମ୍ବୀ ହେବା ସହ ଗାଁ ବିକାଶରେ ସବୁବେଳେ ପ୍ରତ୍ୟେକ୍ଷ ସହଯୋଗ ଦେଇଆସିଛନ୍ତି। ଆଉ ନିଜ କାର୍ଯ୍ୟକୁ ଆଗେଇ ନେବା ପାଇଁ ମଙ୍ଗଳପୁର ପଞ୍ଚାୟତର ୪ ନମ୍ବର ୱାର୍ଡର ୱାର୍ଡ ମେମ୍ବର ପ୍ରାର୍ଥୀ ଠିଆ ହୋଇଛନ୍ତି। ପରମେଶ୍ୱର ଦୁଇଟି ଯାକ ହାତ ହରାଇଛନ୍ତି, ହେଲେ ତାଙ୍କର ସ୍ୱଭାବ ଯେକୌଣସି ଲୋକକୁ ବି ପ୍ରଭାବିତ କରିବ।

Advertisment

ଘରକୁ ଘର ବୁଲି ପ୍ରଚାର କରୁଥିବା ଇଏ ଆଉ ଜଣେ ଦିବ୍ୟାଙ୍ଗ ପି. ଚନ୍ଦ୍ରମା ରେଡ୍ଡୀ। ରାଜନୀତିରେ ନିଜ ଭାଗ୍ୟ ପରୀକ୍ଷା ଲାଗି ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ମେଣ୍ଡରାଜପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି ପି. ଚନ୍ଦ୍ରମା। ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ବ୍ଲକ ଜୋନ୍-ଟୁରେ ପ୍ରାର୍ଥୀ ହୋଇଥିବା ଜୟନ୍ତୀ ଏକ୍କା ବି ଜଣେ ଦିବ୍ୟାଙ୍ଗ। ଠିକରେ ଚାଲି ପାରୁନଥିଲେ ବି ଯନ୍ତ୍ରଣାକୁ ପଛରେ ଜନସେବା ପାଇଁ ମନବଳାଇଛନ୍ତି।   

ରିପୋର୍ଟ: ସୋମେଶ ମହାନ୍ତି, ରଞ୍ଜିତ ଚୌଧୁରୀ, ପାର୍ଥସାରଥୀ ନାୟକ, ଜଗନ୍ନାଥ ସାହୁ, ବିଜୟ ବରୁଆ

Odisha Panchayat Election Handicapped Candidate
Advertisment
Advertisment