/odishatv-khabar/media/post_attachments/uploadimage/library/16_9/16_9_0/IMAGE_1723805801.jpg)
BIjay Patnaik
କଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକ । ମେଲ୍ ଯୋଗେ ସେ AICCକୁ ଇସ୍ତଫା ପତ୍ର ପଠାଇଦେଇଥିବା ସୂଚନା ଦେଇଛନ୍ତି । ଗତ ନିର୍ବାଚନରେ ପାରଳାଖେମୁଣ୍ଡିରୁ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ ବିଜୟ । ତାଙ୍କୁ ପ୍ରଥମେ ଦଳର ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ପରେ ତାଙ୍କୁ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ କାଢ଼ି ଦିଆଯାଇଥିଲା ।
ଅଧିକ ପଢ଼ନ୍ତୁ: ଭିକେ ପାଣ୍ଡିଆନଙ୍କ ନାଁରେ ଏତଲା, ଜାଣନ୍ତୁ କ’ଣ ରହିଛି ଅଭିଯୋଗ
ଅନ୍ୟପଟେ କଂଗ୍ରେସରୁ ଇସ୍ତଫା ଦେବା ପରେ ଓଟିଭିକୁ ବିଜୟ କହିଛନ୍ତି, କଂଗ୍ରେସରେ ପ୍ରେଷ୍ଟିଜ ନାହିଁ । ‘ଦଳରେ ମୋର ମଧ୍ୟ କୌଣସି ପ୍ରେଷ୍ଟିଜ ନାହିଁ । ମୋର ଏଠି କିଛି ସ୍ଥାନ ନାହିଁ । ମୁଁ ଅନୁଭବ କଲି ଦଳ ପାଇଁ ମୁଁ କିଛି ୟୁଜ୍ଫୁଲ୍ ହେଉନି । ଯଦି ୟୁଜ୍ଫୁଲ୍ ହୋଇପାରୁନି ଦଳରେ ରହିବାକୁ ଆଉ ଠିକ୍ ଭାବିଲିନି। ତେବେ କଂଗ୍ରେସ ଛାଡ଼ିବା ପରେ ତାଙ୍କର ଅନ୍ୟ ଦଳକୁ ଯିବାର ନାହିଁ ବୋଲି ମଧ୍ୟ ସେ ସଫା ସଫା କହିଦେଇଛନ୍ତି। ସେ ଆହୁରି କହିଛନ୍ତି, ଲୋକଙ୍କ ପାଖକୁ ଯିବି । ଲୋକଙ୍କ ପାଖକୁ ଯାଇ ଲୋକଙ୍କ ସେବା କରିବାର ଅଛି । ତେବେ ଗତ କିଛି ଦିନ ହେଲା କଂଗ୍ରେସର କୌଣସି କାର୍ଯ୍ୟକ୍ରମରେ ବିଜୟଙ୍କୁ ଦେଖିବାକୁ ମିଳୁନଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)