• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଲୋକସେବା ଭବନକୁ ସାମ୍ବାଦିକଙ୍କ ପାଇଁ ଫ୍ରି ଏଣ୍ଟ୍ରି ବ୍ୟବସ୍ଥା କରନ୍ତୁ ସରକାର । ତା’ସହ ସାମ୍ବାଦିକଙ୍କୁ ମିଳୁ ପେନସନ୍ । ଆଜି ବିଧାନସଭା ଶୂନ୍ୟକାଳରେ ସାମ୍ବାଦିକଙ୍କ ବିଭିନ୍ନ ଦାବି ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର । ନରସିଂହ କହିଛନ୍ତି- ଅନ୍ୟ ରାଜ୍ୟରେ ସାମ୍ବାଦିକଙ୍କୁ ପେନସନ୍ ବ୍ୟବସ୍ଥା ଥିବାବେଳେ ଓଡ଼ିଶାରେ ବି ତାହା ଲାଗୁ କରାଯାଉ ।

ସେହିପରି ଲୋକସେବା ଭବନକୁ ସାମ୍ବାଦିକଙ୍କ ପ୍ରବେଶ ଉପରେ ଯେଉଁ ପ୍ରତିବନ୍ଧକ ଲାଗିଛି ତାହା ହଟାଯାଉ ଓ ଫ୍ରି ଏଣ୍ଟ୍ରି ବ୍ୟବସ୍ଥା କରାଯାଉ ବୋଲି କହିଛନ୍ତି ନରସିଂହ । ଅନ୍ୟପଟେ ଗୃହରେ ଶୂନ୍ୟକାଳରେ ବିଜେପି ପୁଣି ଥରେ ଅର୍ପଣ ରଥ ଉଷୁନା ଚାଉଳ ପ୍ରସଙ୍ଗ ଉଠାଇଛି । ରାଜ୍ୟପାଳଙ୍କ ମୁହଁରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରଶଂସା ସରକାର କରାଇଛନ୍ତି ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଅର୍ପଣ ରଥରୁ ଉଷୁନା ଚାଉଳ ମିଳିଥିବା ଯାଞ୍ଚ କମିଟି ସଦସ୍ୟ ଦାମୋଦର ମହାସୁଆର ନିଜେ କହିଛନ୍ତି ।

ବାର ମିଶା ଚାଉଳ ଶ୍ରୀ ମନ୍ଦିରକୁ ଗଲା କେମିତି ବୋଲି ପ୍ରଶ୍ନ କରିଛନ୍ତି ମୋହନ ମାଝୀ । ଲୋକେ ଗୁଆ ସହ ଦାନରେ ଅର୍ଥ ବି ଦେଇଛନ୍ତି । କେତେ ଅର୍ଥ ସଂଗ୍ରହ ହେଲା ତାର ହିସାବ ନାହିଁ ବୋଲି ଅଭିଯୋଗ କରିଛନ୍ତି । ଡାଲା ଅଟୋରେ ସୋଲରେ ନିର୍ମିତ ଜଗନ୍ନାଥଙ୍କୁ ବାନ୍ଧି ବୁଲାଇବା ଜଗନ୍ନାଥ ସଂସ୍କୃତିର ପରିପନ୍ଥୀ ବୋଲି କହିଛନ୍ତି । ଗଜପତି ମହାରାଜ ବି ଅର୍ପଣ ରଥ ମନ୍ଦିର ପ୍ରଶାସନର ନୁହେଁ ବୋଲି ସ୍ପଷ୍ଟ କରିଥିବା ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଏ ବାବଦରେ ମୁହଁ ଖୋଲୁନଥିବା କହି ଏହି ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଙ୍ଗ ଦାବି କରିଥିଲେ ମୋହନ ମାଝୀ । ତେବେ ଏନେଇ ଶାସକ ଦଳ ପକ୍ଷରୁ ପ୍ରତିକ୍ରିୟା ମିଳି ପାରିନାହିଁ । ସେପଟେ ରତ୍ନ ଭଣ୍ଡାର ଖୋଲିବା ନେଇ ବିଧାନସଭାରେ ଆଇନ ମନ୍ତ୍ରୀ ଉତ୍ତର ରଖିଛନ୍ତି । ସ୍କାନିଙ୍ଗ୍ ପରେ ସ୍ଥିତି ଅନୁଧ୍ୟାନ କରାଯାଇ ଚଳିତ ବର୍ଷ ରଥଯାତ୍ରା ସମୟରେ ଭିତର ଭଣ୍ଡାର ଖୋଲାଯାଇ ମରାମତି କାର୍ଯ୍ୟ କରା ଯାଇପାରିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ଉଭୟ ବାହାର ଓ ଭିତର ରତ୍ନଭଣ୍ଡାର ଶ୍ରୀମନ୍ଦିର ଜଗମୋହନ ସହିତ ସଂଲଗ୍ନ ରହିଛି ।

ତେଣୁ ଏଏସଆଇ ଟିମ୍ ରତ୍ନଭଣ୍ଡାରକୁ ପ୍ରବେଶ କରି ଭିତର ଭଣ୍ଡାର ଅଂଶ ମରାମତି କଲେ ଶ୍ରୀଜିଉଙ୍କ ନୀତି ଓ ଭକ୍ତଙ୍କ ଦର୍ଶନ ବାଧାପ୍ରାପ୍ତ ହେବ । ଏ ପ୍ରସଙ୍ଗରେ ୪ ଅଗଷ୍ଟ ୨୦୨୩ରେ ହୋଇଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା କରାଯାଇଥିଲା । ରତ୍ନଭଣ୍ଡାର ବହିଃପାର୍ଶ୍ୱରୁ ଲେଜର ସ୍କାନିଙ୍ଗ୍ କରାଯାଇ ଭଣ୍ଡାରର ଆଭ୍ୟନ୍ତରୀଣ ସ୍ଥିତି ଅନୁଧ୍ୟାନ କରାଯିବା ପାଇଁ କମିଟି ମତ ଦେଇଥିଲେ ।

ଏହା ଭିତରେ ଲେଜର ସ୍କାନିଂ ଶେଷ ହୋଇଛି । ସ୍କାନିଂ ପରେ ସ୍ଥିତି ଅନୁଧ୍ୟାନ କରାଯାଇ ଚଳିତ ବର୍ଷ ରଥଯାତ୍ରା ସମୟରେ ଭିତର ଭଣ୍ଡାର ଖୋଲାଯାଇ ମରାମତି କାର୍ଯ୍ୟ କରା ଯାଇପାରିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ।