Advertisment

ରେଢ଼ାଖୋଲରେ ତେଜୁଛି କି ବିଜେଡି ଅନ୍ତର୍କନ୍ଦଳ ?

ପ୍ରସନ୍ନ ଆଚାର୍ଯ୍ୟଙ୍କ ନିଶାନାରେ ବିଧାୟକ ରୋହିତ ପୂଜାରୀ ? ରେଢ଼ାଖୋଲରେ ପ୍ରସନ୍ନଙ୍କ ଅଭିଭାଷଣକୁ ନେଇ ଚର୍ଚ୍ଚା

author-image
Prangyan Parimita
ଅଦ୍ୟତନ ହୋଇଛି
BJD Leader Prasanna Acharya

bjd-bjd

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ ତେଜୁଛି କି ବିଜେଡି ଅନ୍ତର୍କନ୍ଦଳ? ମୁହାଁମୁହିଁ ହେବେ କି ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ସ୍ଥାନୀୟ ବିଧାୟକ ରୋହିତ ପୂଜାରୀ? ଏଭଳି କିଛି ଚର୍ଚ୍ଚା ଜୋର ଧରିଛି ରେଢ଼ାଖୋଲର ଏକ କାର୍ଯ୍ୟକ୍ରମରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଭିଭାଷଣକୁ ନେଇ । ବିନ୍ଧ୍ୟବାସିନୀ ଅଟୋ ସଂଘର ବାର୍ଷିକ ଉତ୍ସବରେ ଯୋଗ ଦେଇ ପ୍ରସନ୍ନ କହିଛନ୍ତି ଯେ, ଆମର ଦୁର୍ବଳତା, ଅସମର୍ଥତା ଓ ଅଯୋଗ୍ୟତା ପାଇଁ ରେଢ଼ାଖୋଲ ଆଗକୁ ଯାଇପାରୁନି ।

Advertisment

ବିକାଶରେ କେବଳ କମା ଲାଗିଛି, ପୂର୍ଣ୍ଣଚ୍ଛେଦ ନୁହେଁ । ଯେତିକି ବିକାଶ ହୋଇଛି ବେଶି କିଛି ହୋଇନି । ଆଗକୁ ଆହୁରି ଅନେକ କିଛି କରିବାର ଅଛି ବୋଲି କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରୁ ଏଥର ବିଜେଡି ଟିକେଟ୍ ପାଇଁ ପ୍ରସନ୍ନ ଆଚାର୍ଯ୍ୟଙ୍କ ନାଁ ଚର୍ଚ୍ଚାରେ ଥିବା ବେଳେ, ସେ ଏହିସବୁ ଉକ୍ତି ସ୍ଥାନୀୟ ବିଜେଡି ବିଧାୟକ ରୋହିତ ପୂଜାରୀଙ୍କୁ ଇଙ୍ଗିତ କରି କହିଥିବା ଅନୁମାନ କରାଯାଉଛି।

ତେବେ ସାମ୍ବାଦିକଙ୍କ ପ୍ରଶ୍ନରେ ପ୍ରସନ୍ନ କହିଛନ୍ତି ଯେ, ବିନା ଉଦ୍ଦେଶ୍ୟରେ ବହୁତ କିଛି କରାଯାଏ । ଟିକେଟ ଚର୍ଚ୍ଚାରୁ ମୁଁ ଦୂରେଇ ରହେ । ଅନ୍ୟପକ୍ଷରେ ରୋହିତ ପୂଜାରୀ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ରେଢାଖୋଲ ବିକାଶ କଥା ସେ କେମିତି ଜାଣିବେ, ସେ ତ ଏଠି ୧୦ ବର୍ଷ ହେଲା ବିଧାୟକ ନଥିଲେ ।...

Advertisment

କେବଳ ଯେ ସମ୍ବଲପୁର ଜିଲ୍ଲାରେ ତା’ ନୁହେଁ କେନ୍ଦ୍ରାପଡ଼ା କିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀରେ ମଧ୍ୟ ଗତକାଲି ବିଜେଡି ଗୋଷ୍ଠୀ କନ୍ଦଳ ଦେଖିବା ପାଇଁ ମିଳିଛି । ବିଜେଡିର ଜନ ସଂର୍ପକ ପଦଯାତ୍ରା ବେଳେ ଏଭଳି କିଛି ଦେଖିବାକୁ ମିଳିଛି । ଏକା ସମୟରେ ସ୍ଥାନୀୟ ବିଧାୟକ ଧ୍ରୁବଚରଣ ସାହୁ ଓ ଜିଲ୍ଲା ପରିଷଦ ଉପାଧକ୍ଷ ଅଶୋକ ପଢିହାରୀଙ୍କ ସମର୍ଥକ ଭିନ୍ନ ଭିନ୍ନ ଦୁଇଟି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଏଥିରୁ ସ୍ପଷ୍ଟ କେନ୍ଦ୍ରାପଡ଼ା ବିଜେଡିରେ ସବୁକିଛି ଠିକ ନାହିଁ ।

BJD Odisha Politics Prasanna Acharya
Advertisment
Advertisment