Advertisment

ପ୍ରାର୍ଥିପତ୍ର ଦାଖଲ ପାଇଁ ଦ୍ୱିତୀୟ ସୁଯୋଗ

ପଞ୍ଚାୟତ ନିର୍ବାଚନ ଲାଗି ଯେଉଁଠି ପ୍ରାର୍ଥିପତ୍ର କେହି ଦାଖଲ କରି ନାହାନ୍ତି କିମ୍ବା ଯେଉଁ ସ୍ଥାନରେ ସମସ୍ତ ପ୍ରାର୍ଥିପତ୍ର ନାକଚ ହୋଇ ଯାଇଛି, ସେହି ସ୍ଥାନରେ ଆଉଥରେ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Odisha Panchayat Elections

Odisha Panchayat Elections

ପଞ୍ଚାୟତ ନିର୍ବାଚନ ଲାଗି ଯେଉଁଠି ପ୍ରାର୍ଥିପତ୍ର କେହି ଦାଖଲ କରି ନାହାନ୍ତି କିମ୍ବା ଯେଉଁ ସ୍ଥାନରେ ସମସ୍ତ ପ୍ରାର୍ଥିପତ୍ର ନାକଚ ହୋଇ ଯାଇଛି, ସେହି ସ୍ଥାନରେ ଆଉଥରେ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଏନେଇ ୨୭ ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। 

Advertisment

ଆସନ୍ତା ୨୯ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ହେବ। ଫେବୃୟାରୀ ୧ ତାରିଖରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ ଏବଂ ୪ ତାରିଖରେ ଚୂଡାନ୍ତ ପ୍ରାର୍ଥିପତ୍ର ତାଲିକା ପ୍ରକାଶ ପାଇବ। ୪ ହଜାରରୁ ଅଧିକ ୱାର୍ଡ ମେମ୍ବର, ୭ ଜଣ ସରପଞ୍ଚ ଓ ୬ ଜଣ ସମିତି ସଭ୍ୟ ପ୍ରାର୍ଥୀଙ୍କ ପାଇଁ ନାମାଙ୍କନ ପତ୍ର ଦାଖଲ ହେବ। 

ରାଜ୍ୟର କୋଭିଡ ସ୍ଥିତି ଉପରେ ନଜର ରଖାଯାଇଛି। ବିଭିନ୍ନ ଦିଗକୁ ତର୍ଜମା କରି ପ୍ରଚାର ପାଇଁ କଟକଣା ନେଇ ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି।

Advertisment

ପଞ୍ଚାୟତ ନିର୍ବାଚନ ପାଇଁ ଦାଖଲ ହୋଇଥିବା ୨ ଲକ୍ଷ ୨୦ ହଜାର ୪୧୪ ଜଣଙ୍କ ପ୍ରାର୍ଥିପତ୍ର କାଏମ୍ ରହିଛି। ସେଥିମଧ୍ୟରୁ ସରପଞ୍ଚ ପଦବୀ ପାଇଁ ୩୨ ହଜାର ୮୬୦ ଜଣଙ୍କ ପ୍ରାର୍ଥିପତ୍ର କାଏମ୍ ରହି ଥିବାବେଳେ ୱାର୍ଡ ସଭ୍ୟ ପଦବୀ ପାଇଁ ୧ ଲକ୍ଷ ୫୬ ହଜାର ୭୫୩ ଜଣଙ୍କ ନାମାଙ୍କନ ପତ୍ର କାଏମ ରହିଛି। ତେବେ ନାମାଙ୍କନ ପତ୍ର ଯାଞ୍ଚ ବେଳେ ମାତ୍ର ୮ ହଜାର ୬ ଶହ ୪୮ ଜଣଙ୍କ ନାମାଙ୍କନ ପତ୍ର କଟି ଯାଇଥିବା ସୂଚନା ମିଳିଛି।

Odisha Panchayat Elections
Advertisment
Advertisment