Advertisment

କଟିଗଲା ୮ ହଜାରରୁ ଅଧିକ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର

ପଞ୍ଚାୟତ ନିର୍ବାଚନ ପାଇଁ ଦାଖଲ ହୋଇଥିବା ୨ ଲକ୍ଷ ୨୦ ହଜାର ୪୧୪ ଜଣଙ୍କ ପ୍ରାର୍ଥିପତ୍ର କାଏମ୍ ରହିଛି। ନାମାଙ୍କନ ପତ୍ର ଯାଞ୍ଚ ବେଳେ ମାତ୍ର ୮ ହଜାର ୬ ଶହ ୪୮ ଜଣଙ୍କ ନାମାଙ୍କନ ପତ୍ର କଟି ଯାଇଥିବା ସୂଚନା ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Odisha Panchayat Polls

Odisha Panchayat Polls

ପଞ୍ଚାୟତ ନିର୍ବାଚନ ପାଇଁ ଦାଖଲ ହୋଇଥିବା ୨ ଲକ୍ଷ ୨୦ ହଜାର ୪୧୪ ଜଣଙ୍କ ପ୍ରାର୍ଥିପତ୍ର କାଏମ୍ ରହିଛି। ସେଥିମଧ୍ୟରୁ ସରପଞ୍ଚ ପଦବୀ ପାଇଁ ୩୨ ହଜାର ୮୬୦ ଜଣଙ୍କ ପ୍ରାର୍ଥିପତ୍ର କାଏମ୍ ରହି ଥିବାବେଳେ ୱାର୍ଡ ସଭ୍ୟ ପଦବୀ ପାଇଁ ୧ ଲକ୍ଷ ୫୬ ହଜାର ୭୫୩ ଜଣଙ୍କ ନାମାଙ୍କନ ପତ୍ର କାଏମ ରହିଛି। ତେବେ ନାମାଙ୍କନ ପତ୍ର ଯାଞ୍ଚ ବେଳେ ମାତ୍ର ୮ ହଜାର ୬ ଶହ ୪୮ ଜଣଙ୍କ ନାମାଙ୍କନ ପତ୍ର କଟି ଯାଇଥିବା ସୂଚନା ମିଳିଛି।

Advertisment

ସେହିପରି ପଞ୍ଚାୟତ ସମିତି ସଦସ୍ୟ ପଦବୀ ପାଇଁ ୨୭ ହଜାର ୩୪ ଜଣ ପ୍ରାର୍ଥୀ ଏବଂ ଜିଲ୍ଲା ପରିଷଦ ପଦବୀ ପାଇଁ ୩ ହଜାର ୭ଶହ ୬୭ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ୍ ରହିଛି। ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ସମୟ ରହିଛି। ୨୫ ତାରିଖରେ ହିଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଅର୍ଥାତ୍‌ ସେହିଦିନ ହିଁ ସ୍ପଷ୍ଟ ହେବ, ରଣାଙ୍ଗନରେ କେତେ ପ୍ରାର୍ଥୀ ରହିଲେ।

ପ୍ରାର୍ଥିପତ୍ର ନାକଚ ପରେ ଆଶାୟୀ ସମିତି ସଭ୍ୟ ପ୍ରାର୍ଥୀ ଧାରଣା ଦେଇଛନ୍ତି। ଜାତି ପ୍ରମାଣପତ୍ର ଅବୈଧ ଦର୍ଶାଇ ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ନିର୍ବାଚନ ଅଧିକାରୀ ପ୍ରାର୍ଥିପତ୍ର ନାକଚ କରିବା ପରେ ବ୍ଲକ କାର୍ଯ୍ୟାଳୟ ଆଗରେ ଆଶାୟୀ ପ୍ରାର୍ଥୀ ନମିତା ସାଗରିଆ ଧାରଣା ଦେଇଥିଲେ।

Advertisment

ପଞ୍ଚାୟତ ଭୋଟ୍ ପରେ ପରେ ଅର୍ଥାତ୍‌ ଏପ୍ରିଲ ଶେଷ କିମ୍ବା ମେ’ ମାସ ଆରମ୍ଭରେ ସହରାଞ୍ଚଳରେ ହୋଇପାରେ ଭୋଟ୍। ରାଜ୍ୟର ୧୦୭ଟି ପୌର ପରିଷଦ ଓ ଭୁବନେଶ୍ୱର, କଟକ ଏବଂ ବ୍ରହ୍ଣପୁର ମହାନଗର ନିଗମରେ ନିର୍ବାଚନ ହେବ। 

Odisha Panchayat Polls Odisha Panchayat Elections
Advertisment
Advertisment