BJD
ବିଜେଡିରେ ତମ୍ବିତୋଫାନ ଚାଲିଥିବା ବେଳେ ବିଦେଶ ଗସ୍ତରୁ ଫେରିଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ବାହାରକୁ ଆସିବ କି ପ୍ରକୃତ ସତ? ୱକଫ୍ ବିଲ୍କୁ ସମର୍ଥନ କରିବା ପାଇଁ କହିଥିଲା କିଏ? ଖୋଲିବେ ତାଙ୍କ ମୁହଁ ? ଖୋଲିଯିବ ବିଜେଡିର ସବୁପୋଲ। ନାଟକ କରୁଛି କି ବିଜେଡି ? କାହିଁକି ଚୁପ୍ ରହୁଛନ୍ତି ବିଜେଡି ସୁପ୍ରିମୋ ନବୀନ। ଏପରି ନାନା ଆଶଙ୍କା ଭିତରେ ଦିଲ୍ଲୀରେ ପହଞ୍ଚିବା ପରେ ସସ୍ମିତ କିଛି କହିବାକୁ ରୋକଠୋକ୍ ମନା କରିଦେଇଛନ୍ତି।
ଅଧିକ ପଢ଼ନ୍ତୁ: ବଦ୍ରି କହିଲେ, ଖେଳ ହୋଇଛି...! କଂଗ୍ରେସ କହିଲା ଏବେ ବି ବଳବତ୍ତର ବିଜେପି-ବିଜେଡି ମେଣ୍ଟ
ୱକଫ୍ ବିଲ୍କୁ ସମର୍ଥନ କରିବା ପରେ ବିଦେଶ ଗସ୍ତରେ ପଳାଇଥିଲେ ସସ୍ମିତ। ତା’ ପରେ ବିଜେଡିରେ ସୃଷ୍ଟିହୋଇଥିଲା ତମ୍ବିତୋଫାନ। ଦଳୀୟ ନେତାଙ୍କ ମଧ୍ୟରେ ଚାଲିଥିଲା ବାକ୍ ଯୁଦ୍ଧ। ନବୀନ ନିବାସରେ ହୋଇଥିଲା ବରିଷ୍ଠନେତାଙ୍କ ମେଳି। ଏହି ସବୁ ଖେଳର ମାଷ୍ଟର ମାଇଣ୍ଡ ପାଣ୍ଡିଆନ ବୋଲି କେଉଁ ନେତା କହିଥିବା ବେଳେ କିଏ ସସ୍ମିତକୁ ଦେଇଥିଲା ଦୋଷ। ଏହାକୁ ନେଇ ସରଗରମ ଥିଲା ରାଜ୍ୟ ରାଜନୀତି। ଏହି ସବୁ ଭିତରେ ପୁଣିଥରେ ଭିକେ ପାଣ୍ଡିଆନଙ୍କ ପାଇଁ ଆଗକୁ ଆସିଥିଲେ ନବୀନ। ପାଣ୍ଡିଆନଙ୍କୁ ଦେଇଥିଲେ କ୍ଲିନଚିଟ୍।
ଏସବୁ ଘଟଣା ପରେ ଆଜି ବିଦେଶଗସ୍ତରୁ ଫେରିଛନ୍ତି ସସ୍ମିତ। ସସ୍ମିତ ଦିଲ୍ଲୀରେ ପହଞ୍ଚିବା ପରେ ଘେରିଯାଇଥିଲେ ଗଣମାଧ୍ୟମ ପ୍ରତିନିଧି। ହେଲେ ସେ କିଛି କହିବାକୁ ରୋକ୍ଠୋକ୍ ମନା କରିଥିଲେ। ଦଳ ଏନେଇ ସ୍ପଷ୍ଟୀକରଣ ଦେବ ବୋଲି କହି ପଳାଇଥିଲେ ସସ୍ମିତ।
କାହିଁକି ସସ୍ମିତ ଚୁପ୍-
ତେବେ ସସ୍ମିତ ବିଦେଶ ଗସ୍ତରେ ଥିବା ସମୟରେ ସେ କହିଥିଲେ ଯେ, ବିଦେଶରୁ ଫେରିଲେ ସବୁ କହିବେ ବୋଲି। ମାତ୍ର ଏବେ ଫେରିବା ପରେ ବି କିଛି କହିନାହାନ୍ତି ସସ୍ମିତ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। କାହିଁକି ସସ୍ମିତ ଚୁପ୍ ରହିଲେ? କିଏ ସସ୍ମିତଙ୍କୁ ଚୁପ୍ ରହିବାକୁ କହିଲେ କି ? କାହିଁକି ସସ୍ମିତ ଦଳ ସ୍ପଷ୍ଟୀକରଣ ଦେବ ବୋଲି କହିଲେ? ତାକୁ ଏପରି କହିବାକୁ କିଏ ବାଧ୍ୟ କରିଛି କି? ସୁପ୍ରିମୋ ନବୀନ ମନା କରିଛନ୍ତି ନା ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ର କୁହାଯାଉଥିବା ପାଣ୍ଡିଆନ ମନା କରିଛନ୍ତି ? କ’ଣ ପାଇଁ ସସ୍ମିତ ଚୁପ୍ ? ତାକୁ ନେଇ ଚାଲିଛି ଚର୍ଚ୍ଚା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/BJD_1744275241.jpg)