Advertisment

କୁଆଡ଼େ ଗଲେ ସରପଞ୍ଚ ପ୍ରାର୍ଥିନୀଙ୍କ ପୁଅ ? ମା’ଙ୍କ ପ୍ରଚାରରେ ଯାଇଥିଲେ, ମିଳୁନି ପତ୍ତା...

ମା’ଙ୍କ ପ୍ରଚାରରେ ପୁଅ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ବହୁ ଖୋଜାଖୋଜି ପରେ ମଧ୍ୟ କୌଣସି ଖୋଜ ଖବର ନମିଳିବାରୁ ପରିବାର ଲୋକେ ଥାନାରେ ଅପହରଣ ନେଇ ଅଭିଯୋଗ କରିଛନ୍ତି।

author-image
Rajalaxmi Sahoo
Sarpanch Candidate Son Missing

Sarpanch Candidate Son Missing

ପଞ୍ଚାୟତ ନିର୍ବାଚନ ପାଇଁ ଜାରି ରହିଥିବା ଘମାଘୋଟ ଲଢ଼େଇ ଭିତରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ରାଜନୈତିକ ହିଂସା। ମା’ଙ୍କ ପ୍ରଚାରରେ ପୁଅ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି। ଜଣେ ସରପଞ୍ଚ ପ୍ରାର୍ଥିନୀଙ୍କ ପୁଅ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ବହୁ ଖୋଜାଖୋଜି ପରେ ମଧ୍ୟ କୌଣସି ଖୋଜ ଖବର ନମିଳିବାରୁ ପରିବାର ଲୋକେ ଥାନାରେ ଅପହରଣ ନେଇ ଅଭିଯୋଗ କରିଛନ୍ତି।

Advertisment

ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ପଙ୍ଗାରସିଂହ ପଞ୍ଚାୟତର ସରପଞ୍ଚ ପ୍ରାର୍ଥିନୀ ନିରୁପମା ମହାପାତ୍ରଙ୍କ ପୁଅ ପ୍ରତାପ ମହାପାତ୍ର ଗତକାଲି ସକାଳେ ପ୍ରଚାର କାର୍ଯ୍ୟରେ ଯାଇଥିଲେ। ତେବେ ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ। ହେଲେ ତାଙ୍କର କୌଣସି ପତ୍ତା ମିଳିପାରିନଥିଲା। ଏନେଇ ପରିବାର ଲୋକେ ବାଘମାରୀ ଥାନାରେ ଅପହରଣ ଅଭିଯୋଗ କରିଛନ୍ତି।  ପୋଲିସ ଅଭିଯୋଗ ଆଧାରରେ ଖୋଳତାଡ଼ ଆରମ୍ଭ କରିଛି। 

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏଥର ଦେଖିବାକୁ ମିଳିଛି ଏକ ନୂଆ ଧାରା। ଶାସକ ହୁଅନ୍ତୁ କି ବିରୋଧୀ ସବୁଠି ନେତାଙ୍କ ପୁଅ ଧରିଛନ୍ତି ନିର୍ବାଚନୀ ମଙ୍ଗ। ଗାଁ ଗାଁ ବୁଲୁଛନ୍ତି, ଭୋଟର ଓ କର୍ମୀଙ୍କୁ ଭେଟି ରଣନୀତି ବି କରୁଛନ୍ତି।

Advertisment
Odisha Panchayat Elections Sarpanch Candidate Son Missing
Advertisment
Advertisment