Advertisment

ସମ୍ବଲପୁର ହିଂସା: ହିନ୍ଦୁ ସମାଜ ପ୍ରତି ଅତ୍ୟାଚାର ବଢୁଛି କହିଲେ ଧର୍ମେନ୍ଦ୍ର

ସମ୍ବଲପୁର ହିଂସାକୁ ନେଇ ଥମୁନି ବିବାଦ। ଏଥିପାଇଁ କିଏ କରିଥିଲା ଷଡ଼ଯନ୍ତ୍ର? ପୋଲିସ, ଗୁଇନ୍ଦା, ଓ ପ୍ରଶାସନିକ ବିଫଳତା ଦାୟୀ କି?

ଅଦ୍ୟତନ ହୋଇଛି
Dharmendra Pradhan On Sambalpur Violence

Sambalpur Violence

Advertisment

ସମ୍ବଲପୁର ହିଂସାକୁ ନେଇ ଥମୁନି ବିବାଦ। ଏଥିପାଇଁ କିଏ କରିଥିଲା ଷଡ଼ଯନ୍ତ୍ର? ପୋଲିସ, ଗୁଇନ୍ଦା, ଓ ପ୍ରଶାସନିକ ବିଫଳତା ଦାୟୀ କି? ବିଜେପି କେନ୍ଦ୍ରୀୟ ଟିମ୍ ଆସି କରିବ ଅନୁଧ୍ୟାନ। ସ୍ବାଭାବିକ ହେଉଛି ସମ୍ବଲପୁର ସ୍ଥିତି, ହେଲେ ଥମୁନି ରାଜନୀତି। ଘଟଣାର ୧୬ ଦିନ ପରେ ବି ଜାରି ରହିଛି ବୟାନବାଜି, ଦୋଷ ଲଦାଲଦି। ଜାତୀୟ ଏସଟି କମିଶନ୍ ସଦସ୍ୟଙ୍କ ସମ୍ବଲପୁର ଗସ୍ତ ପରେ ଏବେ ଆସିବେ ବିଜେପିର କେନ୍ଦ୍ରୀୟ ଟିମ୍। ଏଥିପାଇଁ ୪ ଜଣିଆ ଯାଂଚ ଟିମ୍ ଗଠନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା।

Advertisment

ଉତ୍ତର ପ୍ରଦେଶର ରାଜ୍ୟସଭା ସାଂସଦ ବ୍ରଜଲାଲ, ଝାଡ଼ଖଣ୍ଡ ରାଜ୍ୟସଭା ସାଂସଦ ସମୀର ଓରାଓଁ , ଆଦିତ୍ୟ ସାହୁ ଓ ପଶ୍ଚିମବଙ୍ଗ ପୁରୁଲିଆ ସାଂସଦ ଜ୍ୟୋତିର୍ମୟ ସିଂ ମାହୋତୋ କମିଟିରେ ସଦସ୍ୟ ଅଛନ୍ତି। ଖୁବ୍ ଶୀଘ୍ର ଏହି ଯାଂଚ କମିତି ସମ୍ବଲପୁର ଗସ୍ତ କରି ହିଂସାକାଣ୍ଡରେ ଆହତ ବ୍ୟକ୍ତି ଓ ମୃତ୍ୟୁବରଣ କରିଥିବା ଚନ୍ଦ୍ରକାନ୍ତ ମିର୍ଦ୍ଦାଙ୍କ ପରିବାରଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ତେବେ କମିଟିର ଗସ୍ତ ପୂର୍ବରୁ ରାଜ୍ୟ ସରକାରଙ୍କ ଉପରେ ପୁଣି ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ହିଂସା ପାଇଁ ସ୍ଥାନୀୟ ପ୍ରଶାସନର ଅପାରଗତାକୁ ସେ ଦାୟୀ କରିବା ସହ ହିନ୍ଦୁ ସମାଜ ଉପରେ ଅତ୍ୟାଚାର ବଢୁଛି ବୋଲି ଅଭିଯୋଗ କରିଛନ୍ତି।

ପୋଲିସ ଡିଜି, ଡିଆଇଜି, ଏସପି ଏକତରଫା ଭାବେ କାମ କରୁଥିବା ସେ ଆରୋପ କରିବା ସହ କେବଳ ନିରପେକ୍ଷ ବୋଲି କହିଲେ ହେବନାହିଁ, କାମରେ ଦେଖାଇବାକୁ ପଡିବ ବୋଲି କହିଛନ୍ତି। ତାସହିତ ରାଜ୍ୟ ସରକାର ରାଜଧର୍ମ ପାଳନ କରନ୍ତୁ ବୋଲି ଆହ୍ବାନ ଦେଇଛନ୍ତି। ସେପଟେ ବିଜେଡି କହିଛି ଏହି ଘଟଣାକୁ ନେଇ ରାଜନୀତି ନହେଉ।

Advertisment

ସେପଟେ ସମ୍ବଲପୁର ରେ ସ୍ଥିତି ଏବେ ସ୍ୱାଭାବିକ। ୬ଟି ଥାନାରୁ ୪ଟି ଥାନା ଅଚଂଳରେ କର୍ଫ୍ୟୁ ହଟାଇ ଦିଆଯାଇଛି। ଟାଉନ ଥାନା ଓ ଧନୁପାଲି ଥାନା ଅଂଚଳରେ ନାଇଟ୍ କର୍ଫ୍ୟୁ ଜାରି ରହିଛି। ଅନ୍ୟପକ୍ଷରେ ୧୨ ତାରିଖ ବାଇକ ରାଲି ଓ ୧୪ ତାରିଖ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଘଟିଥିବା ଘଟଣାରେ ମୋଟ୍ ୯୨ ଜଣ ଗିରଫ ହୋଇଛନ୍ତି। ତେବେ ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ସ୍ଥାନୀୟ ଲୋକେ ଦାବି
କରିଛନ୍ତି।

ହିଂସାକାଣ୍ଡ ପରେ ବିଜେପି ସମର୍ଥନରେ ବିଶ୍ବ ହିନ୍ଦୁ ପରିଷଦ ୧୪ ଜିଲ୍ଲାରେ ବନ୍ଦ ପାଳନ କରିଥିଲା। ଗୃହ ମନ୍ତ୍ରାଳୟ ଏହି ଘଟଣାରେ ହସ୍ତକ୍ଷେପ କରିବା ସହ ଏନ୍ଆଇଏ ତଦନ୍ତ କରିବାକୁ ଚିଠି ଲେଖିଥିଲା ରାଜ୍ୟ ବିଜେପି।

Advertisment
Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ