BJD Organizational Restructuring Responsibilities: ବିଜେଡିକୁ ପୁଣି ଫେରିଲା ରାଜନୈତିକ ବ୍ୟାପାର କମିଟି, ନିଜେ ଦଳ ସଭାପତି ଅଧ୍ୟକ୍ଷ

ବିଜୁ କୃଷକ ସାମୁଖ୍ୟ ଦାୟିତ୍ବରେ ପ୍ରସନ୍ନ ଆଚାର୍ଯ୍ୟ ରହିଥିବା ବେଳେ ବିଜେଡି ଆଞ୍ଚଳିକ ଉନ୍ନୟନ ସେଲ୍‌ ଦାୟିତ୍ବରେ ଅନଙ୍ଗ ଉଦୟ ସିଂଦେଓଙ୍କୁ ରଖାଯାଇଛି । ବିଜେଡି କୋପରେଟିଭ୍‌ ସେଲ୍‌ ଦାୟିତ୍ବରେ ଅଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ । ବିଜେଡି ଶିକ୍ଷା ଓ ଶିକ୍ଷକ ସେଲ୍‌ ଦାୟିତ୍ବରେ ବଦ୍ରି ନାରାୟଣ ପାତ୍ରଙ୍କୁ ରଖାଯାଇଛି । ବିଜେଡି ମତ୍ସ୍ୟଜୀବୀ ସେଲ୍‌ ଦାୟିତ୍ବ ନେଇଛନ୍ତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ।

ବିଜେଡି

ବିଜେଡିର ବରିଷ୍ଠ ନେତାଙ୍କୁ ଦାୟିତ୍ବ ବଣ୍ଟନ କଲା ବିଜେଡି । ବିଜେଡିର ସାଂଗଠନିକ ନିର୍ବାଚନ ପରେ ୧୫ ଜଣ ଉପସଭାପତିଙ୍କ ନାଁ ଘୋଷଣା କରାଯାଇଛି । ଦେବୀ ମିଶ୍ରଙ୍କୁ ବରିଷ୍ଠ ଉପସଭାପତି (ମୁଖ୍ୟାଳୟ) ଦାୟିତ୍ବ ଦିଆଯାଇଛି । ବରିଷ୍ଠ ଉପସଭାପତି ତାଲିକାରେ ପ୍ରଫୁଲ୍ଲ ସାମଲ, ଉଷା ଦେବୀ, ବିକ୍ରମ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ଚନ୍ଦ୍ରଶେଖର ସାହୁ ରହିଛନ୍ତି । ଉପସଭାପତି ପ୍ରତାପ ଜେନାଙ୍କୁ ମଧ୍ୟ ମୁଖ୍ୟାଳୟ ଦାୟିତ୍ବ ଦିଆଯାଇଛି । ଉପସଭାପତି ତାଲିକାରେ ପ୍ରଣବପ୍ରକାଶ ଦାସ, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା,  ଓ ରାଜେନ୍ଦ୍ର ଢ଼ୋଲକିଆ ମଧ୍ୟ ସ୍ଥାନ ପାଇଛନ୍ତି ।

ବିଭିନ୍ନ ଶାଖା/ସେଲ୍‌ ପାଇଁ ଦାୟିତ୍ବ ବଣ୍ଟନ କରାଯାଇଛି । ଉପସଭାପତି ଓ ସାଧାରଣ ସମ୍ପାଦକ ରାଙ୍କ୍‌ ଥାଇ ଦାୟିତ୍ବ ପ୍ରଦାନ କରାଯାଇଛି । ବିଜୁ କୃଷକ ସାମୁଖ୍ୟ ଦାୟିତ୍ବରେ ପ୍ରସନ୍ନ ଆଚାର୍ଯ୍ୟ ରହିଥିବା ବେଳେ ବିଜେଡି ଆଞ୍ଚଳିକ ଉନ୍ନୟନ ସେଲ୍‌ ଦାୟିତ୍ବରେ ଅନଙ୍ଗ ଉଦୟ ସିଂଦେଓଙ୍କୁ ରଖାଯାଇଛି । ବିଜେଡି କୋପରେଟିଭ୍‌ ସେଲ୍‌ ଦାୟିତ୍ବରେ ଅଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

ଅଧିକ ପଢ଼ନ୍ତୁ:ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ ଏମିତି କହିଲେ ସୁଲତା...ଦଳ ଭିତରୁ ବିରୋଧ

ବିଜେଡି ଶିକ୍ଷା ଓ ଶିକ୍ଷକ ସେଲ୍‌ ଦାୟିତ୍ବରେ ବଦ୍ରି ନାରାୟଣ ପାତ୍ରଙ୍କୁ ରଖାଯାଇଛି । ବିଜେଡି ମତ୍ସ୍ୟଜୀବୀ ସେଲ୍‌ ଦାୟିତ୍ବ ନେଇଛନ୍ତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ । ସେହିପରି ଆଦିବାସୀ ସେଲ୍‌ କଥା ବୁଝିବେ ମଙ୍ଗଳା କିଷାନ । ବରିଷ୍ଠ ନାଗରିକ ସେଲ୍‌ ଦାୟିତ୍ୱ ଦେବାଶିଷ ସାମନ୍ତରାୟଙ୍କୁ ଦିଆଯାଇଥିବା ବେଳେ ଓବିସି ସେଲ୍‌ ଦାୟିତ୍ୱରେ ଅଛନ୍ତି ଅରୁଣ ସାହୁ । ଏସ୍‌ସି ବା ଅନୁସୂଚୀତ ଜାତି ସେଲ୍ ଦାୟିତ୍ବ ସମ୍ଭାଳିବେ ମହେଶ ସାହୁ । ଦିଲ୍ଲୀପ ତିର୍କୀ ସଂଖ୍ୟାଲଘୁ ସେଲ୍ ଆବାହକ ହୋଇଛନ୍ତି । ୩୫ ଜଣଙ୍କୁ ଦଳର ସାଧାରଣ ସଂପାଦକ କରାଯାଇଛି ।

 

ତେବେ ବିଜେଡିର ସାଂଗଠନିକ ସମ୍ପାଦକ ପଦରେ କାହାରିକୁ ଅବସ୍ଥାପିତ କରାଯାଇନାହିଁ । ପୂର୍ବରୁ ଅତ୍ୟନ୍ତ ପ୍ରଭାବଶାଳୀ ଥିଲା ସାଂଗଠନିକ ସମ୍ପାଦକ ପଦବୀ । ସାଂଗଠନିକ ସମ୍ପାଦକ ପଦରେ ଥିଲେ ପ୍ରଣବ ପ୍ରକାଶ ଦାସ ।ଏଥର ପ୍ରଣବ ପ୍ରକାଶ ଦାସଙ୍କୁ ମିଳିଛି ଉପସଭାପତି ପଦ ।

ତେବେ ଦଳରେ ରାଜନୈତିକ ବ୍ୟାପାର କମିଟି ଗଠନ କରାଯାଇଛି । ବିଜେଡି ଗଠନ ହେବା ବେଳେ ବିଜୟ ମହାପାତ୍ରଙ୍କୁ ଦଳର ରାଜନୈତିକ ବ୍ୟାପାର କମିଟି ଅଧ୍ୟକ୍ଷ କରାଯାଇଥିଲା । ତେବେ ତାଙ୍କୁ ଦଳରୁ ବିଦା କରାଯିବା ପରଠୁ ଏହି କମିଟି ଅଚଳ ହୋଇଯାଇଥିଲା । ଏହି କମିଟି ନଥିଲା । ଏବେ ଏହି କମିଟି ଗଠନ କରାଯାଇ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଏହାର ଅଧ୍ୟକ୍ଷ କରାଯାଇଛି । ଏହି କମିଟିରେ ୧୦ ଜଣ ସ୍ଥାନ ପାଇଛନ୍ତି ।

ଅଧିକ ପଢ଼ନ୍ତୁ: ଅମରେଶ ଜେନାଙ୍କ ବିସ୍ଫୋରକ ବୟାନ; କହିଲେ, ବିଜେଡି ଏବେ ହୋଇଯାଇଛି ୪ ଫାଳ