Advertisment

ସରପଞ୍ଚ ପଦ ପାଇଁ ମୈଦାନରେ ମୁହାଁମୁହିଁ ଦୁଇ ସଉତୁଣୀ !

ଭୋଟ୍ ପାଇଁ ବାଜିରେ ଲାଗିଛି ସମ୍ପର୍କ, ପଞ୍ଚାୟତ ଦଖଲ ପାଇଁ ଝାଳବୁହା ସଂଘର୍ଷ।

author-image
Chandan Shishu
୨ ସଉତୁଣୀଙ୍କ ମଧ୍ୟରେ ଲଢେଇ

୨ ସଉତୁଣୀଙ୍କ ମଧ୍ୟରେ ଲଢେଇ

ଭୁବନେଶ୍ୱର: ପ୍ରଫୁଲ୍ଲ ମିର୍ଦ୍ଧା ଓ ମୁନମୁନ୍ ମାଝୀ। ଉଭୟେ ସ୍ୱାମୀ-ସ୍ତ୍ରୀ। ସ୍ବାମୀ ହେଉଛନ୍ତି ସମ୍ବଲପୁର ଲିପିଣ୍ଡା ପଞ୍ଚାୟତର ଦୁଇ ଦୁଇ ଥରର ସମିତି ସଭ୍ୟ ଏବଂ ଯୁଯୁମୁରାର ପୂର୍ବତନ ବ୍ଲକ ଉପାଧ୍ୟକ୍ଷ। ପତ୍ନୀ ବି ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା। ଉଭୟେ ଏବେ ନିର୍ବାଚନ ରଣାଙ୍ଗନରେ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ। ଅର୍ଥାତ ଲିିପିଣ୍ଡା ପଞ୍ଚାୟତର ସରପଞ୍ଚ ପଦ ହାତେଇବାକୁ ଉଭୟେ  ଲଢୁଛନ୍ତି। କାଳେ ସରପଞ୍ଚ ପଦବୀକୁ ଆଉ କିଏ ଦଖଲ କରିନେବ, ସେହି ଆଶଙ୍କାରେ ସ୍ୱାମୀ-ସ୍ତ୍ରୀ ଏଠାରେ ଲାଗିପଡ଼ିଛନ୍ତି।ତେବେ ପତ୍ନୀ ମୁନମୁନ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେବେ ବୋଲି କହିଛନ୍ତି। 

Advertisment

ସମାନ ସ୍ଥିତି ଉପୁଜିଥିଲା ଅନୁଗୁଳ ଜିଲ୍ଲା ଜାମୁନାଳୀ ପଞ୍ଚାୟତରେ। ପତ୍ନୀ ସୂର୍ଯ୍ୟଲତା ପ୍ରଧାନ ଓ ସ୍ୱାମୀ ବସନ୍ତ ପ୍ରଧାନ ନାମାଙ୍କନ ଦାଖଲ କରିଥିଲେ ସରପଞ୍ଚ ପଦବୀ ପାଇଁ। ଅବଶ୍ୟ ପତ୍ନୀଙ୍କୁ ମଇଦାନ୍‌କୁ ଛାଡ଼ି ସ୍ୱାମୀ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି। ପତି-ପତ୍ନୀଙ୍କ ଏହି ରାଜନୈତିକ ଲଢ଼େଇ ଭିତରେ ଏବେ ଚର୍ଚ୍ଚାରେ କେନ୍ଦ୍ରାପଡ଼ା ଜିଲ୍ଲା ଧୂମାତ ପଞ୍ଚାୟତ। କାରଣ ଏଠି ୨ ସଉତୁଣୀଙ୍କ ମଧ୍ୟରେ ଜବରଦସ୍ତ ଟକ୍କର। ଅକ୍ଷୟ ମଲ୍ଲିକଙ୍କ ପ୍ରଥମ ପତ୍ନୀ ସସ୍ମିତା ଓ ଦ୍ୱିତୀୟ ପତ୍ନୀ କମଳା ସରପଞ୍ଚ ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ଅକ୍ଷୟଙ୍କୁ ସସ୍ମିତା ପ୍ରେମ ବିବାହ କରିଥିଲେ ଏବଂ ଛାଡ଼ପତ୍ର ସମ୍ପର୍କିତ ମାମଲା କୋର୍ଟରେ ବିଚାରାଧିନ ରହିଛି। ସସ୍ମିତାଙ୍କ ଇଚ୍ଛା, ଅଞ୍ଚଳବାସୀଙ୍କ ବିକାଶ ପାଇଁ କାମ କରିବେ।

ମାଲକାନଗିରି ନାୟକଗୁଡ଼ା ପଞ୍ଚାୟତରେ ତ ଗୋଟିଏ ପଦ ପାଇଁ ୩ ଭାଇଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ। ୩ ଭାଇଙ୍କ ମଧ୍ୟରୁ ଜଣେ ଦାଦା ପୁଅ ଭାଇ। ଯିଏ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ପୁଅ। ତେବେ ସମିତି ସଭ୍ୟ ପଦ ପାଇଁ ବଡ଼ ବାପାଙ୍କ ୨ପୁଅଙ୍କ ସହ ଲଢୁଛନ୍ତି ବିଧାୟକଙ୍କ ପୁଅ ମହେଶ। ଏହି ୩ ଭାଇଙ୍କ ଶିକ୍ଷାଦୀକ୍ଷା ବି ଅଛି। ତେଣୁ ସମସ୍ତଙ୍କ ଲକ୍ଷ୍ୟ ରାଜନୀତି ଜରିଆରେ ଜନସେବା କରିବା। ସେପଟେ କୋରାପୁଟ ଜିଲ୍ଲା ଏକମ୍ବା ପଞ୍ଚାୟତ ନିର୍ବାଚନୀ ମଇଦାନରେ ମାମୁ-ଭଣଜା। ମାମୁଁ ବିନାୟକ ମହାପାତ୍ର ଓ ଭଣଜା ତାପସ ପଣ୍ଡାଙ୍କ ମଧ୍ୟରେ ହେଉଛି ଫାଇଟ୍। ମାମୁ କହୁଛନ୍ତି ଜନସେବାର ଅନୂଭୁତି ଏବଂ ଅଭିଜ୍ଞତାର କଥା, ସେପଟେ ଭଣଜା କହୁଛନ୍ତି ଛାତ୍ର ରାଜନୀତିର କଥା। 

Advertisment

ରିପୋର୍ଟ: ମନୋଜ ସ୍ୱାଇଁ, ରମାକାନ୍ତ ମହାନନ୍ଦ, ଜିତେନ୍ଦ୍ର ବେଉରା, ବିରଜା ଦାସ ଏବଂ ଟି ଗୌରୀଶଙ୍କର

Vote Odisha Panchayat Election Public Mood
Advertisment
Advertisment