• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନିର୍ବାଚନ ପୂର୍ବରୁ ରଜସ୍ଥାନ କଂଗ୍ରେସରେ କ୍ଷମତା ଯୁଦ୍ଧ ଆହୁରି ତୀବ୍ର ହେବାରେ ଲାଗିଛି । ବିଧାନସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନ କଂଗ୍ରେସରେ ପୁଣି ତେଜିଲା ଗେହଲଟ - ପାଇଲଟ କଳି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ସୃଷ୍ଟି ଦେଖାଦେଇଥିବା କନ୍ଦଳ ପୁଣି ତେଜିଛି । କଂଗ୍ରେସର ବରିଷ୍ଠ ନେତାଙ୍କ ନିର୍ବାଚନୀ ପ୍ରସ୍ତୁତି ବୈଠକରେ ସଚିନ ପାଇଲଟଙ୍କ ଅନୁପସ୍ଥିତି ଏଭଳି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।

ପ୍ରଥମେ ନିଜ ସରକାର ବିରୁଦ୍ଧରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଅନଶନ। ପରେ ନିର୍ବାଚନୀ ପ୍ରସ୍ତୁତି ଦଳୀୟ ବୈଠକରେ ଅନୁପସ୍ଥିତି । ୭ ଦିନ ଭିତରେ ଏଭଳି ଦୁଇ ଦୁଇଟି ଘଟଣା ପରେ ଠଉରାଇ ହେଉନି ପାଇଲଟଙ୍କ ପ୍ଲେନର ଗତି କୁଆଡେ ?

ଅଧିକ ପଢ଼ନ୍ତୁ: ସୁପ୍ରିୟା ସୁଲେଙ୍କ ବଡ଼ ବୟାନ-‘ଆସନ୍ତା ୧୫ ଦିନ ମଧ୍ୟରେ ଦିଲ୍ଲୀ,ମହାରାଷ୍ଟ୍ରରେ ହେବ ବଡ଼ ରାଜନୈତିକ ବିସ୍ଫୋରଣ’

ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ସୋମବାର ମୁଖ୍ୟମନ୍ତ୍ରୀ ଗେହଲଟ ବିଧାୟକମାନଙ୍କ ସହ ୱାନ ଟୁ ୱାନ ବୈଠକ କରିଥିଲେ। ଦଳର ପ୍ରଭାରୀ ସୁଖଜିନ୍ଦର ସିଂହ ରନ୍ଧୱା ଓ ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ଗୋବିନ୍ଦ ସିଂହ ଦୋତାସ୍ର ମଧ୍ୟ ସାମିଲ ଥିଲେ । ଟୋଙ୍କ ଆସନରୁ ବିଧାୟକ ଥିବା ପାଇଲଟଙ୍କ ସହ ମଧ୍ୟ ବରିଷ୍ଠ ନେତାମାନେ ୱାନ ଟୁ ୱାନ ଆଲୋଚନା କରିଥାଆନ୍ତେ । ହେଲେ ବୈଠକରେ ଯୋଗଦେଇ ନଥିଲେ ପାଇଲଟ। ପାଇଲଟ ଶିବିର ପକ୍ଷରୁ କୁହାଯାଇଛି ଯେ ତାଙ୍କ ପୂର୍ବ ନିର୍ଦ୍ଧାରିତ ନିଜସ୍ୱ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ । ହେଲେ ପାଇଲଟଙ୍କ ଏପରି ଆଭିମୁଖ୍ୟ କଂଗ୍ରେସ ଶିବିରରେ କମ୍ପନ ସୃଷ୍ଟି କରିଛି ।

ସେପଟେ ରାଜସ୍ଥାନର ଝୁନଝୁନୁରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପୁଣି ଥରେ ଗେହଲଟଙ୍କ ଉପରେ ବର୍ଷିଛନ୍ତି ପାଇଲଟ । କହିଛନ୍ତି, ସରକାର ଯେଉଁ ପ୍ରତିଶ୍ରୁତି ଦେଉଛନ୍ତି ତାହା ପୂରଣ କରିବା ଉଚିତ। କିନ୍ତୁ ସରକାର ତାହା କରୁନାହାନ୍ତି । ମୁଁ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି କିମ୍ବା କଂଗ୍ରେସ ସରକାରକୁ ବିରୋଧ କରୁନାହିଁ । କେବଳ ଦୁର୍ନୀତିକୁ ବିରୋଧ କରୁଛି ବୋଲି ପାଇଲଟ କହିଛନ୍ତି ।

ଗତ ୧୧ ତାରିଖରେ ପାଇଲଟ ରାଜ୍ୟରେ ବସୁନ୍ଧରା ରାଜେଙ୍କ ଶାସନକାଳରେ ହୋଇଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ଦାବି କରି ନିଜ ସରକାର ବିରୋଧରେ ଦିନିକିଆ ଅନଶନ କରିଥିଲେ। ହେଲେ ବସୁନ୍ଧରା କେବଳ ବାହାନା ଥିଲେ, ନିଶାନାରେ କିନ୍ତୁ ଥିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । କଂଗ୍ରେସ ପକ୍ଷରୁ ମନା କରିବା ସତ୍ତ୍ୱେ ଅନଶନ କରି ସରକାରଙ୍କୁ ଅଡୁଆରେ ପକାଇଥିଲେ ପାଇଲଟ ।